ଧ୍ୟାନ ମୁଦ୍ରାରେ ଟ୍ୱିଙ୍କିଲ : କରୁଛନ୍ତି ଏହି ନେତାଙ୍କ କପି - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, May 20, 2019

ଧ୍ୟାନ ମୁଦ୍ରାରେ ଟ୍ୱିଙ୍କିଲ : କରୁଛନ୍ତି ଏହି ନେତାଙ୍କ କପି

ମୁମ୍ୱାଇ: ନିଜ କଣ୍ଟ୍ରୋଭର୍ସିଆଲ ଷ୍ଟେଟମେଣ୍ଟ ଲାଗି ସବୁବେଳେ ଚର୍ଚ୍ଚାରେ ରହୁଥିବା ବଲିଉଡ଼ର ଖିଲାଡି ମାଷ୍ଟର ଅକ୍ଷୟ କୁମାରଙ୍କ ପତ୍ନୀ ଏବେ ପୁଣି ନିଜ କମେଣ୍ଟ ଲାଗି ସୋଶାଲ ମିଡିଆରେ ଛାଇ ଯାଇଛନ୍ତି। ଏଥର ସେ ଯେଉଁ ଫଟୋ ଟ୍ୱିଟ କରିଛନ୍ତି ଏହାକୁ ପିଏମ୍‌ ନରେନ୍ଦ୍ର ମୋଦିଙ୍କ ଫଟୋ ସହ ଯୋଡା ଯାଉଛି।

ଟ୍ୱିଙ୍କିଲ ନିଜ ଟ୍ୱିଟର ଆକାଉଣ୍ଟରେ ଯେଉଁ ଫଟୋ ପୋଷ୍ଟ କରିଛନ୍ତି, ସେଥିରେ ସେ ଧ୍ୟାନ ମୁଦ୍ରାରେ ନଜର ଆସିଛନ୍ତି। ଏଥିରେ ଟ୍ୱିଙ୍କିଲ ଲେଖିଛନ୍ତି ଗତ କିଛି ଦିନ ହେଲା ଆଧ୍ୟାତ୍ମିକ ପୋଜ୍‌ର ଫଟୋ ଖୁବ୍‌ ଭାଇରାଲ ହେବାରେ ଲାଗିଛି। ଏହାକୁ ଦେଖିବା ପରେ ଏବେ ମେଡିଟେସନ ଫଟୋଗ୍ରାଫି ପୋଜ୍‌  ଉପରେ ୱର୍କସପ୍‌ର ଆବଶ୍ୟକତା ପଡିଲାଣି। ଏହା ସହ ସେ ଲେଖିଛନ୍ତି, ମୋତେ ଏପରି ଲାଗୁଛି, ୱେଡ଼ିଙ୍ଗ ଫଟୋଗ୍ରାଫି ପରେ ଏହି ପୋଜ ଓ ଆଙ୍ଗେଲର ଫଟୋ ଖୁବ୍‌ ଲୋକପ୍ରିୟ ହୋଇପାରିବ।

ୟୁଜର୍ସମାନେ ଟ୍ୱିଙ୍କିଲଙ୍କ ଏହି ଫଟୋକୁ ମୋଦିଙ୍କ କେଦାରନାଥର ଗୁମ୍ଫାରେ ଉଠିଥିବା ଧ୍ୟାନ ମୁଦ୍ରାର ଫଟୋ ସହ ଯୋଡିଛନ୍ତି। କେତେକ ୟୁଜର୍ସ ଟ୍ୱିଙ୍କିଲଙ୍କୁ କମେଣ୍ଟ କରି ଏପରି ମଜାକ ଉଡାଇବା ଉଚିତ ନୁହେଁ ବୋଲି ଲେଖିଛନ୍ତି। ଜଣେ ୟୁଜର ଅକ୍ଷୟଙ୍କୁ ଟ୍ୟାଗ୍‌ କରି ଆପଣଙ୍କ ସ୍ତ୍ରୀ ବହୁତ ବୋର କରୁଥିବା କହିଥିଲେ।



from Odisha Reporter http://bit.ly/2WUmTqW

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages