ଗାଡ଼ିରେ ବୁଲୁଛି ମୋବାଇଲ୍ ଟାୱାର - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, May 8, 2019

ଗାଡ଼ିରେ ବୁଲୁଛି ମୋବାଇଲ୍ ଟାୱାର

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ବାତ୍ୟା ପରେ ପରେ ମୋବାଇଲ୍ ନେଟୱାର୍କ କାମ କରୁ ନ ଥିବା ବେଳେ ଟେଲିକମ୍ କମ୍ପାନୀଗୁଡ଼ିକ ଏଥିରେ ସୁଧାର ଆଣିବା ପାଇଁ ଚେଷ୍ଟା ଚଳାଇଛନ୍ତି। ବିଶେଷ କରି ପୁରୀ, ଭୁବନେଶ୍ୱର ଏବଂ କଟକ ଅଞ୍ଚଳରେ ଟେଲି ଯୋଗାଯୋଗ ଏକ ପ୍ରକାର ଅଚଳ ହୋଇଯାଥିବା ବେଳେ ଦେଶର ପ୍ରମୁଖ ଘରୋଇ ଟେଲିକମ୍ କମ୍ପାନୀ ଏୟାରଟେଲ୍ ଏହାର ଭ୍ରାମ୍ୟମାଣ ନେଟୱାର୍କ ସେବା ଆରମ୍ଭ କରିବା ପାଇଁ ନିଷ୍ପତ୍ତି ନେଇଛି।
ଏହାକୁ ଟେଲିକମ୍ ଭାଷାରେ ସେଲ୍ ଅନ୍ ହୁଇଲ୍( ସିଓଡବ୍ଲ୍ୟୁ) କୁହାଯାଉଛି।  ଏହାର ଅର୍ଥ ହେଲା ଗାଡ଼ିରେ ଟାୱାର ସ୍ଥାପନ ହେବ ଏବଂ ଏହା ଭିନ୍ନ ସମୟରେ ଭିନ୍ନ ସ୍ଥାନକୁ ଭ୍ରମଣ କରି ପାରିବ। କମ୍ପାନୀ ଏହି ଧାରାରେ କେବଳ ପୁରୀ ଓ ଭୁବନେଶ୍ୱରର ଗୁରୁତ୍ୱପୂର୍ଣ୍ଣ ଅଞ୍ଚଳରେ ୧୩ଟି ଏହିଭଳି ସେଲ୍ ଅନ୍ ହୁଇଲ୍ ବା ଭ୍ରାମ୍ୟମାଣ ମୋବାଇଲ୍ ଟାୱାର ବ୍ୟବସ୍ଥା କରିବ ବୋଲି ସୂଚନା ଦେଇଛି। ଏହା ଏଭଳି ଏକ ବ୍ୟବସ୍ଥା ଯାହାକି ଅସ୍ଥାୟୀ ଭାବେ କିଛି ନିର୍ଦ୍ଦିଷ୍ଟ ଅଞ୍ଚଳକୁ ମୋବାଇଲ୍ ନେଟୱର୍କ ଯୋଗାଇବାରେ ସହାୟ ହେବ।

ଖବର ଅନୁସାରେ କମ୍ପାନୀ ପୁରୀରେ ଏହାର ପ୍ରଥମ ସେଲ୍ ଅନ୍ ହୁଇଲ୍ ସେବା ଆରମ୍ଭ କରି ସାରିଛି। ଏସମ୍ପର୍କରେ କମ୍ପାନୀର ଜଣେ ବରିଷ୍ଠ ଅଧିକାରୀଙ୍କ କହିବା ଅନୁସାରେ, ବର୍ତ୍ତମାନର ଜରୁରିକାଳୀନ ପରିସ୍ଥିତିରେ ଏୟାରଟେଲ୍ ପ୍ରଥମ ଘରୋଇ କମ୍ପାନୀ ଭାବେ ଏହାର ଉପଭୋକ୍ତାଙ୍କୁ ଏଭଳି ସେବା ପ୍ରଦାନ କରିପାରିଛି।



from Odisha Reporter http://bit.ly/2VaVkI7

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages