ଇଭିଏମ ପ୍ରସଙ୍ଗରେ ଆସନ୍ତାକାଲି ବିରୋଧୀ ଦଳଙ୍କ ସହ ନିର୍ବାଚନ କମିଶନଙ୍କ ଆଲୋଚନା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, May 21, 2019

ଇଭିଏମ ପ୍ରସଙ୍ଗରେ ଆସନ୍ତାକାଲି ବିରୋଧୀ ଦଳଙ୍କ ସହ ନିର୍ବାଚନ କମିଶନଙ୍କ ଆଲୋଚନା

OPPOSITION MEET EC ON EVM

ନୂଆଦିଲ୍ଲୀ: ଇଭିଏମ୍ ଓ ଭିଭିପ୍ୟାଟ ଭୋଟ ଗଣତି ନେଇ ଆସନ୍ତାକାଲି ବିରୋଧୀଙ୍କ ସହ ଆଲୋଚନା କରିବେ ନିର୍ବାଚନ କମିଶନ। ଆଜି ୨୦ଟି ବିରୋଧୀ ଦଳ ଇଲେକ୍ଟ୍ରୋନିକ ଭୋଟିଂ ମେସିନ (ଇଭିଏମ)କୁ ନେଇ ଆପତ୍ତି ଉଠାଇଥିଲେ। ଯେଉଁଥିରେ ଭୋଟ ଗଣତି ପୂର୍ବରୁ ଆଗୁଆ ଭିଭିପ୍ୟାଟର ଭୋଟ ଗଣତି କରି ଇଭିଏମ ସହ ମିଳାଇବା ପାଇଁ ଦାବି କରିଛନ୍ତି।

ଯଦି ଭିଭିପ୍ୟାଟ ଓ ଇଭିଏମର ଭୋଟ ଗଣତି ବେଳେ କୌଣସି ଅସଙ୍ଗତି କିମ୍ୱା ତ୍ରୁଟି ରୁହେ, ତାହେଲେ ସେହି ବୁଥ ଅଥବା ନିର୍ବାଚନ ମଣ୍ଡଳୀରେ ପୁନଃ ଭୋଟିଂ ପାଇଁ ଦାବି କରିଛନ୍ତି।

ନିର୍ବାଚନ କମିଶନଙ୍କୁ ଭେଟିବା ବେଳେ ବିରୋଧୀ ଦଳ ନେତାମାନେ ଇଭିଏମକୁ ଟ୍ରକରେ ବୁହା ହେଉଥିବାର ଭିଡିଓ ସୋଶାଲ ମିଡିଆରେ ବୁଲୁଥିବା କଥା କହିଥିଲେ। ଯାହାର ଜବାବରେ ନିର୍ବାଚନ କମିଶନ କହିଛନ୍ତି ସମସ୍ତ ଇଭିଏମ ଓ ଭିଭିପ୍ୟାଟ ଷ୍ଟ୍ରଙ୍ଗ ରୁମରେ ରହିଛି। ଯାହାର ନଜର ସିସିଟିଭି ରଖିଛି। ସୋଶାଲ ମିଡିଆରେ ଇଭିଏମ ବୁହାହେଉଥିବାର ଯେଉଁ ଭିଡିଓ ଦେଖିବାକୁ ମିଳୁଛି ତାହା ନିର୍ବାଚନରେ ବ୍ୟବହାର ହୋଇନଥିବା ଇଭିଏମ ବୋଲି ନିର୍ବାଚନ କମିଶନ ସ୍ପଷ୍ଟ କରିଛନ୍ତି।

ସମସ୍ତ ଷ୍ଟ୍ରଙ୍ଗ ରୁମ୍ ୨୪ ଘଣ୍ଟିଆ ସିସିଟିଭି ନଜରରେ ଥିବା ବେଳେ କେନ୍ଦ୍ରୀୟ ସୁରକ୍ଷା ବଳ ସେଗୁଡ଼ିକୁ ଜଗିଥିବା ଏବଂ ଇଭିଏମ ଓ ଭିଭିପ୍ୟାଟକୁ ଦୁଇ ସ୍ତରୀୟ ଲକ କରାଯାଇଥିବା ନିର୍ବାଚନ କମିଶନ କହିଛନ୍ତି।



from Odisha Reporter http://bit.ly/2JTj5Cv

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages