ଅଶାନ୍ତ ଦିଲ୍ଲୀ: ଦୁଇ ଗ୍ୟାଙ୍ଗଷ୍ଟର ମୃତ, ଏସ୍‌ଆଇଙ୍କୁ ପିଟି ମାରିଦେଲେ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, May 20, 2019

ଅଶାନ୍ତ ଦିଲ୍ଲୀ: ଦୁଇ ଗ୍ୟାଙ୍ଗଷ୍ଟର ମୃତ, ଏସ୍‌ଆଇଙ୍କୁ ପିଟି ମାରିଦେଲେ

ନୂଆଦିଲ୍ଲୀ: ଦେଶର ରାଜଧାନୀ ଦିଲ୍ଲୀ ଗ୍ୟାଙ୍ଗଷ୍ଟରଙ୍କ ଦବଙ୍ଗଗିରି ଯୋଗୁ ଅଶାନ୍ତ ହୋଇପଡ଼ିଛି। ଗ୍ୟାଙ୍ଗଷ୍ଟରମାନେ ଜଣେ ପୁଲିସ୍‌ ଏସ୍‌ଆଇକୁ ଗୋଡ଼ାଇ ଗୋଡ଼ାଇ କାବୁ କରିବା ପରେ ତାଙ୍କୁ ପିଟିପିଟି ହତ୍ୟା କରିଛନ୍ତି। ଅନ୍ୟପକ୍ଷରେ ଦୁଇଟି ଅପରାଧୀ ଗୋଷ୍ଠୀଙ୍କ ମଧ୍ୟରେ ସୃଷ୍ଟି ହୋଇଥିବା ବିବାଦ କାରଣରୁ ଦିନ ଦ୍ୱିପହରରେ ଦିଲ୍ଲୀର ରାଜରାସ୍ତାରେ ଗୁଳି ଫୁଟିଛି। ଏଥିରେ ଗୋଟିଏ ଗୋଷ୍ଠୀର ଦୁଇ ଜଣ ଅପରାଧୀଙ୍କ ମୃତ୍ୟୁ ଘଟିଛି।

ମିଳିଥିବା ସୂଚନା ଅନୁଯାୟୀ, ରବିବାର ପୂର୍ବ ଦିଲ୍ଲୀର ବିବେକ ବିହାର ନିକଟରେ ଏସ୍‌ଆଇ ରାଜକୁମାରଙ୍କ ସହ କୌଣସି କାରଣରୁ କିଛି ଅପରାଧୀଙ୍କ ସହ ଝଗଡ଼ା ହୋଇଥିଲା। ଏହି ସମୟରେ ରାଜକୁମାର ନିଜ ମୋବାଇଲ୍‌ ବାହାର କରି ପୂରା ଘଟଣାକୁ ରେକର୍ଡ କରିବାକୁ ଉଦ୍ୟମ କରିଥିଲେ। ଏହା ଜାଣିପାରି ଗ୍ୟାଙ୍ଗଷ୍ଟରମାନେ ତାଙ୍କୁ ମାଡ଼ ମାରିବା ଆରମ୍ଭ କରିଥିଲେ। ସେମାନଙ୍କ କବଳରୁ ବର୍ତ୍ତିବା ପାଇଁ ରାଜକୁମାର ନିକଟସ୍ଥ ଏକ ଘରକୁ ଚାଲି ଯାଇଥିଲେ। କିନ୍ତୁ ଅପରାଧୀମାନେ ସେଠାରୁ ରାଜକୁମାରଙ୍କୁ କାବୁ କରି ଆକ୍ରମଣ କରିଥିଲେ। ଏଥିରେ ରାଜକୁମାରଙ୍କ ମୃତ୍ୟୁ ହୋଇଛି।

ଅନ୍ୟପକ୍ଷରେ ଦକ୍ଷିଣ ଦିଲ୍ଲୀର ଦ୍ୱାରାକା ମୋର ମେଟ୍ରୋ ଷ୍ଟେସନ୍‌ ନିକଟରେ ଦୁଇ ଗ୍ୟାଙ୍ଗର ସଦସ୍ୟଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଛି। ଏକ ଜମିଜମା ବିବାଦକୁ ନେଇ ଦୁଇ ଗ୍ୟାଙ୍ଗ ମୁହାଁମୁହିଁ ହୋଇଥିଲେ। ଏଥିରେ ପ୍ରବୀଣ ଗେହଲଟ ଓ ବିକାଶ ଦଲାଲ ପ୍ରାଣ ହରାଇଛନ୍ତି। ଏହି ଦୁଇ ଜଣଙ୍କ ନାଁରେ ଦିଲ୍ଲୀ ଓ ହରିଆଣାରେ ଏକାଧିକ ଅପରାଧିକ ମାମଲା ରହିଛି।

ରବିବାର ପ୍ରବୀଣ ଓ ବିକାଶ ଏକ କାର୍‌ରେ ଯାଉଥିଲେ। ଏହି ସମୟରେ ଅନ୍ୟ ଏକ କାରରେ ୩ ଜଣ ଦୁର୍ବୃତ୍ତ ସେମାନଙ୍କ ପିଛା କରି ଏକ ଜନଗହଳିପୂର୍ଣ୍ଣ ରାସ୍ତାରେ ଗୁଳିମାଡ଼ କରିଥିଲେ। ସେମାନେ ପ୍ରବୀଣ ଓ ବିକାଶଙ୍କ ଉପରକୁ ପ୍ରାୟ ୧୫ ରାଉଣ୍ଡ ଗୁଳି ଚଳାଇଥିଲେ। ଫଳରେ ଘଟଣାସ୍ଥଳରେ ଉଭୟଙ୍କ ମୃତ୍ୟୁ ହୋଇଥିଲା।



from Odisha Reporter http://bit.ly/2Qbw3Nj

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages