ସମଲିଙ୍ଗୀ ବିବାହକୁ ଅନୁମତି ଦେଲା ତାଇୱାନ୍‌, ଏସିଆରେ ପ୍ରଥମ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, May 17, 2019

ସମଲିଙ୍ଗୀ ବିବାହକୁ ଅନୁମତି ଦେଲା ତାଇୱାନ୍‌, ଏସିଆରେ ପ୍ରଥମ

ତାଇପେଇ: ପ୍ରଥମ ଏସୀୟ ରାଷ୍ଟ୍ର ଭାବେ ତାଇୱାନ୍‌ ସମଲିଙ୍ଗୀ ବିବାହକୁ ଆଇନତଃ ବୈଧ ଘୋଷଣା କରିବାର ଉଲ୍ଲେଖନୀୟ ପଦକ୍ଷେପ ଗ୍ରହଣ କରିଛି। ତାଇୱାନର ଜନପ୍ରତିନିଧିମାନେ ଏନେଇ ଏକ ଆଇନ ମଧ୍ୟ ପାରିତ କରିଛନ୍ତି। ଏହାଫଳରେ ସମାନ ଲିଙ୍ଗର ଯୋଡ଼ି ବର୍ତ୍ତମାନ ଏକାଠି ରହିପାରିବେ ଏବଂ ସରକାରୀ କାର୍ଯ୍ୟାଳୟରେ ବିବାହ ପଞ୍ଜିକରଣ କରିପାରିବେ।

ସମଲିଙ୍ଗୀ ବିବାହକୁ ଅନୁମତି ପ୍ରଦାନ ନ କରିବା ସମ୍ବିଧାନର ଉଲ୍ଲଂଘନ କରୁଛି ବୋଲି ତାଇୱାନର ସର୍ବୋଚ୍ଚ ନ୍ୟାୟାଳୟ ମତ ରଖିବା ପରେ ଏହି ଆଇନ ପାଇଁ ଭୋଟ୍‌ଗ୍ରହଣ କରାଯାଇଥିଲା। କୋର୍ଟ ଏଥିପାଇଁ ମେ ୨୪ ଯାଏ ଡେଡ୍‌ଲାଇନ୍‌ ଦେଇ ଦେଶର ସମ୍ବିଧାନର ଥିବା ବିଧିବ୍ୟବସ୍ଥାରେ ପରିବର୍ତ୍ତନ ଆଣିବାକୁ କହିଥିଲେ।

ଭୋଟିଂ ସମୟରେ ପ୍ରବଳ ବର୍ଷା ସତ୍ତ୍ୱେ ଶହଶହ ସଂଖ୍ୟାରେ ସମଲିଙ୍ଗୀ ଅଧିକାରର ସମର୍ଥକ ସଂସଦ ସାମ୍ନାରେ ଏକାଠି ହୋଇଥିଲେ। ରାଷ୍ଟ୍ରପତି ସାଇ ଇଙ୍ଗ-ୱେନ୍‌ କହିଛନ୍ତି, ଭୋଟିଂ ପୂର୍ବରୁ ସେ ଲକ୍ଷ୍ୟ କରିଥିଲେ ଯେ ଏହି ପ୍ରସଙ୍ଗରେ ପରିବାର, ପିଢ଼ି ଏବଂ ଧାର୍ମିକ ଗୋଷ୍ଠୀ ମଧ୍ୟରେ ଦ୍ୱିମତ ପ୍ରକାଶ ପାଇଥିଲା। ତେବେ ଆଜି ଏକି ଇତିହାସ ସୃଷ୍ଟି କରିବାପାଇଁ ଏବଂ ପୂର୍ବ ଏସିଆରେ ପ୍ରଗତିଶୀଳ ଚିନ୍ତନର ମଞ୍ଜି ପୋତିବା ପାଇଁ ଏକ ଅପୂର୍ବ ସୁଯୋଗ ରହିଥିଲା ବୋଲି ସେ କହିଛନ୍ତି। ଦେଶର ରକ୍ଷଣଶୀଳ ସାଂସଦମାନେ ଏହି ବିଲ୍‌କୁ ଅଟକାଇବାକୁ ପ୍ରୟାସ କରିଥିଲେ ମଧ୍ୟ ବିଶେଷ ଭୋଟ୍‌ ପାଇପାରିନଥିଲେ।



from Odisha Reporter http://bit.ly/2EgCIkk

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages