ମଙ୍ଗଳବାରଠୁ ନିଖୋଜ ଥିଲେ, ଆଜି ମଳିଲା ମୃତଦେହ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, May 17, 2019

ମଙ୍ଗଳବାରଠୁ ନିଖୋଜ ଥିଲେ, ଆଜି ମଳିଲା ମୃତଦେହ

deadbody

ଦେବଗଡ଼ (ସିଦ୍ଧାର୍ଥ ଗୁରୁ): ଦେବଗଡ଼ ଜିଲ୍ଲା ରିଆମାଳ ଥାନା ଅନ୍ତର୍ଗତ ପାଲୁଣୀପଡ଼ା ଗାଁର କେନ୍ଦୁପତ୍ର ଫଡ଼ି ନିକଟସ୍ଥ ଏକ ବୁଦା ମଧ୍ୟରୁ ଜଣେ ଯୁବକଙ୍କ ଗଳିତ ମୃତଦେହ ଉଦ୍ଧାର କରାଯାଇଛି। ତାଙ୍କ ନାଁ ମନୋଜ ମହାନନ୍ଦ। ତାଙ୍କ ଘର ସେହି ଗାଁରେ। ସେ ଗତ ମଙ୍ଗଳବାର ଠାରୁ ନିଖୋଜ ଥିଲେ।

ଆଜି ସକାଳେ ମନୋଜଙ୍କ ମୃତଦେହ ବୁଦା ମଧ୍ୟରେ ପଡ଼ିଥିବା ଦେଖି କିଛି କେନ୍ଦୁପତ୍ର ତୋଳାଳୀ ପୁଲିସ୍‌କୁ  ସୂଚନା ଦେଇଥିଲେ। ପୁଲିସ୍‌ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଉଦ୍ଧାର କରିଥିଲା।

ପାରିପାର୍ଶ୍ୱିକ ପରିସ୍ଥିତିରୁ ମନୋଜଙ୍କୁ ହତ୍ୟା କରାଯାଇଥିବା ପୁଲିସ୍‌ ସନ୍ଦେହ କରୁଛି। ତେଣୁ ଅଧିକ ତଦନ୍ତ ନିମନ୍ତେ ସାଇଣ୍ଟିଫିକ୍ ଓ ଡଗ୍‌‌ ସ୍କ୍ୱାଡ୍‌ର ସହାୟତା ଲୋଡ଼ିଛି।



from Odisha Reporter http://bit.ly/2VyJXKx

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages