‘ଅଭିନନ୍ଦନ’ ଶବ୍ଦକୁ ‘କମାଣ୍ଡର ଅଭିନନ୍ଦନ’ କହି ଟ୍ରଲ୍‌ ହେଲେ ପାକିସ୍ତାନ ଆଙ୍କର - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, May 27, 2019

‘ଅଭିନନ୍ଦନ’ ଶବ୍ଦକୁ ‘କମାଣ୍ଡର ଅଭିନନ୍ଦନ’ କହି ଟ୍ରଲ୍‌ ହେଲେ ପାକିସ୍ତାନ ଆଙ୍କର

ନୂଆଦିଲ୍ଲୀ: ଚଳିତ ବର୍ଷ ନିର୍ବାଚନରେ ପୂର୍ଣ୍ଣ ବହୁମତ ସହ ନରେନ୍ଦ୍ର ମୋଦି ଦ୍ୱିତୀୟ ଥର ପାଇଁ ପ୍ରଧାନମନ୍ତ୍ରୀ ହେବାକୁ ଯାଉଛନ୍ତି। ନିର୍ବାଚନ ଜିତିଲା ପରେ ମୋଦି ୩୫୩ ସାଂସଦଙ୍କୁ ସଂସଦର ସେଣ୍ଟାଲ୍‌ ହଲ୍‌ରେ ସମ୍ବୋଧିତ କରିଥିଲେ। ସମ୍ବୋଧନ ଅବସରରେ ସେ ସମସ୍ତଙ୍କୁ ‘ଅଭିନନ୍ଦନ’ ଜଣାଇଥିଲେ। ଇଂରାଜି ଶବ୍ଦ congratulations ର ହିନ୍ଦୀ ଶବ୍ଦ ଅଭିନନ୍ଦନ ବା ବଧାଇ ବୋଲି ତ ଆପଣ ଜାଣିଥିବେ।

କିନ୍ତୁ ପାକିସ୍ତାନର ଜଣେ ଟିଭି ଆଙ୍କର୍‌ ମୋଦିଙ୍କ ଭାଷଣରେ ‘ଅଭିନନ୍ଦନ’ର ଅର୍ଥ ୱିଙ୍ଗ୍‌ କମାଣ୍ଡର ଅଭିନନ୍ଦନ ବର୍ତ୍ତମାନ ବୋଲି ଭାବିଥିଲେ। ୱିଙ୍ଗ୍‌ କମାଣ୍ଡର ଅଭିନନ୍ଦନ ଯାହାଙ୍କୁ ପାକିସ୍ତାନ ବାଲାକୋଟ୍‌ ଆକ୍ରମଣରେ ବନ୍ଦୀ କରିଥିଲା ଏବଂ ପାକିସ୍ତାନ ତାଙ୍କୁ ଛାଡ଼ିବା ପରେ ଭାରତର ସେ ଅସଲ ହିରୋ ହୋଇଯାଇଥିଲେ। ସେ କହିଥିଲେ ଯେ, ମୋଦି ଏବେ ମଧ୍ୟ କମାଣ୍ଡର ଅଭିନନ୍ଦନଙ୍କୁ ଭୁଲି ନାହାନ୍ତି। ଆଉ ନିର୍ବାଚନୀ ଭାଷଣରେ ସେ ଅଭିନନ୍ଦନଙ୍କୁ ମନେ ପକାଉଛନ୍ତି।

ଏଠାରେ ପାକିସ୍ତାନ ନ୍ୟୁଜ୍‌ ଆଙ୍କର ଅଭିନନ୍ଦନକୁ ବଧାଇ ବୋଲି ନ ଭାବି ୱିଙ୍ଗ୍‌ କମାଣ୍ଡର ବୋଲି ଭାବିଥିଲେ। ଆଉ ସେହି ଅନୁସାରେ ସମ୍ବାଦ ପରିବେଷଣ କରିଥିଲେ।
ପାକିସ୍ତାନର ARI ନ୍ୟୁଜ୍‌ ଚ୍ୟାନେଲ୍‌ର ଏହି ଆଙ୍କର ଭୁଲ୍‌ ତଥ୍ୟ ପରିବେଷଣ କରୁଥିବା ଏହି ଭିଡିଓ ସୋଶାଲ୍‌ ମିଡିଆରେ ଭାଇରାଲ୍‌ ହେବାରେ ଲାଗିଛି। ଏହାକୁ ଜଣେ ଟ୍ୟୁଟର୍‌ ବ୍ୟବହାରକାରୀ ତାଙ୍କ ଟ୍ୱିଟର୍‌ ପେଜ୍‌ରେ ଶେଆର୍‌ କରିଛନ୍ତି।
ଭିଡିଓ ଶେଆର୍‌ ହେଲା ପରେ ଆଙ୍କର ଜଣଙ୍କ ବହୁତ ଟ୍ରଲ୍‌ ହେବାର ଦେଖିବାକୁ ମିଳିଛି। କିପରି ଟ୍ୱିଟର୍‌ରେ ବ୍ୟବହାରକାରୀ ଆଙ୍କର୍‌ଙ୍କୁ ଟ୍ରଲ୍‌ କରି ପ୍ରତିକ୍ରିୟା ରଖିଛନ୍ତି ଦେଖନ୍ତୁ।



from Odisha Reporter http://bit.ly/2K3woAm

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages