ଆଗରେ ଗେରୁଆ ଗିରିରାଜ, ବହୁ ପଛରେ ଲାଲ କୂଳଚନ୍ଦ୍ରମା କହ୍ନେୟା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, May 23, 2019

ଆଗରେ ଗେରୁଆ ଗିରିରାଜ, ବହୁ ପଛରେ ଲାଲ କୂଳଚନ୍ଦ୍ରମା କହ୍ନେୟା

ବେଗୁସରାଇ: ଚଳିତ ସାଧାରଣ ନିର୍ବାଚନରେ ବାମପନ୍ଥୀଙ୍କର ବହୁ ଚର୍ଚ୍ଚିତ ପ୍ରାର୍ଥୀ କୁହାଯାଉଥିବା ପୂର୍ବତନ ଜେଏନ୍‌ୟୁ ଛାତ୍ର ସଂସଦ ସଭାପତି କହ୍ନେୟ କୁମାର ଭୋଟ୍‌ ଗଣତିରେ ପଛରେ ପଡ଼ିଯାଇଛନ୍ତି। ଅନ୍ୟପକ୍ଷରେ ତାଙ୍କ ପ୍ରତିଦ୍ୱନ୍ଦ୍ୱୀ ତଥା ବହୁ ବିବାଦୀୟ ବିଜେପି ନେତା ଗିରିରାଜ ସିଂହ ତାଙ୍କଠାରୁ ୨ ଗୁଣରୁ ଊର୍ଦ୍ଧ୍ୱ ଭୋଟ୍‌ରେ ଆଗୁଆ ଅଛନ୍ତି।

ଏହି ଆସନରେ ଗିରିରାଜ ଏବଂ କୈନେୟଙ୍କ ବ୍ୟତୀତ ଆରଜେଡି ପ୍ରାର୍ଥୀ ତନବୀର ହାସନ୍‌ ମଧ୍ୟ ଅଛନ୍ତି। ନିର୍ବାଚନ ପୂର୍ବରୁ ସିପିଆଇ ସହ ଆରଜେଡିର ମେଣ୍ଟ ହୋଇଥିଲେ ମଧ୍ୟ ଆରଜେଡି ମୁଖ୍ୟ ଲାଲୁ ପ୍ରସାଦ ଯାଦବଙ୍କ ପୁଅ ତେଜସ୍ୱୀ ଯାଦବ କହ୍ନେୟାଙ୍କୁ ସମର୍ଥନ ଦେବାରୁ ଓହରିଯାଇଥିଲେ।

ବର୍ତ୍ତମାନରେ ଟ୍ରେଣ୍ଡ ଅନୁଯାୟୀ ଗିରିରାଜ ଲକ୍ଷେରୁ ଅଧିକ ଭୋଟ୍‌ରେ ଆଗୁଆ ଅଛନ୍ତି। ୨୦୧୪ ଲୋକସଭା ନିର୍ବାଚନରେ ବିଜେପିର ଭୋଲା ସିଂହ ଏହି ଆସନରୁ ବିଜୟୀ ହୋଇଥିଲେ। ଅନ୍ୟପକ୍ଷରେ ତାଙ୍କର ନିକଟତମ ପ୍ରତିଦ୍ୱନ୍ଦ୍ୱୀ ଆରଜେଡିର ତନବୀର ହାସନ୍‌ଙ୍କୁ ସେ ୫୮,୩୩୫ ଭୋଟ୍‌ ବ୍ୟବଧାନରେ ହରାଇଥିଲେ। ଯଦିଓ ସବୁଆଡ଼େ ମୋଦିହାୱା କାମ କରିଥିଲା ଏହି ଆସନରେ ୧,୯୨,୬୯୩ ଭୋଟ୍‌ ସହ ସିପିଆଇ ନିଜର ଦବ୍‌ଦବା ପ୍ରଦର୍ଶନ କରିପାରିଥିଲା।



from Odisha Reporter http://bit.ly/2wgksDi

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages