
ନୟାଗଡ଼(ଆର୍ତ୍ତତ୍ରାଣ ପ୍ରଧାନ): ନୟାଗଡ଼ ଜିଲ୍ଲା ଦଶପଲ୍ଲା ବ୍ଲକର କନଡ଼ି ଗାଁର ଜଣେ ମହିଳା ଆମ୍ବୁଲାନ୍ସ ଭିତରେ ପ୍ରସବ କରିଛନ୍ତି। ଗାଁକୁ ରାସ୍ତା ନଥିବା ଯୋଗୁ ଏଭଳି ଘଟିଛି।
ଗାଁର ସବିତା ଜାନୀ ଗର୍ଭ ଯନ୍ତ୍ରଣା ଅନୁଭବ କରିବାରୁ ତାଙ୍କ ପରିବାର ଲୋକେ ୧୦୮ ଆମ୍ୱୁଲାନ୍ସକୁ ଫୋନ୍ କରିଥିଲେ। ହେଲେ ଗାଁକୁ ରାସ୍ତା ନଥିବାରୁ ଆମ୍ୱୁଲାନ୍ସ ଯାଇପାରି ନଥିଲା। ଅଧାବାଟରେ ଆମ୍ୱୁଲାନ୍ସ ଅଟକି ରହିଥିଲା। ତେଣୁ ଆଶାକର୍ମୀ ଓ ଆମ୍ବୁଲାନ୍ସ କର୍ମଚାରୀମାନେ ପ୍ରସୂତିଙ୍କୁ ଷ୍ଟ୍ରେଚରରେ ଏକ କିଲୋମିଟର ରାସ୍ତା ବୋହି ଆଣିବା ପରେ ଆମ୍ବୁଲାନ୍ସ ନିକଟରେ ପହଞ୍ଚାଇଥିଲେ।
ତେବେ ଆମ୍ବୁଲାନ୍ସଟି କିଛି ବାଟ ଯିବା ପରେ ମହିଳା ଜଣଙ୍କ ଏକ ପୁତ୍ର ସନ୍ତାନ ଜନ୍ମ ଦେଇଥିଲେ। ଏହାପରେ ଆମ୍ବୁଲାନସ କର୍ମଚାରୀ ଓ ଆଶାକର୍ମୀଙ୍କ ସହାୟତାରେ ସୁରକ୍ଷିତ ଭାବେ ମା’ ଓ ଛୁଆକୁ ଦଶପଲ୍ଲା ଡାକ୍ତରଖାନାକୁ ନିଆଯାଇଥିଲା। ଉଭୟ ମା’ ଓ ଛୁଆ ସୁସ୍ଥଥିବା ଜଣାପଡ଼ିଛି।
from Odisha Reporter http://bit.ly/30twoiO
No comments:
Post a Comment