କମଲନାଥଙ୍କୁ ଘେରିଲେ ବିଧାୟକ, ଜ୍ୟୋତିରାଦିତ୍ୟଙ୍କୁ ମୁଖ୍ୟମନ୍ତ୍ରୀ କରିବାକୁ ଦାବି - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, May 27, 2019

କମଲନାଥଙ୍କୁ ଘେରିଲେ ବିଧାୟକ, ଜ୍ୟୋତିରାଦିତ୍ୟଙ୍କୁ ମୁଖ୍ୟମନ୍ତ୍ରୀ କରିବାକୁ ଦାବି

ନୂଆଦିଲ୍ଲୀ: ସାଧାରଣ ନିର୍ବାଚନରେ କଂଗ୍ରେସ ଶାସିତ ରାଜ୍ୟ ମଧ୍ୟପ୍ରଦେଶର ୨୯ଟି ଲୋକସଭା ଆସନରୁ ବିଜେପି ୨୮ଟିରେ ବିଜୟୀ ହୋଇଛି। ଏଭଳି ଶୋଚନୀୟ ପରାଜୟ ପାଇଁ ମଧ୍ୟପ୍ରଦେଶ କଂଗ୍ରେସ ସଭାପତି ତଥା ମୁଖ୍ୟମନ୍ତ୍ରୀ କମଲନାଥଙ୍କୁ ଦାୟୀ କରିଛନ୍ତି ଦଳର ସଦସ୍ୟ। ଗତକାଲି ମୁଖ୍ୟମନ୍ତ୍ରୀ କମଲନାଥ ପରାଜୟର ସମୀକ୍ଷା କରୁଥିବା ବେଳେ କିଛି କଂଗ୍ରେସ ବିଧାୟକ କମଲନାଥଙ୍କ ଦଳୀୟ ପଦବୀକୁ ବିରୋଧ କରିଛନ୍ତି। ଏମିତିକି ସେମାନେ ୭୨ ବର୍ଷୀୟ କମଲନାଥଙ୍କୁ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେବାକୁ ଚାପ ପକାଉଥିବା ଚର୍ଚ୍ଚା ହେଉଛି।

ଗୁନ୍ନା ଲୋକସଭା ଆସନରୁ କଂଗ୍ରେସ ପ୍ରାର୍ଥୀ ଜ୍ୟୋତିରାଦିତ୍ୟ ସିନ୍ଧିଆ ପରାସ୍ତ ହେବା ପରେ ଦଳର କିଛି ନେତା ଏବେ କମଲନାଥଙ୍କ ସ୍ଥାନରେ ଜ୍ୟୋତିରାଦିତ୍ୟଙ୍କୁ ଆଣିବାକୁ ଦାବି କରିଛନ୍ତି। ଗତବର୍ଷ ବିଧାନସଭା ନିର୍ବାଚନ ପରେ ଲୋକସଭା ନିର୍ବାଚନରେ କଂଗ୍ରେସ ଭଲ କରିବ ବୋଲି କମଲନାଥ କହିଥିଲେ। ହେଲେ ଦଳର ଶୋଚନୀୟ ପରାଜୟ ହୋଇଥିବାରୁ କମଲନାଥ ପିସିସି ସଭାପତି ପଦବୀରୁ ଇସ୍ତଫା ଦେବା ଦରକାର ବୋଲି କଂଗ୍ରେସ ସଦସ୍ୟ ଦାବି କରିଛନ୍ତି। କମଲନାଥ ପିସିସି ସଭାପତି ପଦରୁ ଇସ୍ତଫା ଦେବେ ବୋଲି ସୂଚନା ମିଳିଥିଲେ ହେଁ ଏଯାଏ ଦେଇନାହାନ୍ତି।

ଅନ୍ୟପଟେ ମଧ୍ୟପ୍ରଦେଶ ବିଧାନସଭା ନିର୍ବାଚନରେ କଂଗ୍ରେସ ବିଏସପି ବିଧାୟକଙ୍କ ସମର୍ଥନରେ ସରକାର ଗଢ଼ିଛି। ଏବେ ଏହି ବିଏସପି ବିଧାୟକ ଜ୍ୟୋତିରାଦିତ୍ୟଙ୍କୁ ସରକାରର ଦାୟିତ୍ୱ ଦିଆଯାଉ ବୋଲି ଦାବି କରିଛନ୍ତି। ନହେଲେ ସମର୍ଥନ ପ୍ରତ୍ୟାହାର କରିନେବେ ବୋଲି ସେ ଧମକ ଦେଉଥିବା ଜଣାପଡ଼ିଛି।

ପୂର୍ବରୁ ମଧ୍ୟ ସରକାର ଗଠନ ହେବା ବେଳେ ମଧ୍ୟପ୍ରଦେଶର ଅଧିକାଂଶ ବିଧାୟକ ଜ୍ୟୋତିରାଦିତ୍ୟଙ୍କୁ ମୁଖ୍ୟମନ୍ତ୍ରୀ କରାଯାଉ ବୋଲି ଦାବି କରିଥିଲେ। ହେଲେ ପରେ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧି ବୁଝାସୁଝା କରିବା ପରେ କମଲନାଥଙ୍କୁ ବରିଷ୍ଠତା ଆଧାରରେ ରାଜ୍ୟର ମୁଖ୍ୟମନ୍ତ୍ରୀ ଭାବେ ଘୋଷଣା କରାଯାଇଥିଲା।


from Odisha Reporter http://bit.ly/30LpTs2

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages