ଫୋନି: ପ୍ରଧାନମନ୍ତ୍ରୀଙ୍କ ଫୋନ୍‌କଲ୍‌କୁ ଖାତିର କଲେନି ମମତା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, May 5, 2019

ଫୋନି: ପ୍ରଧାନମନ୍ତ୍ରୀଙ୍କ ଫୋନ୍‌କଲ୍‌କୁ ଖାତିର କଲେନି ମମତା

ନୂଆଦିଲ୍ଲୀ: ‘ଫୋନି’ ବାବଦରେ ଆଲୋଚନା କରିବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଫୋନ୍‌ ଯୋଗେ ଯୋଗାଯୋଗ କରିବାର ପ୍ରୟାସ କରିଥିଲେ ହେଁ, ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଏହାକୁ ଖାତିର କରିନଥିବା ସୂଚନାମିଳିଛି। କିଛି ସମୟ ପରେ କଲ୍‌ କରାଯିବ କୁହାଯାଇଥିଲେ ମଧ୍ୟ ଆଉ କଲ୍‌ ଫେରିନଥିଲା। ସରକାରୀ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ପ୍ରଧାନମନ୍ତ୍ରୀ ମୋଦି ଏହାପରେ ପଶ୍ଚିମବଙ୍ଗ ରାଜ୍ୟପାଳ କେଶରୀ ନାଥ ତ୍ରିପାଠୀଙ୍କ ସହ ଆଲୋଚନା କରିଥଲେ। ଏହାପରେ ଟିଏମ୍‌ସି ପକ୍ଷରୁ ଗୁଜବ କରାଯାଇଥିଲା ଯେ ମୋଦି ମମତାଙ୍କୁ ଫୋନ୍‌ କରିନାହାନ୍ତି।

ସୂଚନାଯୋଗ୍ୟ ଯେ, ବାତ୍ୟା ‘ଫୋନି’ ଓଡ଼ିଶାର ପୁରୀଠାରେ ଲ୍ୟାଣ୍ଡଫଲ୍‌ କରିବାପରେ ଓଡ଼ିଶାରେ ବ୍ୟାପକ କ୍ଷୟକ୍ଷତି ଘଟାଇବା ସହ ପଶ୍ଚିମବଙ୍ଗ ଉପରେ ମଧ୍ୟ ପ୍ରଭାବ ପକାଇଛି। ଏହି ଅବସରରେ ପ୍ରଧାନମନ୍ତ୍ରୀ ମୋଦି ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସହ ବାରମ୍ବାର ଆଲୋଚନା କରିବା ସହ ଆସନ୍ତାକାଲି ବାତ୍ୟାର ସମୀକ୍ଷା କରିବା ପାଇଁ ଓଡ଼ିଶା ଆସିବାର କାର୍ଯ୍ୟକ୍ରମ ମଧ୍ୟ ରହିଛି।

ତେବେ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ଦିଆଯାଇଥିବା ସୂଚନା ଅନୁଯାୟୀ, ମମତାଙ୍କ ସହ ଯୋଗାଯୋଗ ପାଇଁ ଦୁଇ ଦୁଇଥର ପ୍ରୟାସ କରାଯାଇଥିଲା। ଉଭୟ ଥର କୁହାଯାଇଥିଲା ପରେ ଫୋନ୍‌ କରାଯିବ। ଆଉ ଥରେ କୁହାଯାଇଥିଲା ମୁଖ୍ୟମନ୍ତ୍ରୀ ମମତା କେଉଁ ଏକ ଗସ୍ତରେ ଅଛନ୍ତି।

ଏହି ବିବୃତି ସେତେବେଳେ ଆସିଛି ଯେତେବେଳେ ତୃଣମୂଳ କଂଗ୍ରେସ ପକ୍ଷରୁ କୁହାଯାଇଥିଲା ପ୍ରଧାନମନ୍ତ୍ରୀ ମମତାଙ୍କ ସହ ‘ଫୋନି’ ବାବଦରେ ଆଲୋଚନା କରିନାହାନ୍ତି। ପ୍ରଧାନମନ୍ତ୍ରୀ ରାଜ୍ୟପାଳଙ୍କ ସହ ହୋଇଥିବା ଆଲୋଚନା ବାବଦରେ ଟ୍ୱିଟ୍‌ କରିଥିଲେ।



from Odisha Reporter http://bit.ly/2VJQYw2

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages