ପୁରୀକୁ ଟ୍ରେନ୍‌ ଗଡ଼ିବାକୁ ଆହୁରି ୭ ଦିନ ଲାଗିବ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, May 4, 2019

ପୁରୀକୁ ଟ୍ରେନ୍‌ ଗଡ଼ିବାକୁ ଆହୁରି ୭ ଦିନ ଲାଗିବ

train

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ବାତ୍ୟା ‘ଫୋନି’ ଯୋଗୁ ଭୁବନେଶ୍ୱର-ପୁରୀ ରେଳପଥ କ୍ଷତିଗ୍ରସ୍ତ ହୋଇଛି। ମୁଖ୍ୟତଃ ଖୋର୍ଦ୍ଧା ରୋଡ୍‌ରୁ ପୁରୀକୁ ଟ୍ରେନ୍‌ ଚଳାଚଳ ରୁଟ୍‌ରେ ବ୍ୟାପକ କ୍ଷୟକ୍ଷତି ହୋଇଛି। ତେଣୁ ଏହି ପଥରେ ରେଳ ଚଳାଚଳ ଲାଗି ୭ ଦିନ ଲାଗିବ ବୋଲି ପୂର୍ବତଟ ରେଳବାଇର ଲୋକ ସଂପର୍କ ଅଧିକାରୀ ଜ୍ୟୋତି ପ୍ରକାଶ ମିଶ୍ର ସୂଚନା ଦେଇଛନ୍ତି।

ରେଳବାଇ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ, ସିଗନାଲିଂ ସିଷ୍ଟମ୍‌ ସହିତ ଅନେକ ଷ୍ଟେସନ୍‌ର କୋଠା ଓ ଲେବଲ୍ କ୍ରସିଂ ଗେଟ୍ ଭାଙ୍ଗିଯାଇଛି। ପ୍ଲାଟଫର୍ମ ଶେଡ୍‌ର ୬୦ ପ୍ରତିଶତ ଛାତ ସମେତ ଫୁଟ୍‌ ଓଭର ବ୍ରିଜ୍‌ର କଭର ସିଟ୍ ଗୁଡ଼ିକ ଉଡ଼ିଯାଇଛି।

ରେଲ ଲାଇନ୍ ନଷ୍ଟ ହୋଇଥିଲେ ମଧ୍ୟ ରେଳ ଚଳାଚଳ ଲାଗି ତାକୁ ସମାୟିକ ମରାମତି କରାଯାଇଛି। ତେବେ କମ୍‌ ସମୟ ମଧ୍ୟରେ ସ୍ଥିତି ସାମାନ୍ୟ କରିବା ପାଇଁ ରେଳ ବିଭାଗ ପକ୍ଷରୁ ଜୋରସୋର ଉଦ୍ୟମ ଚାଲିଛି।

ଏହାର ଫଳସ୍ୱରୂପ କିଛି ରୁଟ୍‌ରେ ଆଂଶିକ ଟ୍ରେନ୍ ଚଳାଚଳ ଆରମ୍ଭ ହୋଇଛି। ଭଦ୍ରକ-ବିଜୟନଗର୍ ରୁଟ୍‌ରେ ଆଂଶିକ ଟ୍ରେନ୍ ଚଳାଚଳ କରୁଛି। ଭୁବନେଶ୍ୱରରୁ ମଧ୍ୟ ଟ୍ରେନ୍ ଚଳାଚଳ ଆରମ୍ଭ ହୋଇଛି। ପ୍ରଶାନ୍ତି, ରାଜଧାନୀ, କୋଣାର୍କ ଓ ହୀରାଖଣ୍ଡ ଏକ୍ସପ୍ରେସ୍ ଚଳାଚଳ ଆରମ୍ଭ କରିଛି। ଭୁବନେଶ୍ୱର-ଯଶୱନ୍ତପୁର, ଭୁବନେଶ୍ୱର-ନୂଆଦିଲ୍ଲୀ ସମତାକ୍ରାନ୍ତି ଏକ୍ସପ୍ରେସ୍ ମଧ୍ୟ ଚାଲୁଛି। ତେବେ ଭୁବନେଶ୍ୱର-ତିରୁପତି, ଭୁବନେଶ୍ୱ-ବିଶାଖାପାଟଣା ଇଣ୍ଟରସିଟିକୁ ବାତିଲ କରାଯାଇଛି। ଏ ଦୁଇଟି ଟ୍ରେନ୍ କେବେ ଠାରୁ ଚଳାଚଳ କରିବେ, ସେ ନେଇ ନିର୍ଦ୍ଦିଷ୍ଟ ଘୋଷଣା କରାଯାଇ ନାହିଁ।



from Odisha Reporter http://bit.ly/2V1nR2M

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages