କିଛି ଲୋକସଭା ଆସନରେ ଧିମା ଚାଲିଛି ଭୋଟ୍‌ ଗଣତି; କାରଣ ଅସ୍ପଷ୍ଟ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, May 23, 2019

କିଛି ଲୋକସଭା ଆସନରେ ଧିମା ଚାଲିଛି ଭୋଟ୍‌ ଗଣତି; କାରଣ ଅସ୍ପଷ୍ଟ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଚାଲିଛି ଭୋଟ୍ ଗଣତି। ତେବେ ଓଡ଼ିଶାର କିଛି ଆସନରେ ଗଣତି ଧିମା ଚାଲିଥିବା ଲକ୍ଷ୍ୟ କରାଯାଉଛି। ବିଶେଷ କରି କିଛି ଲୋକସଭା ଆସନରେ ଏହା ଦେଖିବାକୁ ମିଳିଛି। ।
ମିଳିଥିବା ସୂଚନା ଆନୁଯାୟୀ, ଓଡ଼ିଶାରେ ୬୩ଟି ସ୍ଥାନରେ ଭୋଟ୍‌ ଗଣତି ଚାଲିଛି। ଅଧିକାଂଶ ବିଧାନସଭା ଆସନରେ ଟ୍ରେଣ୍ଡ ତୀବ୍ର ବେଗରେ ଜଣାପଡ଼ୁଥିବା ବେଳେ ଲୋକସଭା ଆସନ ଗୁଡ଼ିକରେ କିନ୍ତୁ ଗଣତି ଧୀରେ ଧୀରେ ହେଉଥିବା ଦେଖିବାକୁ ମିଳୁଛି। କେଉଁ କାରଣରୁ ଏପରି ହେଉଛି ତାହା ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ। ୧୨ ଲକ୍ଷ ଭୋଟର ଭୋଟ୍‌ ଦେଇଥିବା ବେଳେ ଦେଢ଼ ଲକ୍ଷ ଭୋଟ୍‌ ଗଣତି ହୋଇଥିବା ଜଣାପଡ଼ିଛି।
ଏମିତିକି କିଛି ଲୋକସଭା ଅଧିନରେ ଥିବା ବିଧାସସଭା ଆସନ ଗୁଡ଼ିକ ଟ୍ରେଣ୍ଡ ସ୍ପଷ୍ଟ ହୋଇଯାଇଥିବା ବେଳେ ଲୋକସଭାର ଆଗୁଆପଛୁଆ ହିସାବ କାହିଁକି ଡେରିରେ ଦିଆଯାଉଛି ତାକୁ ନେଇ ପ୍ରଶ୍ନ ଉଠୁଛି।

ଉଦାହରଣ ସ୍ୱରୂପ, କେନ୍ଦ୍ରାପଡ଼ା, ପୁରୀ, କଟକ,ନବରଙ୍ଗପୁର ଓ ବାଲେଶ୍ୱର ଲୋକସଭା ଆସନରେ ଅଧିକାଂଶ ବିଧାନସଭାର ଭୋଟ୍‌ ସଂଖ୍ୟା ସ୍ପଷ୍ଟ ହୋଇଯାଇଥିବା ବେଳେ ଲୋକସଭା ପ୍ରାର୍ଥୀଙ୍କ ଭୋଟ୍ ଭାଗ ସ୍ପଷ୍ଟ କରାଯାଇନି।

ରାଜନୀତିକ ବିଶ୍ଲେଷକ କହିଛନ୍ତି,“ ବିଶେଷ କରି ବିଜେପିର ପ୍ରଭାବ ଥିବା ଲୋକସଭା ଆସନଗୁଡ଼ିକରେ ଗଣତି ଧିମା ଚାଲିଛି। ଏହାକାହିଁକି ହେଉଛି ଏହା ଏକ ଆଶ୍ଚର୍ଯ୍ୟ।”

 



from Odisha Reporter http://bit.ly/2VUpG77

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages