ପୁଅ ଘରକୁ ଯାଉଥିବା ବେଳେ ପିଟିଲା ବାଇକ୍‌, ରାସ୍ତାରେ ଚାଲିଗଲା ଜୀବନ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, May 17, 2019

ପୁଅ ଘରକୁ ଯାଉଥିବା ବେଳେ ପିଟିଲା ବାଇକ୍‌, ରାସ୍ତାରେ ଚାଲିଗଲା ଜୀବନ

ନବରଙ୍ଗପୁର (ଓଡ଼ିଶା ରିପୋର୍ଟର): ଘନ ମିର୍ଗାନ ନାମକ ଜଣେ ବୃଦ୍ଧ ଚାଲି ଚାଲି ପୁଅ ଘରକୁ ଯାଉଥିବା ବେଳେ ରାସ୍ତାରେ ତାଙ୍କୁ ଏକ ବାଇକ୍‌ ପଛରୁ ପିଟି ଦେଲା। ଫଳରେ ସେହି ରାସ୍ତାରେ ହିଁ ତାଙ୍କ ଜୀବନ ଚାଲିଗଲା। ଏମିତିକି ବାଇକ୍‌ ଚାଳକଙ୍କର ମଧ୍ୟ ମୃତ୍ୟୁ ଘଟିଛି। ଆଜି ଏମିତି ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି ନବରଙ୍ଗପୁର ଜିଲ୍ଲା ପାପଡ଼ାହାଣ୍ଡି ବ୍ଲକ୍ ଅନ୍ତର୍ଗତ ମଇଦଲପୁର ଗାଁ ନିକଟ ହାଟପଦାରେ।

ଡାଵୁଗାଁ ଥାନା ଅନ୍ତର୍ଗତ ଚାରଗାଁର ଘନ ମିର୍ଗାନ ମଇଦଲପୁର ଗୋପିଗୁଡ଼ାରେ ରହୁଥିବା ନିଜ ପୁଅ ଘରକୁ ଚାଲି ଚାଲି ଯାଉଥିଲେ। ଏହି ସମୟରେ ପଛରୁ ଆସୁଥିବା ଏକ ଵାଇକ୍‌ (ଓଡ଼ି-୦୮ ସି ୬୬୩୦) ତାଙ୍କୁ ଧକ୍କା ଦେଇଥିଲା। ଘଟଣା ସ୍ଥଳରେ ଉଭୟ ଘନ ଓ ବାଇକ୍ ଚାଳକ ତ୍ରିଲୋଚନ ନାୟକଙ୍କ ମୃତ୍ୟୁ ଘଟିଥିଲା। ତେବେ ବାଇକ୍‌ ପଛରେ ବସିଥିବା ଅନ୍ୟ ଜଣେ ବ୍ୟକ୍ତି ସାମାନ୍ୟ ଆହତ ହୋଇଛନ୍ତି। ଘଟଣା ସ୍ଥଳରେ ମଇଦଲପୁର ପୁଲିସ୍‌ ପହଞ୍ଚି ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି। ମୃତ ବାଇକ୍ ଚାଳକ କେନ୍ଦୁଗୁଡା ଗାଁର ବୋଲି ଜଣାପଡ଼ିଛି।



from Odisha Reporter http://bit.ly/2WJchuV

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages