ଟ୍ୟାଙ୍କରକୁ ପିଟିଲା କାର୍‌, ଅଳ୍ପକେ ବର୍ତ୍ତିଲେ କନକବର୍ଦ୍ଧନ ଓ ସଙ୍ଗୀତା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, May 21, 2019

ଟ୍ୟାଙ୍କରକୁ ପିଟିଲା କାର୍‌, ଅଳ୍ପକେ ବର୍ତ୍ତିଲେ କନକବର୍ଦ୍ଧନ ଓ ସଙ୍ଗୀତା

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ବିଜେପି ନେତା କନକ ବର୍ଦ୍ଧନ ସିଂହଦେଓଙ୍କ ଗାଡ଼ି ଦୁର୍ଘଟଣାଗ୍ରସ୍ତ ହୋଇଛି। ଏକ ଟ୍ୟାଙ୍କରକୁ ଶ୍ରୀ ସିଂହଦେଓଙ୍କ କାର ଧକ୍କା ଦେଇଛି। ଫଳରେ ଗାଡ଼ିର ଆଗ ଭାଙ୍ଗି ଯାଇଥିବା ବେଳେ ଅଳ୍ପକେ ବର୍ତ୍ତି ଯାଇଛନ୍ତି କନକ ବର୍ଦ୍ଧନ ସିଂହଦେଓ (କେଭି) ଓ ତାଙ୍କ ପତ୍ନୀ ସଙ୍ଗୀତା। ସୋନପୁର-ବଲାଙ୍ଗିର ରାସ୍ତାର ଖମ୍ବଶିଶିପାଲିରେ ନିକଟରେ ଏହି ଦୁର୍ଘଟଣା ଘଟିଛି।

ସୂଚନାରୁ ପ୍ରକାଶ, କେଭି ନିଜ ପତ୍ନିଙ୍କ ସହ ଆଜି ଭୁବନେଶ୍ୱରରୁ ପାଟଣାଗଡ଼ ଅଭିମୁଖେ ଯାଉଥିଲେ। ରାସ୍ତାରେ ଏକ ତେଲ ବୋଝେଇ ଟ୍ୟାଙ୍କକୁ ତାଙ୍କ ଗାଡି ଧକ୍କା ଦେଇଥିଲା। ଦୁର୍ଘଟଣାରେ କେଭି ସିଂହଦେଓଙ୍କ ଗାଡିର ସାମନା ପଟ ସଂପୂର୍ଣ୍ଣ ଭାଙ୍ଗି ଯାଇଛି। ତେବେ ଅଳ୍ପକେ କନକ ବର୍ଦ୍ଧନ ସିଂହଦେଓ ଓ ତାଙ୍କ ପତ୍ନୀ ସଂଗୀତା ସିଂହଦେଓ ବର୍ତ୍ତିଯାଇଛନ୍ତି। ପରେ ଅନ୍ୟ ଏକ ଗାଡ଼ିରେ କେଭି ଓ ସଙ୍ଗୀତା ପାଟଣାଗଡ଼ ଯାଇଛନ୍ତି।



from Odisha Reporter http://bit.ly/2Jx4PjH

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages