ବିଶ୍ୱକପ୍‌ରୁ ବଞ୍ଚିତ ୪ ମହାନ୍ ଅଧିନାୟକ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, May 28, 2019

ବିଶ୍ୱକପ୍‌ରୁ ବଞ୍ଚିତ ୪ ମହାନ୍ ଅଧିନାୟକ

ନୂଆଦିଲ୍ଲୀ: କ୍ରିକେଟ୍ କ୍ଷେତ୍ରରେ କ୍ୟାପଟେନର ଭୂମିକା ଯେ ଅଧିକ, ତାହା ସମସ୍ତଙ୍କୁ ଜଣା। ଅନ୍ୟ କ୍ରୀଡ଼ା ବ୍ୟତୀତ କ୍ରିକେଟରେ ଅଧିନାୟକଙ୍କ ଉପରେ ଅଧିକ ଦାୟିତ୍ୱ ରହିଥାଏ। ଅନ୍ତର୍ଜାତୀୟ କ୍ରିକେଟରେ ଏଭଳି ଅନେକ କ୍ୟାପଟେନ୍ ଅଛନ୍ତି, ଯିଏ ନିଜ ଦମରେ କିଛି ପ୍ରତିଭାଶାଳୀ ଖେଳାଳି ପ୍ରସ୍ତୁତ କରିଥାନ୍ତି। ଏହି କାରଣରୁ ସେମାନଙ୍କୁ ଶ୍ରେଷ୍ଠ କ୍ୟାପଟେନ୍ ଆଖ୍ୟା ଦିଆଯାଇଥାଏ।

ଏହି ଶ୍ରେଷ୍ଠ କ୍ୟାପଟେନ୍ କ୍ୟାରିୟରରେ ପ୍ରାୟ ସବୁ ସଫଳତା ଶୀର୍ଷ ଛୁଇଁ ସାରିଛନ୍ତି, କିନ୍ତୁ ଗୋଟିଏ ବିଫଳତା ସେମାନଙ୍କୁ ସାରା ଜୀବନ କଷ୍ଟ ଦେଇଥାଏ। ତାହା ହେଉଛି ବିଶ୍ୱକପ୍ ଟ୍ରଫି ନ ଜିତିବା। ଆଜି ଆମେ ବିଶ୍ୱର ଏମିତି କିଛି ଶ୍ରେଷ୍ଠ କ୍ୟାପଟେନଙ୍କ କଥା କହିବୁ, ଯେଉଁମାନେ ନିଜ ଦେଶକୁ ବିଶ୍ୱକପ ଟ୍ରଫି ଦେବାରେ ବିଫଳ ହୋଇଛନ୍ତି।

ଷ୍ଟିଫେନ୍ ଫ୍ଲେମିଂ: ନ୍ୟୁଜିଲ୍ୟାଣ୍ଡର ଏହି ବାମହାତୀ ବ୍ୟାଟ୍ସମ୍ୟାନ୍ ୧୯୯୭ରୁ ୨୦୦୭ ପର୍ଯ୍ୟନ୍ତ ପ୍ରାୟ ୧୦ ବର୍ଷ ଟିମର କ୍ୟାପଟେନ୍ସି କରିଛନ୍ତି। ଜଣେ ଦକ୍ଷ ଅଧିନାୟକ ଭାବେ ଫ୍ଲେମିଂ ନ୍ୟୁଜିଲ୍ୟାଣ୍ଡ୍ କ୍ରିକେଟ୍ ପାଇଁ ଅନେକ ସଫଳତା ଆଣିଛନ୍ତି। କିନ୍ତୁ ବିଶ୍ୱକପରେ ତାଙ୍କ ନେତୃତ୍ୱର ଯାଦୁ ଦେଖିବାକୁ ମିଳିନାହିଁ। ୧୯୯୯ରେ ସେ ପ୍ରଥମଥର ବିଶ୍ୱକପରେ ନ୍ୟୁଜିଲ୍ୟାଣ୍ଡ୍ ଟିମର ନେତୃତ୍ୱ ନେଇଥିଲେ। ଏହି ବିଶ୍ୱକପରେ ତାଙ୍କ ଟିମ୍ ଟପ୍-୪ରେ ସ୍ଥାନ ହାସଲ କରିଥିଲା। ତେବେ ଗ୍ରୁପ୍ ଷ୍ଟେଜରେ ପଡୋଶୀ ଦେଶ ଅଷ୍ଟ୍ରେଲିଆକୁ ହରାଇବା ନ୍ୟୁଜିଲ୍ୟାଣ୍ଡ୍ ପାଇଁ ମୁଖ୍ୟ ଆକର୍ଷଣ ଥିଲା।

୨୦୦୩ ବିଶ୍ୱକପରେ ତାଙ୍କ ନେତୃତ୍ୱରେ ନ୍ୟୁଜିଲ୍ୟାଣ୍ଡ୍ ସୁପର୍-ସିକ୍ସ ପର୍ଯ୍ୟାୟରୁ ବିଦାୟ ନେଇଥିଲା। ୨୦୦୭ରେ ନିଜର ଅନ୍ତିମ ବିଶ୍ୱକପରେ ଫ୍ଲେମିଂ ନିଜ ଟିମକୁ ସେମିଫାଇନାଲ୍ ପର୍ଯ୍ୟନ୍ତ ନେଇଥିଲେ। କିନ୍ତୁ ଅନ୍ତିମ-୪ରେ ତାଙ୍କ ଟିମ୍ ଶ୍ରୀଲଙ୍କା ନିକଟରୁ ହାରିଯାଇଥିଲା। ଅବସର ପରେ ଫ୍ଲେମିଂ ଆଇପିଏଲରେ ଚେନ୍ନାଇ ସୁପର କିଙ୍ଗସ୍ କୋଚ୍ ଭାବେ ସଫଳତା ହାସଲ କରିଛନ୍ତି। ଅଧିନାୟକ ଭାବେ ଫ୍ଲେମିଂ ୨୧୮ ଦିନିକିଆରେ କିୱି ଟିମର ନେତୃତ୍ୱ ନେଇଛନ୍ତି, ଯେଉଁଥିରେ ସେ ୯୮ ବିଜୟ ଓ ୧୦୬ ପରାଜୟବରଣ କରିଛନ୍ତି। ତାଙ୍କର ବିଜୟ ପ୍ରତିଶତ ୪୮.୦୪ ରହିଛି।

ହାନସୀ କ୍ରୋନିଏ: ୨୦୦୨ରେ ମ୍ୟାଚ୍-ଫିକ୍ସିଂ ବିବାଦ କ୍ରୋନିଏଙ୍କ କ୍ୟାରିୟରକୁ ଶେଷ କରିଦେଇଥିଲା। କିନ୍ତୁ ନିଜ କ୍ୟାରିୟରରେ ସେ ଦକ୍ଷିଣ ଆଫ୍ରିକାର ସବୁଠାରୁ ସଫଳ ଅଧିନାୟକ ଭାବେ ପରିଚିତ ହୋଇଥିଲେ। ଅଧିନାୟକ ଭାବେ ଠିନ ପରିଶ୍ରମ ଏବଂ ଖେଳାଳିମାନଙ୍କ ମଧ୍ୟରେ ଶୃଙ୍ଖଳା ବଜାୟ ରଖିବା ପାଇଁ ସେ ପରିଚିତ। ଏହାଛଡ଼ା ଫିଲ୍ଡ ସେଟିଂ ମାମଲାରେ ତାଙ୍କଠାରୁ ଉନ୍ନତ ହୁଏତ କେହି ହୋଇପାରିବେ ନାହିଁ। ୧୯୯୬ ବିଶ୍ୱକପରେ ସେ ଟିମର ନେତୃତ୍ୱ ନେଇଥିଲେ। କିନ୍ତୁ ଦୁର୍ଭାଗ୍ୟବଶତଃ ତାଙ୍କ ଟିମ୍ କ୍ୱାର୍ଟରଫାଇନାଲରେ ୱେଷ୍ଟଇଣ୍ଡିଜ୍ ନିକଟରୁ ହାରି ବିଦାୟ ନେଇଥିଲା।

ଏହା ପରେ ୧୯୯୯ରେ କ୍ରୋନିଏଙ୍କ ନେତୃତ୍ୱରେ ପ୍ରୋଟିସ୍ ଟିମ୍ ଗ୍ରୁପ୍ ପର୍ଯ୍ୟାୟରେ ଶୀର୍ଷରେ ରହିଥିଲା। କିନ୍ତୁ ସେମିଫାଇନାଲରେ ତାଙ୍କ ଟିମ୍ ଅଷ୍ଟ୍ରେଲିଆ ନିକଟରୁ ଯେଉଁଭଳି ହାରିଲା, ତାହା ଆଜି ବି ସମସ୍ତଙ୍କ ମନରେ ତାଜା ଅଛି। ମ୍ୟାଚର ଶେଷ ଓଭରରେ ଦକ୍ଷିଣ ଆଫ୍ରିକାକୁ ବିଜୟ ପାଇଁ ୯ରନ୍ ଆବଶ୍ୟକ ହେଉଥିଲା। ଲାନ୍ସ କ୍ଲୁଜନର୍ ଲଗାତାର ଦୁଇଟି ଚୌକା ମାରି ଟିମକୁ ବିଜୟ ନିକଟତର ପହଞ୍ଚାଇଥିଲେ। ଟିମକୁ ବିଜୟ ପାଇଁ ୧ ରନ୍ ଆବଶ୍ୟକ ହେଉଥିବା ବେଳେ ଗ୍ଲେନ୍ ମ୍ୟାକଗ୍ରାଙ୍କ ସହ ଭୁଲ ବୁଝାମଣା ଯୋଗୁ କ୍ଲୁଜନର ରନଆଉଟ୍ ହୋଇଯାଇଥିଲେ ଏବଂ ମ୍ୟାଚ୍ ଟାଇ ହୋଇଥିଲା। କିନ୍ତୁ ଉନ୍ନତ ରନରେଟ୍ ଆଧାରରେ ଅଷ୍ଟ୍ରେଲିଆ ମ୍ୟାଚକୁ ଜିତି ଫାଇନାଲରେ ସ୍ଥାନ ହାସଲ କରିଥିବା ବେଳେ ଏହି ପରାଜୟ ଦକ୍ଷିଣ ଆଫ୍ରିକାକୁ ସମ୍ପୂର୍ଣ୍ଣ ରୂପେ ଭାଙ୍ଗି ଦେଇଥିଲା। ଅଧିନାୟକ ଭାବେ କ୍ରୋନିଏଙ୍କ ଏହି ଦୁଇଟି ବିଶ୍ୱକପ୍ ବିଫଳତା ଏକ ବଡ଼ ଦୁର୍ଭାଗ୍ୟ କହିଲେ ଅତ୍ୟୁକ୍ତି ହେବ ନାହିଁ। କ୍ରୋନିଏ ୧୩୮ ମ୍ୟାଚରେ ଟିମର ନେତୃତ୍ୱ ନେଇଛନ୍ତି, ଯେଉଁଥିରେ ଦକ୍ଷିଣ ଆଫ୍ରିକା ୯୯ ବିଜୟ ଓ ୩୫ ପରାଜୟବରଣ କରିଛି। ତାଙ୍କର ବିଜୟ ପ୍ରତିଶତ ୭୩.୭୦, ଯାହା ଅନ୍ୟ ଅଧିନାୟକଙ୍କ ତୁଳନାରେ ବହୁ ଉନ୍ନତ।

ସୌରଭ ଗାଙ୍ଗୁଲି: ଭାରତ ଯେତେବେଳେ ମ୍ୟାଚ୍-ଫିକ୍ସିଂ ଅଭିଯୋଗରେ ତା’ର ସମ୍ମାନ ହରାଇ ବସିଥିଲା, ସେହି ସମୟରେ ସୌରଭ ଗାଙ୍ଗୁଲି ଟିମର ମଙ୍ଗ ଧରିଥିଲେ। ଗାଙ୍ଗୁଲିଙ୍କ ନେତୃତ୍ୱ ନେବା ପରେ ଭାରତୀୟ ଟିମରେ ଏକ ନୂଆ ଜୋଶ୍ ଦେଖିବାକୁ ମିଳିଥିଲା। ବିଶେଷକରି ଯୁବ ଖେଳାଳିମାନଙ୍କୁ ସଠିକ୍ ଉପଯୋଗ କରିବା ପାଇଁ ଗାଙ୍ଗୁଲି ବେଶ୍ ପରିଚିତ ଥିଲେ। ତାଙ୍କ କ୍ୟାପଟେନ୍ସିରେ ଭାରତ ନିର୍ଭୀକ କ୍ରିକେଟ୍ ଖେଳିଥିଲା।

୨୦୦୩ରେ ସେ ପ୍ରଥମଥର ବିଶ୍ୱକପରେ ଭାରତର ନେତୃତ୍ୱ ନେଇଥିଲେ। ଏହି ବିଶ୍ୱକପରେ ଭାରତ ଭଲ ପ୍ରଦର୍ଶନ କରି ଗ୍ରୁପ୍ ପର୍ଯ୍ୟାୟରେ ଅଷ୍ଟ୍ରେଲିଆ ପରେ ଦ୍ୱିତୀୟ ସ୍ଥାନରେ ରହିଥିଲା। ସୁପର-ସିକ୍ସରେ ଭାରତ କେନିୟା, ନ୍ୟୁଜିଲ୍ୟାଣ୍ଡ ଓ ଶ୍ରୀଲଙ୍କାକୁ ହରାଇଥିଲା। ସେମିଫାଇନାଲରେ ଭାରତ ପୁଣିଥରେ କେନିୟାକୁ ହରାଇ ଫାଇନାଲରେ ସ୍ଥାନ ପକ୍କା କରିଥିଲା। ଫାଇନାଲରେ ଗାଙ୍ଗୁଲି ଟସ୍ ଜିତି ଅଷ୍ଟ୍ରେଲିଆକୁ ବ୍ୟାଟିଂ ପାଇଁ ଆମନ୍ତ୍ରଣ କରିଥିଲେ। କିନ୍ତୁ ଏହି ନିଷ୍ପତ୍ତି ତାଙ୍କୁ ମହଙ୍ଗା ପଡ଼ିଥିଲା। ଫଳରେ ଭାରତ ଫାଇନାଲରେ ୧୨୫ ରନରେ ହାରି ରନର୍ସଅପରେ ସନ୍ତୁଷ୍ଟ ହୋଇଥିଲା। ତେଣୁ ଅଧିନାୟକ ଭାବେ ଗାଙ୍ଗୁଲିଙ୍କ ପାଇଁ ବିଶ୍ୱକପ୍ ଟ୍ରଫି ଜିତିବାର ସ୍ୱପ୍ନ ଅଧୁରା ହୋଇ ରହିଗଲା। ଗାଙ୍ଗୁଲିଙ୍କ ନେତୃତ୍ୱରେ ଭାରତ ୧୪୭ ମ୍ୟାଚ୍ ଖେଳି ୭୬ ବିଜୟ ଓ ୬୬ ପରାଜୟବରଣ କରିଛି। ତାଙ୍କର ବିଜୟ ପ୍ରତିଶତ ୫୩.୫୨ ରହିଛି।

ଗ୍ରେମ୍ ସ୍ମିଥ୍: ହାନସୀ କ୍ରୋନିଏଙ୍କ ମୃତ୍ୟୁରେ ଦକ୍ଷିଣ ଆଫ୍ରିକା ଯେଉଁ ସମୟରେ ଦୁଃଖରେ ଭାଙ୍ଗି ପଡ଼ିଥିଲା, ସେହି ସମୟରେ ସ୍ମିଥ୍ ମାତ୍ର ୨୨ ବର୍ଷରେ ଟିମର ନେତୃତ୍ୱ ଭାର ବହନ କରିଥିଲେ। ତାଙ୍କ ନେତୃତ୍ୱରେ ଦକ୍ଷିଣ ଆଫ୍ରିକା ତା’ର ପୂର୍ବ ସମ୍ମାନ ଫେରି ପାଇଥିଲା ଏବଂ ଲଗାତାର ସଫଳ ହେବାରେ ଲାଗିଥିଲା। ୨୦୦୭ରେ ସେ ପ୍ରଥମଥର ପାଇଁ ଦକ୍ଷିଣ ଆଫ୍ରିକା ଟିମର ଅଧିନାୟକ ହୋଇଥିଲେ। ଏହି ସଂସ୍କରଣରେ ଦକ୍ଷିଣ ଆଫ୍ରିକା ସେମିଫାଇନାଲରେ ପହଞ୍ଚିଥିଲେ ହେଁ, ଏହାଠାରୁ ଆଗକୁ ବଢ଼ିପାରି ନଥିଲା। ଟିମ୍ ସୁପର-୮ ପର୍ଯ୍ୟାୟରେ ଚତୁର୍ଥ ସ୍ଥାନରେ ରହି ସେମିରେ ପ୍ରବେଶ କରିଥିଲା। କିନ୍ତୁ ଅଷ୍ଟ୍ରେଲିଆ ବିପକ୍ଷରେ ଖରାପ ପ୍ରଦର୍ଶନ କରି ଦଳ ଫାଇନାଲ୍ ଖେଳିବାରୁ ବଞ୍ଚିତ ହୋଇଥିଲା।

୨୦୧୧ ସଂସ୍କରଣରେ ସେ ପୁନର୍ବାର ଟିମର ନେତୃତ୍ୱ ନେଇଥିଲେ । ଗ୍ରୁପ୍ ପର୍ଯ୍ୟାୟରେ ଦକ୍ଷିଣ ଆଫ୍ରିକା ଶୀର୍ଷରେ ରହି ଅନ୍ତିମ-୮କୁ କ୍ୱାଲିଫାଏ କରିଥିଲା। କିନ୍ତୁ କ୍ୱାର୍ଟରଫାଇନାଲରେ ତାଙ୍କ ଟିମ୍ ନ୍ୟୁଜିଲ୍ୟାଣ୍ଡ୍ ନିକଟରୁ ଶୋଚନୀୟ ଭାବେ ହାରି ଟୁର୍ଣ୍ଣାମେଣ୍ଟରୁ ବିଦାୟ ନେଇଥିଲା। ତେବେ ଦକ୍ଷିଣ ଆଫ୍ରିକାର ଏହି ପରାଜୟ ପାଇଁ ଅଧିନାୟକଙ୍କୁ ଦାୟୀ କରାଯିବ ନାହିଁ। କାରଣ ବିଶ୍ୱକପରେ ଦକ୍ଷିଣ ଆଫ୍ରିକା ସର୍ବଦା ଚୋକର୍ସ ସାବ୍ୟସ୍ତ ହୋଇଛି। ସ୍ମିଥଙ୍କ ନେତୃତ୍ୱରେ ଦକ୍ଷିଣ ଆଫ୍ରିକାରେ ୧୫୦ ମ୍ୟାଚ୍ ଖେଳି ୯୨ଟିରେ ବିଜୟ, ୫୧ଟିରେ ପରାସ୍ତ ହୋଇଥିବା ବେଳେ ଗୋଟିଏ ଟାଇ କରିଛି। ସ୍ମିଥଙ୍କ ବିଜୟ ପ୍ରତିଶତ ୬୪.୨୩ ରହିଛି।



from Odisha Reporter http://bit.ly/2XaGnI3

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages