ପାଟନା: ଲୋକସଭା ନିର୍ବାଚନରେ ବିହାରରେ ରାଷ୍ଟ୍ରୀୟ ଜନତା ଦଳ ଶୋଚନୀୟ ପରାଜୟ ବରଣ କରିଛି। ଏହାପରେ ଦଳର କିଛି ନେତା ଓ ବିଧାୟକ ସୁପ୍ରିମୋ ଲାଲୁ ଯାଦବଙ୍କ ପୁଅ ତେଜସ୍ୱୀ ଯାଦବଙ୍କୁ ଦଳୀୟ ପଦବୀରୁ ଇସ୍ତଫା ଦେବା କହିଛନ୍ତି। ଯାହାକୁ ନେଇ ଏବେ ଆରଜେଡି ନେତୃତ୍ୱ ଦୁଇ ଫାଳ ହୋଇଛି। ଦଳର ଏଭଳି ସ୍ଥିତିରେ ତେଜସ୍ୱୀ ଯାଦବଙ୍କ ସମର୍ଥନରେ ବାହାରିଛନ୍ତି ବଡ଼ ଭାଇ ତେଜ ପ୍ରତାପ। ସେ କହିଛନ୍ତି ଯେଉଁମାନେ ତେଜସ୍ୱୀଙ୍କ ନେତୃତ୍ୱରେ ଅସନ୍ତୁଷ୍ଟ, ସେମାନେ ଦଳ ଛାଡି ଚାଲିଯିବା ଉଚିତ।
ନିକଟରେ ଆରଜେଡି ବିଧାୟକ ମହେଶ୍ୱର ଯାଦବ ଆରଜେଡିରେ ପରିବାରବାଦ ବଢ଼ୁଥିବା କହିଥିଲେ। ଆଗାମୀ ଦିନରେ ଏହି ପରିବାରବାଦ ଦଳକୁ ଭାଙ୍ଗି ଦେବ ବୋଲି ସେ କହିଥିଲେ। ତେଣୁ ଦଳର ବରିଷ୍ଠ ନେତାଙ୍କୁ ଦାୟିତ୍ୱ ଦେବାକୁ ମହେଶ୍ୱର ଯାଦବ କହିଥିଲେ। ନିର୍ବାଚନ ବେଳେ ମଧ୍ୟ ତେଜପ୍ରତାପ ଯାଦବ ଦଳରେ ଟିକେଟ ବଣ୍ଟନକୁ ନେଇ ଅସନ୍ତୋଷ ପ୍ରକାଶ କରିଥିଲେ। ଏହାପରେ ତେଜସ୍ୱୀଙ୍କ ନେତୃତ୍ୱରେ ଆରଜେଡି ଯେଉଁଠି ପ୍ରାର୍ଥୀ ଦେଇଥିଲା ସେହି ସ୍ଥାନରେ ତେଜ ପ୍ରତାପ ମଧ୍ୟ ଲାଲୁ-ରାବ୍ରି ମୋର୍ଚ୍ଚା ଗଢ଼ି ପ୍ରାର୍ଥୀ ଦେଇଥିଲେ।
from Odisha Reporter http://bit.ly/2wpP3yn
No comments:
Post a Comment