
ନୂଆଦିଲ୍ଲୀ: ଦୁଇଟି ଭୋଟର ପରିଚୟ ପତ୍ର ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ୱାଲଙ୍କ ସ୍ତ୍ରୀ ସୁନୀତା କେଜ୍ରିଓ୍ୱାଲ ରଖିଥିବା ଅଭିଯୋଗ ହୋଇଛି। ଦିଲ୍ଲୀର ତିଶ ହଜାରୀ କୋର୍ଟ ଏ ନେଇ ଉତ୍ତର ପ୍ରଦେଶ ଏବଂ ଦିଲ୍ଲୀ ନିର୍ବାଚନ କମିଶନଙ୍କୁ ନୋଟିସ୍ ପଠାଇଛନ୍ତି। ତେବେ ଏହି ସଂକ୍ରାନ୍ତରେ ସମସ୍ତ ଦସ୍ତାବିଜ୍ ଦାଖଲ କରିବା ପାଇଁ ଇସିଙ୍କୁ ନିର୍ଦ୍ଦେଶ ଦେଇଛି ଦିଲ୍ଲୀ କୋର୍ଟ। ଜୁନ ୩ ତାରିଖରେ ଏହି ମାମଲାର ପରବର୍ତ୍ତୀ ଶୁଣାଣି ରହିଛି।
Can u pls explain @ArvindKejriwal ji why ur wife Sunita Kejriwal is having 3 voter ids with her ? 1 from Delhi , 1 from UP and 1 from Bengal .
Before pointing finger on other first u should come clean .@BJP4Delhi @ManojTiwariMP @GautamGambhir @siddharthanbjp pic.twitter.com/i3g33sMOut
— Chowkidar Harish Khurana (@HarishKhuranna) April 26, 2019
ବିଜେପି ନେତା ଗୌତମ ଗମ୍ଭୀରଙ୍କର ଦୁଇଟି ଭୋଟର ପରିଚୟ ପତ୍ର ଥିବା ନେଇ ଆମ୍ ଆଦମୀ ପାର୍ଟି ଅଭିଯୋଗ କରିଥିଲା। ଏହାପରେ ବିଜେପି ସୁନୀତା କେଜ୍ରିଓ୍ୱାଲଙ୍କ ଭୋଟର ପରିଚୟ ପତ୍ରକୁ ନେଇ ଘେରିଛି। ବିଜେପି ନେତା ହରିଶ ଖୁରାନା ଟ୍ୱିଟ୍ କରି ସୁନୀତା କେଜ୍ରିଓ୍ୱାଲଙ୍କର ପରିଚୟ ପତ୍ରର ଏକ ସ୍କ୍ରିନ ସଟ୍ ଶେୟାର କରିଥିଲେ। ଉତ୍ତର ପ୍ରଦେଶ ସହିଦାବାଦ, ଦିଲ୍ଲୀର ଚାନ୍ଦିନୀ ଚୌକ ଏବଂ କୋଲକାତାରେ ସୁନୀତା କେଜ୍ରିଓ୍ୱାଲଙ୍କ ଭୋଟର ପରିଚୟ ପତ୍ର ଥିବା ଅଭିଯୋଗ କରିଥିଲେ। ଏହାପରେ ତୀଶ ହଜାରୀ କୋର୍ଟର ଦ୍ୱାରସ୍ଥ ହୋଇଥିଲା ବିଜେପି।
from Odisha Reporter http://bit.ly/2Wg5IQb
No comments:
Post a Comment