ଗଣତି ଆରମ୍ଭ ପରେ ବିରୋଧୀଙ୍କ ମନରେ ଛନକା, ପୋଛି ନେବ କି ମୋଦି ହାୱା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, May 22, 2019

ଗଣତି ଆରମ୍ଭ ପରେ ବିରୋଧୀଙ୍କ ମନରେ ଛନକା, ପୋଛି ନେବ କି ମୋଦି ହାୱା

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସରକାର ପୁଣିଥରେ କ୍ଷମତା ଦଖଲ କରିବାକୁ ନେଇ ଆଶା ବାନ୍ଧିଥିବାବେଳେ ୬ସପ୍ତାହ ଧରି ଚାଲୁରହିଥିବା ଲୋକସଭା ନିର୍ବାଚନର ଭୋଟ୍‌ ଗଣତି ଆରମ୍ଭ ହୋଇସାରିଛି। ସକାଳ ୮ଟାରୁ ଗଣତି ଆରମ୍ଭ ହେବାପରେ ସମୟ ଯେତିକି ବିତୁଛି ସମସ୍ତଙ୍କ ମନରେ ଉତ୍ସାହ ସେତିକି ବଢ଼ିଚାଲିଛି। ଏକ୍‌ଜିଟ୍‌ ପୋଲ୍‌ ପ୍ରକାଶ ହେବାପରେ ବିଜେପି ନେତୃତ୍ୱାଧୀନ ଏନ୍‌ଡିଏ କ୍ଷମତା ଦଖଲ କରିବ ବୋଲି ଆକଳନ କରାଯାଇଥିଲା। ଏହାପରେ ସମସ୍ତଙ୍କ ଅଲକ୍ଷ୍ୟରେ ବିରୋଧୀ ଦଳମାନେ ସ୍ଥିତି ବଞ୍ଚିବା ନେଇ ଆଶଙ୍କାରେ ପଡ଼ିଛନ୍ତି।

କିନ୍ତୁ ଏହି ଆକଳନକୁ ବେଶ୍‌ କିଛି ବିରୋଧୀ ଦଳ ଗ୍ରହଣ କରିନଥିବା ଦେଖାଯାଇଥିଲା। ଏହି ସର୍ବେକ୍ଷଣକୁ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ତଥା ଟିଏମ୍‌ସି ମୁଖ୍ୟ ମମତା ବାନାର୍ଜୀ ବୃଥା ଗପ ବୋଲି କହିସାରିଛନ୍ତି।

୨୦୧୪ ମସିହାରେ ମଧ୍ୟ ଅଧିକାଂଶ ଆସନରେ ପରାଜୟର ସ୍ୱାଦ ଚାଖିଥିଲା କଂଗ୍ରେସ ନେତୃତ୍ୱାଧୀନ ୟୁପିଏ। ଯଦି ଏକଜିଟ୍‌ ପୋଲ୍‌କୁ ବିଶ୍ୱାସ କରାଯାଏ ୟୁପିଏ ୧୫୦ ଆସନ ଦଖଲ କରିବାରେ ମଧ୍ୟ ବିଫଳ ହେବ। ଅନ୍ୟପକ୍ଷରେ ଦେଶକୁ ସବୁଠାରୁ ଅଧିକ ୮୦ ଜଣ ସାଂସଦ ପଠାଉଥିବା ଉତ୍ତରପ୍ରଦେଶରେ ଏଥର ତ୍ରିମୁଖୀ ଲଢ଼େଇ ହେଉଛି। ଏହା ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଭୂମିକା ନେବାର ଅଛି। ଏଠାରେ ବିଜେପିର ଆସନ ସଂଖ୍ୟା କମିବାର ଆକଳନ କରାଯାଉଥିବାବେଳେ ଦଳ ପୂର୍ବ ଭାରତୀୟ ରାଜ୍ୟ ଓଡ଼ିଶା ଏବଂ ପଶ୍ଚିମବଙ୍ଗରେ ଭରଣା କରିବ ବୋଲି ଦାବି କରିଆସୁଛି।

ତେବେ ଗଣତି ଆରମ୍ଭ ପରେ ବିଜେପି ବିପୁଳ ବ୍ୟବଧାନରେ ଆଗୁଆ ଥିବା ସୂଚନା ମିଳୁଛି। ଏହା ଯଦି ବଜାୟ ରହେ କଂଗ୍ରେସକୁ ପୁଣି ବିରୋଧୀ ଦଳ ଆସନରେ ବସିବାକୁ ପଡ଼ିପାରେ।



from Odisha Reporter http://bit.ly/2wgk4VA

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages