
ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର):ପରାଜୟ ପରେ ବିଜେପିର ବରିଷ୍ଠ ନେତା ଦାମ ରାଉତ ପ୍ରତିକ୍ରିୟା ରଖିଛନ୍ତି। ସେ କହିଛନ୍ତି ଯେ, ଓଡ଼ିଶାବାସୀଙ୍କ ମନରେ ଏବେବି ବିଜୁବାବୁଙ୍କ ପ୍ରତି ଅନୁରାଗ ରହିଛି। ନିର୍ବାଚନ ପୂର୍ବରୁ ପରିସ୍ଥିତି ଅଲଗା ଜଣାପଡୁଥିଲା। ଏବେ ଭାବୁଛି ବିଜୁମୟ ଓଡ଼ିଶାକୁ ଲୋକେ ମୋଦିମୟ କରିବାକୁ କୁଣ୍ଠିତ।
ବିଜୁଙ୍କ ପ୍ରତି ଥିବା ସମ୍ବେଦନଶୀଳ ଭାବ ଏବେବି କାମ କରୁଛି। ନିଜ ପରାଜୟ ନେଇ କାରଣ ମଧ୍ୟ ରଖିଲେ ଦାମ। କହିଛନ୍ତି ୪୫ ବର୍ଷ ବିଜୁ ଲିଗାସିରେ ରହି ହଠାତ୍ ପରିବର୍ତ୍ତନକୁ ଗ୍ରହଣ କଲେନି ଲୋକେ।
ସମ୍ଭବତଃ ସେଥିପାଇଁ ମୋ ପୁଅ ଜିତିଲା ମୁଁ ହାରିଲି ବୋଲି କହିଛନ୍ତି ଦାମ। ବିଜୁ ଲିଗାସି ସହ ସରକାରୀ କଳର ବ୍ୟବହାର ଅନ୍ୟ ଏକ କାରଣ ବୋଲି ଦାମ କହିଛନ୍ତି। ସୂଚନା ଯୋଗ୍ୟ ଯେ, ଦାମ ଏଥର ବାଲିକୁଦା ଏରସମାରୁ ପ୍ରତିଦ୍ୱନ୍ଦିତା କରୁଥିଲେ।
from Odisha Reporter http://bit.ly/2HQRiAd
No comments:
Post a Comment