ଗଡ଼ଚିରୋଲି ନକ୍ସଲ ହମ୍‌ଲାକୁ ନିନ୍ଦା କଲେ ପିଏମ୍‌ ମୋଦି - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, May 1, 2019

ଗଡ଼ଚିରୋଲି ନକ୍ସଲ ହମ୍‌ଲାକୁ ନିନ୍ଦା କଲେ ପିଏମ୍‌ ମୋଦି

ନୂଆଦିଲ୍ଲୀ: ବୁଧବାର ମହାରାଷ୍ଟ୍ରର ଗଡ଼ ଚିରୋଲିଠାରେ ସଂଘଟିତ ବଡ଼ ଧରଣର ଆଇଇଡି ବିସ୍ଫୋରଣ ପରେ ସମଗ୍ର ଦେଶ ସ୍ତବ୍ଧ ହୋଇଯାଇଛି। ଏଥିରେ ୧୫ ଜଣ ଯବାନ ସହିଦ ହେବା ସହ ଜଣେ ଡ୍ରାଇଭରଙ୍କର ମୃତ୍ୟୁ ହୋଇଛି। ଏହି ଘଟଣାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସମେତ ବିଭିନ୍ନ ମହଲରେ କଡ଼ା ନିନ୍ଦା କରାଯାଇଛି।

ପ୍ରଧାନମନ୍ତ୍ରୀ ମୋଦି ଟ୍ୱିଟ୍‌ କରି ଶୋକପ୍ରକାଶ କରିବା ଅବସରରେ କହିଛନ୍ତି, ଆମ ସୁରକ୍ଷା କର୍ମୀଙ୍କ ଉପରେ ମହାରାଷ୍ଟ୍ରର ଗଡ଼ଚିରୋଲିଠାରେ ହୋଇଥିବା ଘୃଣ୍ୟ ଆକ୍ରମଣକୁ ମୁଁ ନିନ୍ଦା କରୁଛି। ସମସ୍ତ ସହିଦ ବୀର ଯବାନଙ୍କୁ ମୁଁ ସଲାମ କରୁଛି। ସେମାନଙ୍କ ବଳିଦାନ କେବେ ମଧ୍ୟ ଭୁଲିହେବ ନାହିଁ। ସହିଦ ଯବାନଙ୍କ ପରିବାରଙ୍କ ପ୍ରତି ସମବେଦନା ଜଣାଉଛି। ଏହି ହିଂସାର ଷଡ଼ଯନ୍ତ୍ରକାରୀଙ୍କୁ କଦାପି ଛଡ଼ାଯିବନି।

ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡ଼ନାବିସ୍‌ କହିଛନ୍ତି, ଗଡ଼ଚିରୋଲି ଘଟଣାକୁ କଡ଼ା ନିନ୍ଦା କରୁଛି। ଜଣେ ଡ୍ରାଇଭରଙ୍କ ସହିତ ୧୫ ଜଣ ଯବାନ ସହିଦ ହୋଇଛନ୍ତି। ଏହି ଭଳି ଘଟଣା ଘଟାଇଥିବା ନୃଶଂସ ମାନଙ୍କୁ ଉଚିତ ଜବାବ ଦିଆଯିବ। ପୁଲିସ୍‌ ଏବଂ ଆମ ସରକାର ଏଭଳି ବ୍ୟକ୍ତିମାନଙ୍କ ବିରୋଧରେ ଲଢ଼େଇ ଜାରି ରଖିଛନ୍ତି। କେନ୍ଦ୍ର ଗୃହମନ୍ତ୍ରୀ ରାଜନାଥ ସିଂହ ମଧ୍ୟ ମୋ ସହ କଥା ହୋଇଛନ୍ତି। ଆମେ ସମସ୍ତ ସହାୟତା ନିଶ୍ଚିତ କରିଛୁ। ରାଜ୍ୟ ସରକାର ଆବଶ୍ୟକୀୟ ତଦନ୍ତ ପାଇଁ ନିର୍ଦ୍ଦେଶ ଦେବେ।

କଂଗ୍ରେସର ମହାସଚିବ ପ୍ରିୟଙ୍କା ଗାନ୍ଧି ଶୋକପ୍ରକାଶ କରି କହିଛନ୍ତି, ମହାରାଷ୍ଟ୍ରର ଗଡ଼ ଚିରୋଲିରେ ମୃତ ଯବାନଙ୍କୁ ଶ୍ରଦ୍ଧାଞ୍ଜଳି। ଏହି ଦୁଃଖଦ ମୁହୂର୍ତ୍ତରେ କଂଗ୍ରେସ ସହିଦଙ୍କ ପରିବାର ସାଥୀରେ ଅଛି। ସମଗ୍ର ଦେଶ ଏହି ଆକ୍ରମଣକୁ ବିରୋଧ କରୁଛି। ଆମ ସମସ୍ତଙ୍କୁ ଏକାଠି ହୋଇ ଏହି ହିଂସ୍ର ବିଚାରଧାରାକୁ ହରାଇବାକୁ ହେବ।

ଏନ୍‌ସିପି ମୁଖ୍ୟ ଶରଦ ପାୱାର ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଫଡ଼ନାବିସ୍‌ଙ୍କ ଇସ୍ତଫା ଦାବି କରିଛନ୍ତି। ସେ କହିଛନ୍ତି ମହାରାଷ୍ଟ୍ର ଦିବସରେ ୧୬ ଯବାନ ପ୍ରାଣ ହରାଇଲେ। ଫଡ଼ନାବିସ୍ ରାଜ୍ୟର ଗୃହମନ୍ତ୍ରୀ ମଧ୍ୟ। ତାଙ୍କୁ ଲାଜ ଲାଗିବା କଥା, ସେ ଏହି ଲାଜ ପାଇଁ ଇସ୍ତଫା ଦେବା ଉଚିତ। କିନ୍ତୁ ବର୍ତ୍ତମାନ କେବଳ ନିନ୍ଦା କରିବା ଏବଂ ସହିଦ ଯବାନଙ୍କ ପାଇଁ ଶୋକପ୍ରକାଶ କରିବାର ସମୟ।

ମହାରାଷ୍ଟ୍ର ଡିଜିପି ସୁବୋଧ କୁମାର ଜୟସ୍ୱାଲ କହିଛନ୍ତି, ଏହା ଗୁଇନ୍ଦା ବିଭାଗର ବିଫଳତା ନୁହେଁ, କିନ୍ତୁ ସୁରକ୍ଷାକର୍ମୀଙ୍କୁ ହରାଇବା ମହାରାଷ୍ଟ୍ର ପୁଲିସ୍‌ ପାଇଁ ବହୁତ ବଡ଼ କ୍ଷତି।



from Odisha Reporter http://bit.ly/2LfFX1C

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages