ମହିଳାଙ୍କୁ ଅସଦାଚରଣ ଅଭିଯୋଗରେ ବିଜେପି ନେତା ଗିରଫ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, May 20, 2019

ମହିଳାଙ୍କୁ ଅସଦାଚରଣ ଅଭିଯୋଗରେ ବିଜେପି ନେତା ଗିରଫ

ରାୟପୁର: ଛତିଶଗଡ଼ର ବିଜେପି ନେତା ପ୍ରକାଶ ବଜାଜଙ୍କୁ ପୁଲିସ୍‌ ରବିବାର ଗିରଫ କରିଛି। ସେ ରାୟପୁର ଠାରେ ଜଣେ ୩୪ ବର୍ଷୀୟ ମହିଳାଙ୍କୁ ଅସଦାଚରଣ କରିଥିବା ଅଭିଯୋଗ ହୋଇଥିଲା। ଏନେଇ ସେ ସିଭିଲ୍ ଲାଇନ୍ସ ପୁଲିସ୍‌ ଷ୍ଟେସନ୍‌ରେ ଅଭିଯୋଗ କରିଥିଲେ।

ଗାୟତ୍ରୀ ନଗରରେ ରହୁଥିବା ପୀଡ଼ିତା ମହିଳାଙ୍କ ଅଭିଯୋଗ ଅନୁଯାୟୀ, ୨୦୧୬ରେ ମହିଳା ଜଣଙ୍କ ଏକ ଘର କିଣିବାକୁ ପ୍ରକାଶଙ୍କୁ ୧୦ ଲକ୍ଷ ଟଙ୍କା ଦେଇଥିଲେ। ପ୍ରକାଶ ଘର କିଣିବା ପାଇଁ ବ୍ୟାଙ୍କରୁ ଋଣ କରେଇ ଦେବେ ବୋଲି କହି ଏହି ଅର୍ଥ ନେଇଥିଲେ।

ତେବେ ବ୍ୟାଙ୍କରେ ଋଣ ମଞ୍ଜୁର ନ ହେବାରୁ ମହିଳା ଜଣଙ୍କ ତାଙ୍କ ଟଙ୍କା ଫେରସ୍ତ କରିବାକୁ ପ୍ରକାଶଙ୍କୁ କହିଥିଲେ। ତେବେ ଟଙ୍କା ଫେରାଇବା ପରିବର୍ତ୍ତେ ୨୦୧୬ରୁ ୨୦୧୮ ମଧ୍ୟରେ ପ୍ରକାଶ ତାଙ୍କ ଅଫିସରେ ମହିଳା ଜଣଙ୍କୁ ବାରମ୍ବାର ଅସଦାଚରଣ କରିଥିବା ଅଭିଯୋଗ କରିଥିଲେ।
ପ୍ରକାଶଙ୍କୁ ଗିରଫ କରାଯିବା ପରେ ତାଙ୍କୁ ୧୫ ଦିନ ପାଇଁ ବିଚାର ବିଭାଗୀୟ ରିମାଣ୍ଡରେ ପଠାଇ ଦିଆଯାଇଛି।



from Odisha Reporter http://bit.ly/2WfOtSk

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages