ଚାଉଳ ବୋଝେଇ ଗାଡ଼ି ଜବତ କରି ପୁଲିସ ଜିମା ଦେଲେ ଗାଁ ଲୋକେ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, May 18, 2019

ଚାଉଳ ବୋଝେଇ ଗାଡ଼ି ଜବତ କରି ପୁଲିସ ଜିମା ଦେଲେ ଗାଁ ଲୋକେ

ବାଙ୍କୀ (ସଞ୍ଜିବ କୁମାର ନାୟକ): ‘ଫୋନି’ ବାତ୍ୟା ବିପନ୍ନଙ୍କ ମୁହଁରେ ଦାନା ଦେବା ପାଇଁ ସରକାର ଚାଉଳ ଯୋଗାଇଥିଲେ। ମାତ୍ର ଏହି ଚାଉଳକୁ ବାଟମାରଣା କରାଯାଉଥିବା ଅଭିଯୋଗ ହୋଇଛି। ଆଜି ଏପରି ଅଭିଯୋଗ କଟକ ଜିଲ୍ଲା ବାଙ୍କୀ ଥାନା ଅଞ୍ଚଳରୁ ଆସିଛି। ସ୍ଥାନୀୟ ଲୋକେ ଚାଉଳ ବୋଝେଇ ଗାଡ଼ିକୁ ଜବତ କରି ଥାନାକୁ ଖବର ଦେଇଛନ୍ତି।

ବାଙ୍କୀ ଥାନା ଅନ୍ତର୍ଗତ ବିଲିପଦା ଗାଁରୁ ଏକ ଟାଟା ଏସି ଗାଡ଼ିରେ ୧୦ କ୍ୱିଣ୍ଟାଲ୍‌ ଚାଉଳ ବୋଝେଇ କରି ବାଙ୍କୀ ଅଭିମୁଖେ ଯାଉଥିଲା। ଏ ସମ୍ପର୍କରେ ସ୍ଥାନୀୟ ଲୋକେ ଜାଣିପାରି ଉକ୍ତ ଚାଉଳ ବୋଝେଇ ଗାଡ଼ିକୁ ସାହାଡ଼ାପଦା ଗୌଡ଼ ସାହିରେ ଅଟକାଇ ଥିଲେ। ପରେ ଏନେଇ ବାଙ୍କୀ ଥାନାକୁ ଖବର ଦେଇଥିଲେ। ମାତ୍ର ପୁଲିସ ଘଟଣା ସ୍ଥଳରେ ପହଞ୍ଚିନଥିବା ଅଭିଯୋଗ ହୋଇଥିଲା। ତେବେ ଏନେଇ ବୈଦ୍ୟୁତିକ ଗଣମାଧ୍ୟମରେ ଖବର ପରିବେଷଣ ପରେ ଘଣ୍ଟାଏ ବିଳମ୍ୱରେ ପୁଲିସ ଘଟଣାସ୍ଥଳରେ ପହଞ୍ଚି ଚାଉଳ ଜବତ କରିଥିଲା।

ତେବେ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ବିଷୟ ହେଉଛି, ଏତେ ପରିମାଣର ସରକାରୀ ଚାଉଳ ଚାଲାଣ ହେଉଥିବା ବେଳେ ଜବତ କରାଗଲା। ମାତ୍ର ଯୋଗାଣ ବିଭାଗ କିମ୍ୱା ବିଡିଓ ଏନେଇ ଥାନାରେ ଅଭିଯୋଗ କରୁନାହାନ୍ତି। ତେଣୁ ଘଟଣାକୁ ସମସ୍ତେ ମିଳିମିଶି ଚାପି ଦେବାକୁ ଉଦ୍ୟମ କରୁଛନ୍ତି ବୋଲି ସାଧାରଣରେ ଆଲୋଚନା ହେଉଛି।

ସ୍ଥାନୀୟ ବାସିନ୍ଦା ପ୍ରଣବ ମହାପାତ୍ର କହିଛନ୍ତି-“ବାତ୍ୟା ‘ଫୋନି’ ଯୋଗୁ ଲୋକେ ନାନା ଅସୁବିଧାରେ ପଡ଼ୁଛନ୍ତି। ବିପନ୍ନମାନେ ଖାଇବାକୁ ପାଉନାହାନ୍ତି। ମାତ୍ର ଜିଲ୍ଲାପରିଷଦ ପ୍ରାର୍ଥୀ ମହାଶୟ ଗରିବଙ୍କୁ ପିଡିଏସ୍‌ ଚାଉଳ ଚୋରା ଚାଲାଣ କରୁଛନ୍ତି। ଏ ସମ୍ପର୍କରେ ଆମେ ଜାଣି ଗାଡ଼ି ଚାଳକଙ୍କୁ ଚାଉଳ ସମ୍ପର୍କରେ ପଚାରିଥିଲୁ। ମାତ୍ର ସେ କୌଣସି ସନ୍ତୋଷଜନକ ଉତ୍ତର ଦେବା ପରିବର୍ତ୍ତେ ଚାଉଳ ବୋଝେଇ ଗାଡ଼ିକୁ ନିଜ ଘର ଭିତରକୁ ପୂରାଇ ଦେଇଥିଲେ। ଏହି ଘଟଣାର ତଦନ୍ତ କରି ଅଭିଯୁକ୍ତଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଆମେ ଦାବି କରୁଛୁ।”



from Odisha Reporter http://bit.ly/2JQFL6r

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages