ଆରାମ ନେବା ସତ୍ତ୍ୱେ କମୁନି ଥକ୍କାପଣ, ଜାଣିଛନ୍ତି ଏହା କେଉଁ ବେମାର ? - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, May 15, 2019

ଆରାମ ନେବା ସତ୍ତ୍ୱେ କମୁନି ଥକ୍କାପଣ, ଜାଣିଛନ୍ତି ଏହା କେଉଁ ବେମାର ?

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର):  ସବୁବେଳେ ଶରୀର ଦରଜ ଲାଗିବା, ବିନ୍ଧାବିନ୍ଧି କରିବା, କାମ କରିବାକୁ ଇଚ୍ଛା ନ ହେବା, ଅଳ୍ପ କାମ କଲେ ଥକ୍କାପଣ ଅନୁଭବ ହେବା ଆଦି ସମସ୍ୟା ଆଜିକାଲି ପ୍ରାୟତଃ ସମସ୍ତଙ୍କ ମୁହଁରୁ ଶୁଣିବାକୁ ପାଇବେ । ଆମେ ଏହାକୁ ଖାମଖିଆଲି ଭାବେ ନେଇଥାଉ , ଗୁରୁତ୍ୱ ଦେଇ ନ ଥାଉ। କିନ୍ତୁ ଏହି ଭୁଲ କରନ୍ତୁ ନାହିଁ। ଯଦି ଆପଣ ସବୁବେଳେ ଥକ୍କାପଣ ଅନୁଭବ କରୁଛନ୍ତି, ତା ହେଲେ ଏକ ଗମ୍ଭୀର ବେମାରରେ ଆକ୍ରାନ୍ତ ହୋଇଥିବାର ଆଶଙ୍କା ରହିଛି।

ଏହା ଜଟିଳ ରୋଗ ଶ୍ରେଣୀରେ ଆସୁଥିବା ଏକ ଗମ୍ଭୀର ମାନସିକ ବେମାର ଅଟେ। ଯେଉଁଥିରେ ବ୍ୟକ୍ତିଙ୍କୁ ଲମ୍ୱା ସମୟ ପର୍ଯ୍ୟନ୍ତ ଥକ୍କାପଣ ଅନୁଭବ ହୋଇଥାଏ। ଆରାମ କରିବା ସତ୍ତ୍ୱେ ଏହା କମିବା ପରି ଲାଗେ ନାହିଁ। ଏଥିଯୋଗୁ ବ୍ୟକ୍ତି ନିଜ ଦୈନଦିନ କାମକୁ ମଧ୍ୟ ଠିକ୍‌ ଭାବେ ପୂରା କରି ପାରି ନ ଥାଏ। ଏହାକୁ ‘ କ୍ରୋନିକ ଫେଟିଗ୍‌ ସିଣ୍ଡ୍ରୋମ୍‌ ’ କୁହାଯାଏ।

ଏହାର ଉପଚାର ମଧ୍ୟ ସହଜ ନୁହେଁ। ଏହାର ମୁଖ୍ୟ କାରଣ ହେଲା ଏପରି ବେମାରକୁ ଚିହ୍ନଟ କରିବା ଲାଗି କୌଣସି ପରୀକ୍ଷା ନାହିଁ। ଆଉ ପ୍ରତି ବ୍ୟକ୍ତିଙ୍କ କ୍ଷେତ୍ରରେ ଏହାର ଅଲଗା ଲକ୍ଷଣ ଦେଖା ଦେଉଥିବାରୁ ଏହାକୁ ଚିହ୍ନଟ କରି ଉପଚାର କରିବା ମଧ୍ୟ ସମ୍ଭବ ହୋଇ ପାରେ ନାହିଁ। ଏହି ରୋଗର ଲକ୍ଷଣ ଅନ୍ୟ ରୋଗର ଲକ୍ଷଣ ସହ ମେଳ ଖାଉଥିବାରୁ ଏହା କେଉଁ ବେମାର ତାହା  ଜାଣିବା ପ୍ରଥମେ କଷ୍ଟକର ହୋଇପଡେ। ଯେପରି ଆଣ୍ଠୁ ଗଣ୍ଠି ଦରଜ, ଧ୍ୟାନ କେନ୍ଦ୍ରିତ କରିବାରେ ସମସ୍ୟା, ଅହରହ ମୁଣ୍ଡବିନ୍ଧା ହେବା, ନିଦ ନ ହେବା, ଚିନ୍ତା ଲାଗି ରହିବା, ସହନ ଶକ୍ତି କମିଯିବା ଆଦି ଏହାର ପ୍ରମୁଖ ଲକ୍ଷଣ ଅଟେ।

ବହୁ ଗବେଷଣା ସତ୍ତ୍ୱେ ଏହି ରୋଗ ଠିକ୍‌ ହେବାର ବାଟ ମିଳି ପାରି ନାହିଁ। ଏହାମଧ୍ୟରେ ସଂକ୍ରମଣ, କମ୍‌ ରକ୍ତଚାପ, ଶରୀରରୁ ଆବଶ୍ୟକ ପୋଷଣ କମିଯିବା, ରୋଗ ପ୍ରତିରୋଧ କ୍ଷମତା କମିଯିବା ଆଦି ସମସ୍ୟା ମଧ୍ୟ ରହିଛି। ଏହି ରୋଗର ସେପରି କିଛି ବିଶେଷ ଉପଚାର ଉପଲବ୍ଧ ନାହିଁ। କିନ୍ତୁ ଡାକ୍ତରଙ୍କ ପରାମର୍ଶ ଅନୁଯାୟୀ ଉପଚାର କଲେ ଏହି ସମସ୍ୟାରୁ କିଛି ମାତ୍ରାରେ ଉପଚାର ମିଳିପାରିବ। ଯେପରି କି ନିଦ ଆସିବାରେ ଅସୁବିଧା, ଅବସାଦ, କଷ୍ଟ, ଚିନ୍ତା ଆଦି କିଛି ମାତ୍ରାରେ କମିଯାଇପାରେ।



from Odisha Reporter http://bit.ly/2LV0WqS

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages