‘୨୨ ଯାଏ ରାଜ୍ୟରେ ଜାରି ରହିବ ହିଟ୍‌ ୱେଭ୍’ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, May 20, 2019

‘୨୨ ଯାଏ ରାଜ୍ୟରେ ଜାରି ରହିବ ହିଟ୍‌ ୱେଭ୍’

src

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଗତ କିଛି ଦିନ ହେବ ରାଜ୍ୟରେ ଗ୍ରୀଷ୍ମ ପ୍ରବାହ ଜାରି ରହିଛି। କିଛି ସହରର ତାପମାତ୍ରା ୪୦ ଡିଗ୍ରୀ ଅତିକ୍ରମ କରିଛି। ରାଜ୍ୟର ଉତ୍ତପ୍ତ ସହର ଭାବେ ପରିଚିତ ଟିଟିଲାଗଡ଼ର ତାପମାତ୍ରା ୪୫ ଡିଗ୍ରୀ ଉପରେ ରହୁଛି।

ତେବେ ରାଜ୍ୟରେ ବଢୁଥିବା ଗ୍ରୀଷ୍ମପ୍ରବାହକୁ ନେଇ ସ୍ୱତନ୍ତ୍ର ରିଲିଫ୍ କମିଶନର ବିଷ୍ଣୁପଦ ସେଠୀ ସୂଚନା ଦେଇଛନ୍ତି। ଆସନ୍ତା ୨୨ ତାରିଖ ଯାଏ ରାଜ୍ୟରେ ତାପମାତ୍ରା ଅଧିକ ରହିବ। ତେଣୁ ଜଳଛତ୍ର ସହ ଆନୁସଙ୍ଗିକ ବ୍ୟବସ୍ଥା କରିବାକୁ ଏସ୍‌ଆର୍‌ସି ନିର୍ଦ୍ଦେଶ ଦେଇଛନ୍ତି।

ସେ କହିଛନ୍ତି,“ପଶ୍ଚିମ ଓଡ଼ିଶାର କିଛି ଜିଲ୍ଲାରେ ହିଟ୍‌ୱେଭ୍ ଜାରି କରାଯାଇଛି। ବିଏସ୍‌ଏନ୍‌ଏଲ୍‌ ମୋବାଇଲ ଉପଭକ୍ତାଙ୍କୁ ଏସ୍‌ଏମ୍‌ଏସ୍‌ ମାଧ୍ୟମରେ ହିଟ୍‌ୱେଭ୍ ସମ୍ପର୍କରେ ସୂଚନା ଦିଆଯାଉଛି। ଟଣା ଖରାରେ ବାହାରକୁ ନ  ବାହାରିବା ପାଇଁ ଅନୁରୋଧ କରାଯାଇଛି। ନିଜର ସୁରକ୍ଷା ପାଇଁ ପାଣି ବୋତଲ ଓ ଛତା ବ୍ୟବହାର କରିବେ। ବର୍ତ୍ତମାନ ସୁଦ୍ଧା ଅଶୁଂଘାତରେ କାହାର ମୃତ୍ୟୁ ଘଟିଥିବା ନେଇ ସୂଚନା ଆସି ନାହିଁ।”



from Odisha Reporter http://bit.ly/2w9jmt6

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages