
ମୁମ୍ୱାଇ: କିଛି ଫିଲ୍ମ ଅଛି ଯାହାକୁ ବାରମ୍ୱାର ଦେଖିବାକୁ ମନ ହୁଏ। ଯେତେ ଦେଖିଲେ ମନ ବୁଝେନା କି ବୋର୍ ବି ଲାଗେନା। କିଏ ଡିଡିଏଲ ଦେଖି ରେକର୍ଡ କରିଛି ତ କିଏ ‘ହମ୍ ଆପକେ ହେଁ କୌନ’ ଫିଲ୍ମକୁ ୭୦ରୁ ଅଧିକ ଥର ଦେଖିଛି। ଏପରି ଏକ ଫିଲ୍ମ ହେଉଛି ବଲିଉଡ଼ ମହାନାୟକ ଅମିତାଭ ବଚ୍ଚନଙ୍କ ଫିଲ୍ମ ‘ସୂର୍ଯ୍ୟବଂଶମ’। ଏଥିରେ ଅମିତାଭ ଡବଲ ରୋଲ କରିଥିଲେ। ୨୦ ବର୍ଷ ତଳେ ରିଲିଜ ହୋଇଥିବା ଏହି ଫିଲ୍ମ ସେତେବେଳେ ସୁପର ହିଟ୍ ହୋଇଥିଲା। ହେଲେ ଆଜି ମଧ୍ୟ ଲୋକଙ୍କର ଏହି ଫିଲ୍ମ ପ୍ରତି ଓ ଅମିତାଭଙ୍କ ପ୍ରତି ଭଲ ପାଇବା କମି ନାହିଁ।

ଏବେ ବି ଟିଭି ପରଦାରେ ‘ସୂର୍ଯ୍ୟବଂଶମ’ ଆସିଲେ ପରିବାର ସହ ବସି ଯାଉଛନ୍ତି ସମସ୍ତେ । ତେଣୁ ବିଭିନ୍ନ ଟିଭି ଚ୍ୟାନେଲ ବି ୨୦ ବର୍ଷ ହେଲା ଏହାକୁ କିଛି ଦିନ ବ୍ୟବଧାନରେ ପ୍ରସାରିତ କରିବାକୁ ଲାଗି ପଡୁଛନ୍ତି। ଏହାକୁ କିଛି ଲୋକ ଜବରଦସ୍ତି ଏହି ଫିଲ୍ମର ପ୍ରସାରଣ କରାଯାଉଥିବା ଅଭିଯୋଗ ଆଣିଛନ୍ତି। ଆଉ ଏହାର ଜବାବ ରଖିଛନ୍ତି ବିଗ୍ ବି।
ଏକ ଟ୍ୱିଟ୍କୁ ରିଟ୍ୱିଟ୍ କରି ଅମିତାଭ ଲେଖିଛନ୍ତି ଯେ, ଏହା ସମ୍ପୂର୍ଣ୍ଣ ଭାବେ ମିଛ କଥା, ଯେ ସୋନି ଟିଭିରେ ‘ସୂର୍ଯ୍ୟବଂଶମ’ କୁ ଜବରଦସ୍ତି ଦର୍ଶକଙ୍କୁ ଦେଖାଯାଉଛି। ଏହାର କାରଣ ହେଉଛି ଅଧିକ ରେଟିଂ କାରଣରୁ ଏହି ଫିଲ୍ମକୁ ବାରମ୍ୱାର ପ୍ରସାରିତ କରାଯାଉଛି। ସେଟ ମାକ୍ସ ଓ ସୋନି ଚ୍ୟାନେଲ ପକ୍ଷରୁ ଏକ ସ୍ପଷ୍ଟିକରଣ ଜରିଆରେ ବିଗତ ୨୦ ବର୍ଷ ମଧ୍ୟରେ ଏହି ଫିଲ୍ମର ରେଟିଂ ବିଷୟରେ ଦର୍ଶକଙ୍କୁ ଜଣାଇ ଦେବା ଉଚିତ।
indeed
https://t.co/iwNF5VwqVw
— Amitabh Bachchan (@SrBachchan) May 21, 2019
୧୯୯୯ ମସିହାରେ ରିଲିଜ ହୋଇଥିବା ଏହି ଫିଲ୍ମରେ ଅମିତାଭ ଡବଲ ରୋଲ ପ୍ଲେ କରିଥିଲେ। ଉଭୟ ବାପ ପୁଅ ଭୂମିକାରେ ସେ ନଜର ଆସିଥିଲେ। ୭ କୋଟିର ବଜେଟରେ ନିର୍ମିତ ଏହି ଫିଲ୍ମ ମୋଟ ୧୨ କୋଟିରୁ ଊର୍ଦ୍ଧ୍ୱ ବିଜନେସ୍ କରିଥିଲା।
from Odisha Reporter http://bit.ly/2JxtTHm


No comments:
Post a Comment