ଏକଜିଟ୍‌ ପୋଲ୍‌: କଂଗ୍ରେସ ପାଇଁ ଗୋଟିଏ ଖୁସି ଖବର - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, May 20, 2019

ଏକଜିଟ୍‌ ପୋଲ୍‌: କଂଗ୍ରେସ ପାଇଁ ଗୋଟିଏ ଖୁସି ଖବର

ନୂଆଦିଲ୍ଲୀ: ଲୋକସଭା ପାଇଁ ନିର୍ବାଚନ ଶେଷ ହେବା କ୍ଷଣି ରବିବାର ସନ୍ଧ୍ୟାରେ ଏକଜିଟ୍‌ ପୋଲ୍‌ ଫଳାଫଳ ପ୍ରକାଶ ପାଇଛି। ଯଦି ଆମେ ଏକଜିଟ୍‌ ପୋଲ୍‌କୁ ବିଶ୍ୱାସକୁ ନେବା ତା’ହେଲେ ନରେନ୍ଦ୍ର ମୋଦି ପୁଣିଥରେ ପୂର୍ଣ୍ଣ ବହୁମତ ସହ କେନ୍ଦ୍ରରେ ସରକାର ଗଠନ କରିବେ। ସେହିପରି କଂଗ୍ରେସକୁ ପୁଣିଥରେ କ୍ଷମତାକୁ ଠାରୁ ୫ ବର୍ଷ ପାଇଁ ବନବାସ ଯିବାକୁ ପଡ଼ିବ।

ବିଭିନ୍ନ ସର୍ଭେ ସଂସ୍ଥା ଅନୁଯାୟୀ ଏଥର ଏନ୍‌ଡିଏ ୩୦୦ରୁ ଅଧିକ ଆସନ ପାଇବାର ସମ୍ଭାବନା ଥିବା ବେଳେ କଂଗ୍ରେସ ନେତୃତ୍ୱାଧୀନ ୟୁଏପି ୧୧୦ରୁ କମ୍‌ ଆସନ ପାଇବ। ଅର୍ଥାତ କଂଗ୍ରେସ କେନ୍ଦ୍ରରେ କ୍ଷମତା ଦଖଲ କରିପାରିବାର ସମ୍ଭାବନା ହିଁ ନାହିଁ। କିନ୍ତୁ ଏହି ଏକଜିଟ୍‌ ପୋଲ୍‌ ଫଳାଫଳ କଂଗ୍ରେସ ପାଇଁ ଗୋଟିଏ ଖୁସି ଖବର ଆଣିଛି।

କଂଗ୍ରେସ ୨୦୧୪ରେ ଲୋକସଭାରେ ବିରୋଧୀ ଦଳ ହେବା ପାଇଁ ଆବଶ୍ୟକ ସଂଖ୍ୟା ହାସଲ କରି ପାରି ନଥିଲା। କିନ୍ତୁ ଏଥର ଦଳ ବିରୋଧୀ ଦଳ ହେବା ପାଇଁ ଯୋଗ୍ୟତା ଅର୍ଜନ କରିପାରେ। ୨୦୧୪ରେ କଂଗ୍ରେସ ୪୪ଟି ଆସନ ପାଇଥିବାରୁ ନିୟମ ଅନୁଯାୟୀ, ଦଳକୁ ବିରୋଧୀ ଦଳର ମାନ୍ୟତା ମିଳି ନଥିଲା। କାରଣ ଲୋକସଭା ଆଇନ୍ ଅନୁଯାୟୀ, ଲୋକସଭା ମୋଟ୍‌ ଆସନର ୧୦% ଅର୍ଥାତ ୫୪ଟି ଆସନ ଜିତିଥିବା ଦଳ ହିଁ ବିରୋଧୀ ଦଳର ମାନ୍ୟତା ପାଇଥାଏ। ତେଣୁ କଂଗ୍ରେସ ଅତିକମ୍‌ରେ ୫ ବର୍ଷ ହେଲା ପ୍ରମୁଖ ବିରୋଧୀ ଦଳ ହେବାକୁ ଯେଉଁ ସଂଘର୍ଷ କରୁଥିଲା, ତା’ହା ୨୦୧୯ରେ ପୂରଣ ହୋଇପାରେ।

ଅନ୍ୟପକ୍ଷରେ ୨୦୧୪ ତୁଳନାରେ କଂଗ୍ରେସ ବା ୟୁପିଏ କିଛି ରାଜ୍ୟରେ ଭଲ ପ୍ରଦର୍ଶନ କରିବାର ସମ୍ଭାବନା ରହିଛି। ଏଥିରେ ପଞ୍ଜାବ, ତାମିଲନାଡୁ ଓ କେରଳ ଭଳି ରାଜ୍ୟ ରହିଛି। ଏକଜିଟ୍‌ ପୋଲ୍‌ରେ ପ୍ରକାଶ ପାଇଥିବା ଏହି ରାଜ୍ୟଗୁଡ଼ିକର ଫଳାଫଳ ୟୁପିଏକୁ ସାମାନ୍ୟ ଆଶ୍ୱସ୍ତି କରିବ। ଏହାବାଦ୍‌ ମିଜୋରାମର ଏକମାତ୍ର ସିଟ୍‌ କଂଗ୍ରେସ ଖାତାକୁ ଯାଇପାରେ। ନାଗାଲ୍ୟାଣ୍ଡରେ ବି କଂଗ୍ରେସ ଗୋଟିଏ ଆସନ ଜିତିପାରେ। ତେଣୁ କଂଗ୍ରେସ କ୍ଷମତାକୁ ଦୂରେଇ ରହିଥିଲେ ହେଁ କିଛି ସ୍ଥାନରେ ଭଲ ପ୍ରଦର୍ଶନ କରିପାରେ ବୋଲି ଆଶା କରାଯାଉଛି।



from Odisha Reporter http://bit.ly/2Qf8Ut3

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages