ଭୁବନେଶ୍ୱରରେ ଫୋନି ନେଲା ୫ ଜୀବନ; ମୃତ୍ୟୁ ସଂଖ୍ୟା ୨୯ ଛୁଇଁଲା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, May 5, 2019

ଭୁବନେଶ୍ୱରରେ ଫୋନି ନେଲା ୫ ଜୀବନ; ମୃତ୍ୟୁ ସଂଖ୍ୟା ୨୯ ଛୁଇଁଲା

bbsrfani

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ‘ଫୋନି’ ଚାଲିଯିବାର ଦୁଇ ଦିନ ପରେ ଧୀରେ ଧୀରେ ଜଣାପଡୁଛି ଏହାର ଭୟଙ୍କର ତାଣ୍ଡବ ଲୀଳା ସଂପର୍କରେ। ‘ଫୋନି’ ରାଜଧାନୀରେ ୫ ଜଣଙ୍କ ଜୀବନ ନେଇଥିବା ସୂଚନା ମିଳିଛି। ସେମାନେ ହେଲେ ଶିରିପୁର ଅଞ୍ଚଳର ବିଭୂତି ପ୍ରଧାନ, ନନ୍ଦନ କାନନ ଅଞ୍ଚଳର ବସନ୍ତ ରାଉତ ଓ ଚନ୍ଦ୍ରଶେଖରପୁର ତାରିଣୀ ବସ୍ତିର ପ୍ରତାପ ପରିଡ଼ା। ଅନ୍ୟ ଦୁଇ ଜଣଙ୍କ ପରିଚୟ ମିଳିପାରି ନାହିଁ। ତେବେ ସେମାନଙ୍କ ମଧ୍ୟରୁ ଜଣେ ସହିଦ ନଗର କାଳୀ ମନ୍ଦିର ଅଞ୍ଚଳର ଓ ଅନ୍ୟ ଜଣେ ଜଟଣୀ ଅଞ୍ଚଳର ବୋଲି ଜଣାପଡ଼ିଛି।

ଏହି ୫ ଜଣଙ୍କ ମଧ୍ୟରୁ ୩ ଜଣଙ୍କ ଉପରେ ଗଛ ପଡ଼ି ଯାଇଥିଲା। ଆଉ ଦୁଇ ଜଣଙ୍କ ଉପରେ ଆଜ୍‌ବେଷ୍ଟସ୍‌ ପଡ଼ିଯାଇଥିବା ଜଣାପଡ଼ିଛି।

ଏହି ୫ ଜଣଙ୍କୁ ମିଶାଇ ରାଜ୍ୟରେ ‘ଫୋନି’ ମୃତ୍ୟୁ ସଂଖ୍ୟା ୨୯ରେ ପହଞ୍ଚିଛି। ପୁରୀରେ ୧୨ ଜଣଙ୍କ ମୃତ୍ୟୁ ଘଟିଥିବା ସୂଚନା ମିଳିଛି।

ସୂଚନାଯୋଗ୍ୟ, ଫୋନିରେ ଭୁବନେଶ୍ୱରରେ ବ୍ୟାପକ କ୍ଷୟକ୍ଷତି ହୋଇଛି। ବିଭିନ୍ନ ବସ୍ତି ଅଞ୍ଚଳରେ ଘର ଭାଙ୍ଗି ଯାଇଥିବା ବେଳେ ଅନେକ ଛୋଟ ଦୋକାନ କ୍ଷତିଗ୍ରସ୍ତ ହୋଇଛନ୍ତି। ବହୁ ଗଛ ଉପୁଡ଼ି ପଡ଼ିଛି ଓ ବହୁ ଗଛ ଭାଙ୍ଗିଛି। ବିଦ୍ୟୁତ୍ ଖୁଣ୍ଟ ଉପୁଡ଼ି ପଡ଼ିଛି। ବିଭିନ୍ନ ସ୍ଥାନରେ ବିଦ୍ୟୁତ୍ ତାର ଛିଣ୍ଡି ପଡ଼ିଛି। ଫଳରେ ଦୁଇ ଦିନ ହେଲା ପୂରା ସହରରେ ଅନ୍ଧକାରରେ ରହିଛି।



from Odisha Reporter http://bit.ly/2vCIcRR

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages