ସୋଶାଲ ମିଡିଆରେ ଏମିତି ପୋଷ୍ଟ କଲେ ଦୂତି, କହିଲେ ହଁ ମୁଁ ମୋ କଥା ସାରା ଦୁନିଆକୁ ଜଣେଇ ସାରିଛି… - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, May 20, 2019

ସୋଶାଲ ମିଡିଆରେ ଏମିତି ପୋଷ୍ଟ କଲେ ଦୂତି, କହିଲେ ହଁ ମୁଁ ମୋ କଥା ସାରା ଦୁନିଆକୁ ଜଣେଇ ସାରିଛି…

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଚର୍ଚ୍ଚାରେ ଦୌଡ଼ ରାଣୀ ଦୂତି ଚାନ୍ଦ। ନିଜର ଜଣେ ବାଲ୍ୟ ବାନ୍ଧବୀଙ୍କ ସହ ସମଲିଙ୍ଗୀ ସଂପର୍କକୁ ନେଇ ନିଜେ ଦୂତି ସ୍ୱୀକାର କରିଥିବା ବେଳେ ଏହି ସମ୍ପର୍କକୁ ତାଙ୍କ ପରିବାର ବିରୋଧ କରିଛନ୍ତି। ତେବେ ଏହାକୁ ନେଇ ବିଭିନ୍ନ ମହଲରେ ଜୋରଦାର ଆଲୋଚିତ ହେଉଥିବା ବେଳେ ଆଜି ଏ ସମ୍ପର୍କରେ ଦୂତି ତାଙ୍କ ଫେସବୁକ୍‌ ଆକାଉଣ୍ଟରେ ଏକ ସ୍ପଷ୍ଟୀକରଣ ରଖିଛନ୍ତି। ସେ ଲେଖିଛନ୍ତି ଯେ,  “ହଁ ମୁଁ ମୋ କଥା ସାରା ଦୁନିଆକୁ ଜଣେଇ ସାରିଛି। ମୋର ସମଲିଙ୍ଗୀ ସମ୍ପର୍କ ଅଛି ଓ ମୁଁ ସେଥିରେ ଖୁସି ବି ଅଛି। ଏହା ମୋର ଏକାନ୍ତ ବ୍ୟକ୍ତିଗତ ନିଷ୍ପତ୍ତି ଓ ମୋ ଜୀବନ ଉପରେ ମୋର ପୁରା ଅଧିକାର ବି ରହିଛି। ମୋ ବ୍ୟକ୍ତିଗତ ଜୀବନ ବାବଦରେ କେହି ମୁଣ୍ଡ ନ ଖେଳେଇବାକୁ ମୋର ବିଶେଷ ଅନୁରୋଧ।

ଏଥିସହିତ ମୋ ନିଜର ନିଷ୍ପତ୍ତି ପାଇଁ ମୋ ଅନୁଷ୍ଠାନ କିମ୍ବା ପରିଜନ କେହି କାହିଁକି ବିବାଦ ଘେରକୁ ଆସିବେ? ଦୟାକରି ସେମାନଙ୍କୁ ଏଥିରେ ସମ୍ପୃକ୍ତି କରନ୍ତୁ ନାହିଁ। ବିଶେଷକରି ଯେତେବେଳ କେହି ମୋ କଲେଜକୁ ଏହି ବିବାଦକୁ ଟାଣୁଛନ୍ତି, ମତେ ବହୁତ ଦୁଃଖ ଲାଗୁଛି। ମୁଁ ଆଜି ଯାହା ବି ହୋଇଛି ଏହି ଅନୁଷ୍ଠାନ ଓ ତାହାର ଲୋକମାନଙ୍କ ପାଇଁ। ସେମାନଙ୍କୁ ମୋ ପାଇଁ କେହି କିଛି କହିବା ଅନୁଚିତ। ଦୟାକରି ମୋ ବ୍ୟକ୍ତିଗତ ଜୀବନକୁ ମୋ ଦାୟିତ୍ୱରେ ଛାଡି ଦିଅନ୍ତୁ। ମୁଁ ମୋ ନିଷ୍ପତ୍ତି ନିଜେ ନେଇ ତୁଲେଇ ପାରିବି। ମୁଁ ମୋ ଦାୟିତ୍ୱ ବାବଦରେ ଭଲଭାବେ ଅବଗତ ଓ ମୋ ଖେଳ ଓ ଦେଶ ପାଇଁ ମୁଁ ପ୍ରତିଶ୍ରୁତିବଦ୍ଧ।

ଯାହା ସବୁ ଗଣମାଧ୍ୟମରେ ମୋର ମା’ ବୟାନ ଦେଇଛନ୍ତି କି ମୁଁ କୌଣସି ଘର ପ୍ରତି କର୍ତ୍ତବ୍ୟ କରୁ ନାହିଁ ତାହା ସମ୍ପୂର୍ଣ୍ଣ ଭାବେ ମିଛ। ତାଙ୍କୁ କୌଣସି ପ୍ରଲୋଭନ ଦେଖାଇ ହେଉ କିମ୍ବା ବାଧ୍ୟତାମୂଳକ ଭାବେ ଏ ସବୁ ବୟାନ ଦେବାପାଇଁ କୁହାଯାଇଥାଇ ପାରେ । ଗଣମାଧ୍ୟମ କର୍ତ୍ତୃପକ୍ଷଙ୍କ ପ୍ରତିନିଧିଙ୍କୁ ଅନୁରୋଧ କରୁଛି କି ମୋ ଫ୍ୟାମିଲ କୁ ଏମିତି ବଦନାମ୍ କରନ୍ତୁ ନାହିଁ। ମୋ ପରିବାର ପ୍ରତି ଭଲପାଇବା ସବୁବେଳେ ରହିଛି। ଯଦି କୌଣସି ବ୍ୟକ୍ତି ଭାବୁଥାନ୍ତି କି ମୁଁ କୌଣସି କର୍ତ୍ତବ୍ୟ କରିନାହିଁ । ମୋ ପରିବାର ପ୍ରତି ଆପଣ ମାନେ ମୋର ଗାଁ କୁ ଗଲେ ତାହା ଜଣିପାରିବେ କି ମୋ ପରିବାର ପ୍ରତି ମୁଁ କଣ କରିଛି ।

ତେବେ ଦୂତିଙ୍କ ଏହି ପୋଷ୍ଟକୁ ନେଇ ଭିନ୍ନ ଭିନ୍ନ ପ୍ରତିକ୍ରିୟା ଆସୁଛି।



from Odisha Reporter https://odishareporter.in/odisha/duti-facebook-post-on-same-sex-relationship-98-383307

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages