‘ଆଭେଞ୍ଜର ଏଣ୍ଡ୍‌ ଗେମ୍‌’ ଦେଖିଲା ପରେ ଡାକ୍ତରଖାନାରେ ଭର୍ତ୍ତି ହେଲେ ଯୁବତୀ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, May 1, 2019

‘ଆଭେଞ୍ଜର ଏଣ୍ଡ୍‌ ଗେମ୍‌’ ଦେଖିଲା ପରେ ଡାକ୍ତରଖାନାରେ ଭର୍ତ୍ତି ହେଲେ ଯୁବତୀ

film

ନୂଆଦିଲ୍ଲୀ : ହଲିଉଡ୍‌ ଫିଲ୍ମ ‘ଆଭେଞ୍ଜର ଏଣ୍ଡ ଗେମ୍‌’ ରିଲିଜ୍‌ ହେବା ପରଠାରୁ ବକ୍ସ ଅଫିସରେ ଏହା ଧମାଲ ମଚାଉଥିବା ଦେଖା ଯାଇଛି । ଖୁବ୍‌ କମ ଦିନ ମଧ୍ୟରେ ଫିଲ୍ମଟି ଅଧିକ ଆୟ କରିଥିବା ବେଳେ ଦିନକୁ ଦିନ ଏହା ଦର୍ଶକଙ୍କ ମନ କିଣିବାରେ ଲାଗିଛି । ଆଭେଞ୍ଜରର ଏହି ଶେଷ ପାର୍ଟ୍‌ରେ  ଖୁବ୍‌ ଇମୋସ୍‌ନାଲ୍‌ ଦୃଶ୍ୟ ରହିଛି,  ଯାହାକୁ ଦେଖିଲେ ନିଜ କାନ୍ଦ ଅଟକାଇ ପାରିବେ ନାହିଁ।

ଫିଲ୍ମ ରିଲିଜ୍‌ ହେବା ପରେ ଚାଇନାରେ ଏମିତି ଏକ ଘଟଣା ଘଟିଛି ଯାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି। ଚାଇନାରେ ଜଣେ ୨୧ ବର୍ଷୀୟ ଯୁବତୀ ଏହି ଫିଲ୍ମ ଦେଖି ଡ଼ାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି । ଫିଲ୍ମର ଦୁଃଖଦ ଦୃଶ୍ୟ ଦେଖି ଯୁବତୀଙ୍କର କାନ୍ଦ ବନ୍ଦ ହୋଇ ନଥିଲା। ଅନେକ ଚେଷ୍ଟା ପରେ କାନ୍ଦ ନ ହେବାରୁ ଯୁବତୀଜଣଙ୍କ ନିଃଶ୍ୱାସ ନେଇ ପାରିଲେ ନାହିଁ । ଫଳରେ ତାଙ୍କୁ ଡ଼ାକ୍ତରଖାନାରେ ଭର୍ତ୍ତି କରାଯିବା ସହ ଅମ୍ଲଜାନ ଦିଆ ଯାଇଥିଲା । କିଛି ସମୟ ପରେ ସେ ସ୍ଥିର ହୋଇଥିଲେ ଓ ସହଜରେ ନିଶ୍ୱାସ ନେଇ ପାରିଥିଲେ ।

ସୂଚନା ମୁତାବକ, ଫିଲ୍ମର ନିର୍ଦ୍ଦେଶନା ଆନ୍ଥୋନୀ ଏବଂ ଜୋ ରୁଷୋ ଦେଇଥିବା ବେଳେ ମୁଖ୍ୟ ଭୂମିକାରେ ନଜର ଆସିଛନ୍ତି ରବର୍ଟ ଡାଉନୀ ଜୁନିୟର, କ୍ରିସ୍‌ ଇଭାନ୍ସ, ମାର୍କ ରୁଫାଲୋ ଏବଂ କ୍ରିସ୍‌ ହେମ୍ସଓ୍ଵର୍ଥ ।

 



from Odisha Reporter http://bit.ly/2Lh5kzX

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages