ବାରାଣସୀ: ବହିଷ୍କୃତ ଯବାନ ତେଜ ବାହାଦୁରଙ୍କ ନାମାଙ୍କନ ରଦ୍ଦ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, May 1, 2019

ବାରାଣସୀ: ବହିଷ୍କୃତ ଯବାନ ତେଜ ବାହାଦୁରଙ୍କ ନାମାଙ୍କନ ରଦ୍ଦ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବିରୋଧରେ ବାରାଣସୀରୁ ସମାଜବାଦୀ ପାର୍ଟିର ପ୍ରାର୍ଥୀ ହୋଇଥିବା ବହିଷ୍କୃତ ବିଏସ୍‌ଏଫ୍‌ ଯବାନ ତେଜ ବାହାଦୁ ଯାଦବଙ୍କ ପ୍ରାର୍ଥୀ ପତ୍ର ରଦ୍ଦ ହୋଇଯାଇଛି। ଦୁର୍ନୀତି ଓ ଡିସ୍‌ଲୟାଲିଟି କାରଣରୁ ତାଙ୍କ ନାମାଙ୍କନକୁ ନିର୍ବାଚନ କମିଶନ ଖାରଜ କରିଦେଇଥିବା ଜଣାପଡ଼ିଛି।

ବାରାଣସୀର ରିଟର୍ଣ୍ଣି ଅଫିସର ସୁରେନ୍ଦ୍ର ସିଂହ କହିଛନ୍ତି, “ଯଦି ଜଣେ ବ୍ୟକ୍ତି ଭାରତ ସରକାର କିମ୍ବା ରାଜ୍ୟ ସରକାରଙ୍କ ଅଧୀନରେ କାର୍ଯ୍ୟ କରୁଥିବେ ଏବଂ ତାଙ୍କୁ ଦୁର୍ନୀତି କିମ୍ବା ଡିସ୍‌ଲୟାଲଟି ଯୋଗୁ ଚାକିରି ହରାଇବାକୁ ପଡ଼ିଥିବ, ତା’ହେଲେ ସେ ନିର୍ବାଚନ ଲଢ଼ିବାକୁ ଯୋଗ୍ୟ ହୋଇପାରିବେ ନାହିଁ।”

ତେଜ ବାହାଦୁର କହିଛନ୍ତି, “ମୋ ନାମାଙ୍କନକୁ ବେଆଇନ୍‌ ଭାବେ ରଦ୍ଦ କରାଯାଇଛି। ଆମେ ଏହା ବିରୋଧରେ ସୁପ୍ରିମକୋର୍ଟ ଯିବୁ।”

ଗତକାଲି ନିର୍ବାଚନ କମିଶନ ତେଜବାହାଦୁରଙ୍କୁ ନୋଟିସ୍‌ କରିବା ସହ ବିଏସ୍‌ଏଫ୍‌ରୁ ନୋ-ଅବଜେକସନ୍‌ ପ୍ରମାଣପତ୍ର ଆଣିବାକୁ କହିଥିଲେ। ବୁଧବାର ଦିନ ୧୧ଟା ପର୍ଯ୍ୟନ୍ତ ଏଥିପାଇଁ ତେଜବାହାଦୁରଙ୍କୁ ସମୟ ମିଳିଥିଲା।

ତେଜବାହାଦୁର ସେନାରେ ଖରାପ ଖାଦ୍ୟ ଦିଆଯାଉଥିବା ଅଭିଯୋଗ କରିବା ସହ ଏକ ଭିଡିଓ ଫେସବୁକ୍‌ରେ ପୋଷ୍ଟ କରିଥିଲେ। ଏଥିପାଇଁ ତାଙ୍କୁ ୨୦୧୭ରେ ବିଏସ୍‌ଏଫ୍‌ରୁ ବହିଷ୍କାର କରାଯାଇଥିଲା।



from Odisha Reporter http://bit.ly/2GV1Lv4

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages