କାନ୍‌ ଫିଲ୍ମ ଉତ୍ସବ: ଶ୍ରେଷ୍ଠ ଫିଲ୍ମ ପୁରସ୍କାର ଜିତିଲା ‘ପାରାସାଇଟ୍‌’  - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, May 28, 2019

କାନ୍‌ ଫିଲ୍ମ ଉତ୍ସବ: ଶ୍ରେଷ୍ଠ ଫିଲ୍ମ ପୁରସ୍କାର ଜିତିଲା ‘ପାରାସାଇଟ୍‌’ 

କାନ୍‌(ଫ୍ରାନ୍ସ): ଦକ୍ଷିଣ କୋରିଆର ବଙ୍ଗ୍‌-ଜୁନ୍‌-ହୋ ନିର୍ଦ୍ଦେଶିତ ଫିଲ୍ମ ‘ପାରାସାଇଟ୍‌’ କାନ୍‌ ଫିଲ୍ମ ଫେଷ୍ଟିଭାଲ୍‌ରେ ଶ୍ରେଷ୍ଠ ଫିଲ୍ମ ବିବେଚିତ ହୋଇ ମର୍ଯ୍ୟାଦାପୂର୍ଣ୍ଣ ‘ପାମଡୋର୍’ ପୁରସ୍କାର ଜିତିଛି।
ହ୍ୟୁମର୍‌ ଏବଂ ସସ୍‌ପେନ୍ସକୁ ନେଇ ଏହି ଫିଲ୍ମ ତିଆରି ହୋଇଛି। ଏହା ଫିଲ୍ମର ନିର୍ଦ୍ଦେଶକ, ଅଭିନେତା-ଅଭିନେତ୍ରୀ ଓ ପ୍ରଯୋଜକଙ୍କ ପାଇଁ ଗର୍ବ ଓ ଗୌରବ ଆଣିଦେଇଛି। କାରଣ, ବିଶ୍ୱର ସବୁଠୁ ମର୍ଯ୍ୟାଦାସମ୍ପନ୍ନ ଓ ବଡ଼ ଫିଲ୍ମ ଫେଷ୍ଟିଭାଲ୍‌ରେ ପ୍ରଥମ ସାଉଥ୍‌ କୋରିଆନ୍‌ ଫିଲ୍ମ ଭାବେ ‘ପାମଡୋର୍ ପୁରସ୍କାର ଜିତି ନୂଆ ଇତିହାସ ସୃଷ୍ଟି କରିଛି।

‘ କାନରେ କ୍ୱେଣ୍ଟିନ ଟାରାଣ୍ଟିନୋଙ୍କ ବହୁଚର୍ଚ୍ଚିତ ‘ୱାନ୍ସ ଓପନ୍‌ ଟାଇମ୍‌ ଇନ୍‌ ହଲିଉଡ୍‌’ ମଧ୍ୟ ‘ପାମଡୋର’ ପୁରସ୍କାର ଦୌଡ଼ରେ ସାମିଲ୍‌ ଥିଲା।

ପମଡୋର ବିଜେତା ‘ପାରାସାଇଟ୍‌’ଏକ ଡାର୍କ କମେଡି ଫିଲ୍ମ। ଧନୀ ହେବା ପାଇଁ ସ୍ୱପ୍ନ ଦେଖୁଥିବା ଏକ ପରିବାରର ଚାରିଜଣ ସଦସ୍ୟଙ୍କ କାହାଣୀ ଉପରେ ଏହି ଫିଲ୍ମ ଆଧାରିତ। ଏହି ଫିଲ୍ମର ହଲିଉଡ୍‌ରେ ବହୁତ ଚର୍ଚ୍ଚା ହେବା ସହ ଲୋକେ ମଧ୍ୟ ଏହି ଫିଲ୍ମକୁ ବହୁତ ପସନ୍ଦ କରିଛନ୍ତି।



from Odisha Reporter http://bit.ly/2EzOoyQ

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages