ଭାରତୀୟ ମହିଳା ହକି ଟିମ୍‌ର ବିଜୟ ଅଭିଯାନ ଆରମ୍ଭ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, May 20, 2019

ଭାରତୀୟ ମହିଳା ହକି ଟିମ୍‌ର ବିଜୟ ଅଭିଯାନ ଆରମ୍ଭ

ଜିଞ୍ଚିଅନ୍: ଦକ୍ଷିଣ କୋରିଆ ଗସ୍ତରେ ଥିବା ଭାରତୀୟ ମହିଳା ହକି ଟିମ୍ ବିଜୟ ସହ ଶୁଭାରମ୍ଭ କରିଛି। ସୋମବାର ମହିଳା ଟିମ୍ ତା’ର ପ୍ରଥମ ମୁକାବିଲାରେ ଆୟୋଜକ ଟିମକୁ ୨-୧ ଗୋଲରେ ପରାସ୍ତ କରିଛି। ଏହି ବିଜୟ ସହ ଭାରତ ତିନିମ୍ୟାଚ୍ ବିଶିଷ୍ଟ ସିରିଜରେ ୧-୦ରେ ଆଗୁଆ ହୋଇଛି।

ଭାରତ ପକ୍ଷରୁ ଯୁବ ଷ୍ଟ୍ରାଇକର୍ ଲାଲରେମସିଆମି (୨୦ତମ) ଓ ନବନୀତ କୌର୍ (୪୦ତମ) ଗୋଟିଏ ଲେଖାଏ ଗୋଲ୍ ଦେଇଥିବା ବେଳେ କୋରିଆ ପକ୍ଷରୁ ଏକମାତ୍ର ଗୋଲ୍ ଶିନ୍ ହାଇଜିଅଙ୍ଗ୍ (୪୮ତମ) କରିଥିଲେ।

ଚଳିତ ବର୍ଷ ଆରମ୍ଭରେ ସ୍ପେନ୍ ଓ ମ୍ୟାଲେସିୟା ବିପକ୍ଷରେ ପ୍ରଭାବୀ ପ୍ରଦର୍ଶନ କରିଥିବା ଭାରତୀୟ ମହିଳା ଟିମ୍ ଏଠାରେ ଦମଦାର ପ୍ରଦର୍ଶନ କରିଛି। ପ୍ରଥମ କ୍ୱାର୍ଟରରେ ପେନାଲ୍ଟି କର୍ଣ୍ଣର ସୁଯୋଗ ହାତଛଡ଼ା କରିବା ପରେ ଭାରତ ୨୦ତମ ମିନିଟରେ ଫିଲ୍ଡ ଗୋଲ୍ ଦେଇ ଅଗ୍ରଣୀ ହାସଲ କରିଥିଲା।

ଭାରତର ନବନୀତ ୪୦ତମ ମିନିଟରେ ଭାରତର ସ୍କୋରକୁ ଦ୍ୱିଗୁଣା କରିଥିଲେ। ଦକ୍ଷିଣ କୋରିଆକୁ ମ୍ୟାଚରେ ୫ଟି ପେନାଲ୍ଟି କର୍ଣ୍ଣର ମିଳିଥିଲେ ହେଁ, ଏଥିରୁ ଗୋଟିଏ ବି ଗୋଲରେ ପରିଣତ କରିପାରିନଥିଲେ। ତେବେ ଅନ୍ତିମ କ୍ୱାର୍ଟରରେ ଟିମକୁ ପେନାଲ୍ଟି ଷ୍ଟ୍ରୋକ୍ ମିଳିଥିଲା, ଯାହାକୁ ୪୮ତମ ମିନିଟରେ ଶିନ୍ ଗୋଲ୍ କରିବାରେ ସଫଳ ହୋଇଥିଲେ।

ଏହି ମ୍ୟାଚରେ ଭାରତୀୟ ଗୋଲକିପର ସବିତା ପ୍ରଶଂସନୀୟ ପ୍ରଦର୍ଶନ କରିଥିଲେ। ମ୍ୟାଚ୍ ପରେ କୋଚ୍ ଶୋଏର୍ଡ ମାରିନ୍ କହିଥିଲେ, ପ୍ରଥମ ମ୍ୟାଚର ଫଳାଫଳ ଆଶାମୁତାବକ ଭଲ ରହିଛି। କିନ୍ତୁ ପରବର୍ତ୍ତୀ ମ୍ୟାଚରେ ଆମକୁ ପ୍ରଦର୍ଶନରେ ସୁଧାର ଆଣିବାକୁ ପଡ଼ିବ। ଏହି ମ୍ୟାଚରେ ଆମେ କିଛି ପ୍ରୟୋଗ କରିଥିଲୁ ଏବଂ ସେଥିରେ ସଫଳ ମଧ୍ୟ ହୋଇଛୁ ବୋଲି ମାରିନ୍ କହିଛନ୍ତି। ବୁଧବାର ଭାରତ ତା’ର ଦ୍ୱିତୀୟ ମ୍ୟାଚ୍ ଖେଳିବ।



from Odisha Reporter http://bit.ly/2LYQVZA

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages