ନିର୍ବାଚନ ଫଳାଫଳ ଜଣାଇବା ପାଇଁ କାନ୍ଧେଇଲେ ଏଲ୍‌ସିଡି - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, May 23, 2019

ନିର୍ବାଚନ ଫଳାଫଳ ଜଣାଇବା ପାଇଁ କାନ୍ଧେଇଲେ ଏଲ୍‌ସିଡି

ମୁମ୍ବାଇ: ଏବେ ୨୦୧୯ ଲୋକସଭା ନିର୍ବାଚନର ଫଳାଫଳ ଜାଣିବା ପାଇଁ ସମସ୍ତେ ବହୁତ ଉତ୍ସୁକ ଅଛନ୍ତି। କ’ଣ ରହିବ ଫଳାଫଳ। କିଏ ଆଗେଇଲା, ଆଉ କେତେ ଅଙ୍କ ଛୁଇଁଲା। ସବୁ ଛୋଟ ଛୋଟ ଖବର ଉପରେ ବି ଏବେ ଲୋକଙ୍କ ନଜର। ନିଜକୁ ଅପଡେଟ୍‌ କରିବାକୁ କିଏ ଟିଭି ଆଗରୁ ଉଠୁନି ତ ଆଉ କିଏ ସୋଶାଲ୍‌ ମିଡିଆରୁ ଗୋଟିଏ ବି ମୁହୂର୍ତ୍ତ ଦୂରେଇ ରହିବାକୁ ଚାହୁଁନି।

ସାଧାରଣ ଲୋକ ଯେପରି ନିର୍ବାଚନ ସମ୍ପର୍କିତ ଟିକିନିଖି ଖବର ଜାଣିବାରେ ଟିକେ ବି ବିଳମ୍ବ ନ ହେବ ସେଥିପାଇଁ ଜଣେ ବ୍ୟକ୍ତି ଏକ ଅଭିନବ ଉପାୟ ଅବଲମ୍ବନ କରିଛନ୍ତି।ଫଟୋରେ ଏହି ବ୍ୟକ୍ତି ଜଣଙ୍କ ମୁମ୍ବାଇର।    ବ୍ୟାଗ୍‌ କାନ୍ଧେଇଲା ଭଳି ସେ ଏଲ୍‌ଇଡି ଟିଭିକୁ କାନ୍ଧେଇ ମେଟ୍ରୋ ଷ୍ଟେସନ୍‌ରେ ଲୋକଙ୍କୁ ନିର୍ବାଚନ ଫଳାଫଳ ସମ୍ପର୍କିତ ସୂଚନା ଦେଉଛନ୍ତି।

ଜେସଲ୍‌ ସମ୍ପତ୍‌ ନାମକ ବ୍ୟକ୍ତି ଏହି ଫଟୋକୁ ତାଙ୍କ ଟ୍ୱିଟର୍‌ ପେଜ୍‌ରେ ଶେଆର୍‌ କରିଛନ୍ତି। ଏହି ଫଟୋ ପୋଷ୍ଟ କରି ସେ ଲେଖିଛନ୍ତି ଯେ, ଏହି ଦୃଶ୍ୟ ସେ ମୁମ୍ବାଇ ମେଟ୍ରୋ ଷ୍ଟେସନ୍‌ରେ ଦେଖିବାକୁ ପାଇଥିଲେ।



from Odisha Reporter http://bit.ly/2X054qn

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages