
ନୂଆଦିଲ୍ଲୀ: ସର୍ବସାଧାରଣ ସ୍ଥାନରେ ବୁର୍ଖା ବ୍ୟାନ୍ କରିବା ନେଇ ଏନଡିଏ ମେଣ୍ଟ ସହେଯାଗୀ ଶିବସେନାର ଦାବି ପରେ ଏହାକୁ ବିରୋଧ କରିଛନ୍ତି କେନ୍ଦ୍ରମନ୍ତ୍ରୀ ରାମଦାସ ଅଠାଓ୍ବାଲେ। ବୁଧବାର ଏହି ରିପବ୍ଲିକାନ୍ ପାର୍ଟି ଅଫ୍ ଇଣ୍ଡିଆ (ଆରପିଆଇ) ନେତା ବୁର୍ଖା ବ୍ୟାନକୁ ବିରୋଧ କରିଛନ୍ତି। ଆରପିଆଇ ମୁଖ୍ୟତଃ ଦଳିତ ପ୍ରସଙ୍ଗକୁ ନେଇ ରାଜନୀତି କରିଥାଏ ଏବଂ ବିଜେପି ନେତୃତ୍ବାଧୀନ ଏନଡିଏ ମେଣ୍ଟର ପ୍ରମୁଖ ସହଯୋଗୀ।
ଅଠାଓ୍ବାଲେ କହିଛନ୍ତି, ବୁର୍ଖା ପିନ୍ଧା ସମସ୍ତ ମହିଳା ଆତଙ୍କବାଦୀ ନୁହନ୍ତି। ଯଦି ସେମାନେ ଆତଙ୍କବାଦୀ ତାହାଲେ ବୁର୍ଖା ହଟାଯିବା ଦରକାର। ଏହା ଏକ ପରମ୍ପରା ଏବଂ ବୁର୍ଖା ପିନ୍ଧିବା ସେମାନଙ୍କ ଅଧିକାର। ଭାରତରେ ବୁର୍ଖା ବ୍ୟାନ୍ ହେବା ଉଚିତ ନୁହେଁ।
ପୂର୍ବରୁ ଶିବସେନା ଏହାର ପତ୍ରିକା ସାମ୍ନା ଜରିଆରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଉଦ୍ଦେଶ୍ୟରେ କହିଥିଲା, ଶ୍ରୀଲଙ୍କା ଯେଉଁଭଳି ସର୍ବସାଧାରଣ ସ୍ଥାନରେ ବୁର୍ଖା ବ୍ୟାନ୍ କରିଛି, ଭାରତ ମଧ୍ୟ ତାହା କରିବା ଆବଶ୍ୟକ। ଜାତୀୟ ସୁରକ୍ଷା ଦୃଷ୍ଟିରୁ ଏହା ଜରୁରୀ। ବୁର୍ଖା ଏବଂ ମୁଖା ପିନ୍ଧାଙ୍କ ମଧ୍ୟରୁ ଆତଙ୍କୀ ଚିହ୍ନଟ କରିବା କଷ୍ଟକର।
ଏହାପରେ ଶିଆ ଓ୍ବାକଫ୍ ବୋର୍ଡ ପକ୍ଷରୁ ଏହାକୁ ବିରୋଧ କରି କୁହାଯାଇଥିଲା, ଏହା ଏକ ଦାୟିତ୍ବହୀନ ଏବଂ ଅଣସାମ୍ବିଧାନିକ ଦାବି। ଏହା ମୁସଲିମ୍ ମହିଳାଙ୍କ ଉପରେ ନିର୍ଭର କରୁଛି ଯେ, ସେମାନେ ବୁର୍ଖା ପିନ୍ଧିବେ କି ନା।
ଶିବସେନା ପକ୍ଷରୁ ସାମ୍ନାରେ କୁହାଯାଇଥିଲା, ଏହି ପଦକ୍ଷେପ ନେବା ପାଇଁ ସର୍ଜିକାଲ ଷ୍ଟ୍ରାଇକ୍ ପରି ସାହସ ଦରକାର। ଶ୍ରୀଲଙ୍କା ରାଷ୍ଟ୍ରପତି ମୈଥ୍ରୀପାଲ ଏହି ପଦକ୍ଷେପ ନେଇ ସାହସିକତା ଦେଖାଇଛନ୍ତି। ଶିବସେନା ପକ୍ଷରୁ କୁହାଯାଇଛି, ଅନେକ ମୁସଲିମ୍ ତାଙ୍କ ଧର୍ମ (ଇସଲାମ୍)ର ପ୍ରକୃତ ଅର୍ଥ ବୁଝିନାହାନ୍ତି। ସେମାନେ ବୁର୍ଖା, ଟ୍ରିପଲ ତଲାକ୍ ଏବଂ ଫ୍ୟାମିଲି ପ୍ଲାନିଂକୁ ବିରୋଧ ଆଦି ଦ୍ବନ୍ଦ୍ବ ସୃଷ୍ଟି କରୁଛନ୍ତି।
from Odisha Reporter http://bit.ly/2VACMVV
No comments:
Post a Comment