ପରାସ୍ତ ହେଲେ ୭ ପୂର୍ବତନ ମୁଖ୍ୟମନ୍ତ୍ରୀ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, May 24, 2019

ପରାସ୍ତ ହେଲେ ୭ ପୂର୍ବତନ ମୁଖ୍ୟମନ୍ତ୍ରୀ

ନୂଆଦିଲ୍ଲୀ: ୨୦୧୯ ସାଧାରଣ ନିର୍ବାଚନ ଫଳାଫଳ ଅନେକ ହେଭିୱେଟ୍‌ଙ୍କ ରାଜନୀତିକ କ୍ୟାରିୟର ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି। ବିଶେଷ କରି ଅନେକ କଂଗ୍ରେସ ହେଭିୱେଟ୍‌ ଚଳିତ ନିର୍ବାଚନରେ ପରାଜୟର ସ୍ୱାଦ ଚାଖିଛନ୍ତି। ତେବେ ପରାଜୟ ପ୍ରାର୍ଥୀଙ୍କ ମଧ୍ୟରେ ୭ ଜଣ ପୂର୍ବତନ ମୁଖ୍ୟମନ୍ତ୍ରୀ ରହିଛି।

୩ ଥର ଦିଲ୍ଲୀରୁ ମୁଖ୍ୟମନ୍ତ୍ରୀ ହୋଇଥିବା ଶିଲା ଦିକ୍ଷୀତ ଉତ୍ତର ପୂର୍ବ ଦିଲ୍ଲୀରୁ କଂଗ୍ରେସ ଟିକେଟ୍‌ରେ ଲଢ଼ି ପରାସ୍ତ ହୋଇଛନ୍ତି। ସେହିପରି ଉତ୍ତରାଖଣ୍ଡର ପୂର୍ବତନ ମୁଖ୍ୟମନ୍ତ୍ରୀ ହରିଶ ରାୱତ ନୈନତାଲ-ଉଦ୍ଧମସିଂହ ନଗରରୁ ପରାସ୍ତ ହୋଇଛନ୍ତି। ପୂର୍ବତନ ହରିଆଣା ମୁଖ୍ୟମନ୍ତ୍ରୀ ଭୂପେନ୍ଦ୍ର ସିଂହ ହୁଡ୍ଡା ସୋନପିତ, ମଧ୍ୟପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ଦିଗବିଜୟ ସିଂହ ଭୋପାଲ, ସୋଲାପୁରରୁ ପ୍ରାର୍ଥୀ ହୋଇଥିବା ମହାରାଷ୍ଟ୍ରର ପୂର୍ବତନ ମୁଖ୍ୟମନ୍ତ୍ରୀ ସୁଶିଲ ସିନ୍ଧେ, ତୁରାରୁ ପ୍ରାର୍ଥୀ ହୋଇଥିବା ମେଘାଳୟର ପୂର୍ବତନ ମୁଖ୍ୟମନ୍ତ୍ରୀ ମୁକୁଲ ସାଙ୍ଗମା ଓ ଚିକ୍କାବାଲପୁରରୁ ପ୍ରାର୍ଥୀ ହୋଇଥିବା କର୍ଣ୍ଣାଟକାର ପୂର୍ବତନ ମୁଖ୍ୟମନ୍ତ୍ରୀ ବିରାପ୍ପା ମୋଇଲୀ ପରାଜୟ ବରଣ କରିଛନ୍ତି।



from Odisha Reporter http://bit.ly/2W0DwEP

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages