
ଡୁବଲିନ୍: ପ୍ରଥମଥର ପାଇଁ କୌଣସି ତ୍ରି-ରାଷ୍ଟ୍ରୀୟ ଦିନିକିଆ ଶୃଙ୍ଖଳା ଜିତି ବାଂଲାଦେଶ ନୂଆ ରେକର୍ଡ କରିଛି। ଆୟାର୍ଲ୍ୟାଣ୍ଡର ଡବଲିନ୍ରେ ଚାଲିଥିବା ତ୍ରି-ରାଷ୍ଟ୍ରୀୟ ଶୃଙ୍ଖଳାର ଫାଇନାଲ୍ ମ୍ୟାଚ୍ରେ ବାଂଲାଦେଶ ଶକ୍ତିଶାଳୀ ୱେଷ୍ଟଇଣ୍ଡିଜକୁ ପରାସ୍ତ କରି ଏହି ରେକର୍ଡ କରିଛି। ବାଂଲାଦେଶ ପକ୍ଷରୁ ପ୍ରଥମ କ୍ରିକେଟ୍ର ଭାବେ ମୋସାଡେକ ହୋସେନ୍ ୨୦ଟି ବଲ୍ରେ ଅର୍ଦ୍ଧଶତକ ହାସଲ କରିବାର କୀର୍ତ୍ତିମାନ ସ୍ଥାପନ କରିଛନ୍ତି। ଏହି ମ୍ୟାଚରେ ବାଂଲାଦେଶ ୭ଟି ବଲ୍ ପୂର୍ବରୁ ୫ ୱିକେଟ୍ରେ ବିଜୟ ଲାଭ କରିଛି।
ବର୍ଷା ବାଧାପ୍ରାପ୍ତ ମ୍ୟାଚ୍ରେ ୱେଷ୍ଟଇଣ୍ଡିଜ୍ ପ୍ରଥମେ ବ୍ୟାଟିଂ କରି ୨୪ ଓଭର୍ରେ ୧୫୨ ରନ୍ କରିଥିଲା। ତେବେ ଡିଏଲଏସ୍ ମେଥଡ୍ରେ ବାଂଲାଦେଶକୁ ୨୧୦ ରନ୍ର ଟାର୍ଗେଟ ମିଳିଥିଲା। ଏହି ଟାର୍ଗେଟକୁ ବାଂଲାଦେଶ ୨୨.୫ ଓଭରରେ ହାସଲ କରି ନେଇଥିଲା। ବାଂଲାଦେଶ ପକ୍ଷରୁ ସୌମ୍ୟ ସରକାର ୬୬ ରନ୍ କରିଥିବା ବେଳେ ଶେଷ ଭାଗରେ ହୋସେନ୍ ୨୭ଟି ବଲ୍ରେ ଅପରାଜିତ ୫୨ ରନ୍ କରି ଟିମ୍କୁ ଜିତାଇଥିଲେ। ତାଙ୍କୁ ମୁଶଫିକର ରହିମ (୩୬) ଓ ମାମଦ୍ଦୁଲା ୧୯* ଭରପୂର ସହଯୋଗ କରିଥିଲେ।
ଏହି ତ୍ରି-ରାଷ୍ଟ୍ରୀୟ ସିରିଜ୍ଟି ବାଂଲାଦେଶ, ୱେଷ୍ଟଇଣ୍ଡିଜ୍ ଏବଂ ଆୟାର୍ଲ୍ୟାଣ୍ଡ ମଧ୍ୟରେ ଖେଳା ଯାଉଥିଲା।
from Odisha Reporter http://bit.ly/2Jsd0Od
No comments:
Post a Comment