ଶପଥ ସମାରୋହରେ ନବୀନଙ୍କ ଭାଇ-ଉଭଣୀ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, May 29, 2019

ଶପଥ ସମାରୋହରେ ନବୀନଙ୍କ ଭାଇ-ଉଭଣୀ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର):ଲଗାତର ପଞ୍ଚମ ଥର ପାଇଁ ଆଜି ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଛନ୍ତି ନବୀନ ପଟ୍ଟନାୟକ। ରାଜ୍ୟପାଳ ଗଣେଶୀ ଲାଲ୍ ତାଙ୍କୁ  ପଦ ଓ ଗୋପନୀୟତାର ଶପଥ ପାଠ କରାଇଛନ୍ତି। ତେବେ ଆଜିର ଏହି ଶପଥ ପାଠ ଉତ୍ସବ ରାଜଭବନରେ କରା ନଯାଇ ପ୍ରଥମ ଥର ପାଇଁ ଭୁବନେଶ୍ୱର ପ୍ରଦର୍ଶନୀ ପଡ଼ିଆରେ  ଆୟୋଜନ କରାଯାଇଥିଲା । ଏହି ସମୋରୋହରେ ବିଜେଡିର ୨୦ ଜଣିଆ ମନ୍ତ୍ରିମଣ୍ଡଳ ଶପଥ ନେଇଛନ୍ତି। ଏହି ଭବ୍ୟ ସମାରୋହରେ ବହୁ ବିଶିଷ୍ଟ ବ୍ୟକ୍ତି ଯୋଗ ଦେଇଥିଲେ।

ଅତିଥିଙ୍କ ମଧ୍ୟରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବଡ଼ ଭାଇ ପ୍ରେମ ପଟ୍ଟନାୟକ ଓ ଭଉଣୀ ଗୀତା ମେହେଟ୍ଟା ଉପସ୍ଥିତ ଥିଲେ। ଏଥିସହ ବିଜୁ ଜନତା ଦଳର ନବ ନିର୍ବାଚିତ ବିଧାୟକ ଓ ସାଂସଦମାନେ ମଧ୍ୟ ଯୋଗ ଦେଇଥିଲେ।

ଏହାସହ କଂଗ୍ରେସ ନେତା ନରସିଂହ ମିଶ୍ର ଓ ତାରା ପ୍ରସାଦ ବାହିନୀ ପତି ଉପସ୍ଥିତ ଥିଲେ। ଏହି ସମାରୋହରେ ଶିଳ୍ପପତି ଓ କଳାକାରଙ୍କ ମଧ୍ୟ ଉପସ୍ଥିତ ଥିଲେ। ତେବେ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ଭିକେ. କାର୍ତ୍ତିକେୟନ ପାଣ୍ଡିଆନ ମଧ୍ୟ ଉପସ୍ଥିତ ଥିଲେ।



from Odisha Reporter http://bit.ly/2MiovK8

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages