ଆଇଏସ୍‌କୁ ଦେଶ ଛାଡ଼ିବାକୁ ନିବେଦନ କଲେ ଶ୍ରୀଲଙ୍କା ରାଷ୍ଟ୍ରପତି - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, May 1, 2019

ଆଇଏସ୍‌କୁ ଦେଶ ଛାଡ଼ିବାକୁ ନିବେଦନ କଲେ ଶ୍ରୀଲଙ୍କା ରାଷ୍ଟ୍ରପତି

କଲମ୍ବୋ: ଶ୍ରୀଲଙ୍କାରେ ଆଇଏସ୍‌ ଆତଙ୍କବାଦୀଙ୍କ ଏପ୍ରିଲ ୨୧ ହମ୍‌ଲା ପରେ ପୂରା ଦେଶ ଏବେ ବି ସ୍ତବ୍ଧ ହୋଇ ରହିଛି। ଆଗକୁ ମଧ୍ୟ ଆଇଏସ୍‌ ଆତଙ୍କବାଦୀମାନେ ଶ୍ରୀଲଙ୍କାରେ ରକ୍ତର ହୋଲି ଖେଳିବାକୁ ଯୋଜନା କରୁଥିବା ଜଣାପଡ଼ିଛି।

ଏପରିସ୍ଥିତିରେ ଆଜି ଶ୍ରୀଲଙ୍କାର ରାଷ୍ଟ୍ରପତି ମୈଥ୍ରୀପାଲ ସିରସେନା ଆଇଏସ୍‌ ଆତଙ୍କବାଦୀଙ୍କୁ ଦୟା କରି ଦେଶ ଛାଡ଼ିବାକୁ ନିବେଦନ କରିଛନ୍ତି। ଆଇଏସ୍‌ର ଇସାରାରେ ଶ୍ରୀଲଙ୍କାରେ ରହିଥିବା ଆତଙ୍କବାଦୀମାନେ ଏଭଳି ଆକ୍ରମଣ କରିଥିଲେ। ତେଣୁ ସିରସେନା କହିଛନ୍ତି,“ଦୟା କରି ମୋ ଦେଶକୁ ଏକୁଟିଆ ଛାଡ଼ିଦିଅନ୍ତୁ। ଶ୍ରୀଲଙ୍କାରେ ଥିବେ ଛୋଟଛୋଟ ଆତଙ୍କୀ ସଂଗଠନର ସଦସ୍ୟମାନେ ବାହାରକୁ ଯାଇ ଆଇଏସ୍‌ ଠାରୁ ହମ୍‌ଲା ପାଇଁ ତାଲିମ ପାଉଛନ୍ତି। ତାଲିମ ପାଇବା ପରେ ସେମାନେ ସ୍ୱଦେଶ ଫେରି ହମ୍‌ଲା କରିବାକୁ ସୁଯୋଗ ଅପେକ୍ଷାରେ ରହୁଛନ୍ତି।

ଇଷ୍ଟର ରବିବାର ହମ୍‌ଲାରେ ବ୍ୟବହୃତ ବୋମା ଗୁଡ଼ିକ ସ୍ଥାନୀୟ ଅଞ୍ଚଳରେ ନିର୍ମାଣ ହୋଇଥିବା ପ୍ରମାଣ ମିଳିଛି। ଆଗକୁ ମଧ୍ୟ ଆତଙ୍କବାଦୀମାନେ ନୂଆ ଧରଣର ହମ୍‌ଲା କରିବାକୁ ଯୋଜନା କରୁଛନ୍ତି। ତେଣୁ ଆମକୁ ଏଥିପ୍ରତି ସଜାଗ ରହିବାକୁ ପଡ଼ିବ। ଆଇଏସ୍ ଆତଙ୍କୀ ଏବଂ ସେମାନଙ୍କ ସମର୍ଥକଙ୍କୁ ମୁଁ ଗୋଟିଏ କଥା କହିବାକୁ ଚାହୁଁଛି ଯେ ସେମାନେ ମୋ ଦେଶକୁ ଏକୁଟିଆ ଛାଡ଼ି ଦିଅନ୍ତୁ।”

ଆଇଏସ୍‌ ଆତଙ୍କବାଦୀମାନେ ଶ୍ରୀଲଙ୍କା ଭଳି ହମ୍‌ଲା ଅନ୍ୟ ଦେଶରେ ମଧ୍ୟ କରିବାକୁ ଯୋଜନା କରୁଥିବା ଜଣାପଡ଼ିଛି। ବିଶେଷ କରି ବୌଦ୍ଧ ଧର୍ମର ଲୋକମାନେ ଅଧିକାଂଶ ଯେଉଁ ଦେଶରେ ରହୁଛନ୍ତି, ସେଠାରେ ଆତଙ୍କବାଦୀମାନେ ହମ୍‌ଲା କରିବାର ଆଶଙ୍କା ଯଥେଷ୍ଟ ରହିଛି। ଏନେଇ ଶ୍ରୀଲଙ୍କା କର୍ତ୍ତୃପକ୍ଷ ବିଭିନ୍ନ ରାଷ୍ଟ୍ରଗୁଡ଼ିକ ସହ ଆଲୋଚନା ମଧ୍ୟ କରିଛନ୍ତି। ପବିତ୍ର ଧର୍ମମାସ ରମଜାନ ଆସନ୍ତା ସୋମବାର ଠାରୁ ଆରମ୍ଭ ହେବ। ଏହାପୂର୍ବରୁ ଆଇଏସ୍‌ ଆତଙ୍କୀମାନେ ହମ୍‌ଲା କରିବାର ଆଶଙ୍କା ରହିଥିବା ଜଣାପଡ଼ିଛି।



from Odisha Reporter http://bit.ly/2DDUKwE

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages