
ଲକ୍ଷ୍ନୌ: ସମାଜବାଦୀ ପାର୍ଟି ସୁପ୍ରିମୋ ତଥା ଉତ୍ତର ପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ଅଖିଲେଶ ସିଂହ ଯାଦବ ଏବେର ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ସହ ଏକ ଘରୋଇ ବିମାନରେ ବସି ପୁରି ଓ ତରକାରୀ ଖାଉଥିବାର ଏକ ଫଟୋ ସୋଶାଲ ମିଡିଆରେ ପୋଷ୍ଟ କରିଛନ୍ତି।
ତେବେ ଆପଣଙ୍କୁ କହି ରଖୁଛୁ ଯେ ଅଖିଲେଶଙ୍କ ସହ ଗେରୁଆ ବସ୍ତ୍ର ପିନ୍ଧି ବସିଥିବା ବ୍ୟକ୍ତି ଜଣଙ୍କ ଯୋଗୀ ଆଦିତ୍ୟନାଥ ନୁହନ୍ତି। ଯୋଗୀଙ୍କ ଭଳି ଦେଖାଯାଉଥିବା ଜଣେ ଅବିକଳ ବ୍ୟକ୍ତି ଅଟନ୍ତି। ତାଙ୍କ ନାମ ସୁରେଶ ଠାକୁର। ସେ ଅବିକଳ ଯୋଗୀ ଆଦିତ୍ୟନାଥଙ୍କ ପରି ଦେଖାଯାଉଛନ୍ତି। ସମାଜବାଦୀ ପାର୍ଟି ଚଳିତ ନିର୍ବାଚନର ପ୍ରଚାରରେ ସୁରେଶଙ୍କୁ ସାମିଲ କରିଥିବା ଦେଖିବାକୁ ମିଳିଛି। ବାବା ବୋଲି ତାଙ୍କ ନାମ ରଖିଛି ସମାଜବାଦୀ ପାର୍ଟି।
जब उन्होंने हमारे जाने के बाद मुख्यमंत्री आवास को गंगा जल से धोया था तब हमने भी तय कर लिया था कि हम उनको पूड़ी खिलाएँगे! pic.twitter.com/9GubzO1hOW
— Akhilesh Yadav (@yadavakhilesh) May 15, 2019
ଏସପି ସୁପ୍ରିମୋ ଟ୍ୱିଟ୍ କରିଥି୍ବା ଫଟୋରେ ଉଲ୍ଲେଖ କରିଛନ୍ତି ଯେ, ‘ମୁଁ ମୁଖ୍ୟମନ୍ତ୍ରୀ ନିବାସ ଛାଡିବା ପରେ ଯୋଗୀ ଆଦିତ୍ୟନାଥ ସେହି ଘରକୁ ଗଙ୍ଗା ଜଳରେ ଧୋଇଥିଲେ। ସେହି ଦିନ ମୁଁ ନିଷ୍ପତ୍ତି ନେଇଥିଲି ଯେ ଆପଣଙ୍କୁ ପୁରୀ ଖୁଆଇବି’।
୨୦୧୨ରୁ ୨୦୧୭ ଅଖିଲେଶ ଯାଦବ ଉତ୍ତର ପ୍ରଦେଶର ମୁଖ୍ୟମନ୍ତ୍ରୀ ଥିଲେ। ୟୁପି ବିଧାନସଭା ନିର୍ବାଚନରେ ବିଜେପିକୁ ଜନାଦେଶ ମିଳିବା ପରେ ଯୋଗୀ ଆଦିତ୍ୟନାଥଙ୍କ ବିଜେପି ମୁଖ୍ୟମନ୍ତ୍ରୀ କରିଥିଲା। ଅଖିଲେଶ ମୁଖ୍ୟମନ୍ତ୍ରୀ ନିବାସ ଛାଡ଼ିବା ପରେ ଯୋଗୀ ଗଙ୍ଗା ଜଳରେ ମୁଖ୍ୟମନ୍ତ୍ରୀ ନିବାସକୁ ଧୋଇଥିଲେ।
from Odisha Reporter http://bit.ly/2WJKwCo
No comments:
Post a Comment