ଆୟଠାରୁ ବ୍ୟୟ ହୋଇଯାଉଛି ଅଧିକ, ଜାଣନ୍ତୁ କାରଣ… - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, May 8, 2019

ଆୟଠାରୁ ବ୍ୟୟ ହୋଇଯାଉଛି ଅଧିକ, ଜାଣନ୍ତୁ କାରଣ…

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର) : ଅନେକ ସମୟରେ ଆମ ଆୟଠୁ ଘରର ଖର୍ଚ୍ଚ ଅଧିକ ହୋଇଥାଏ। ନିଜ ଆବଶ୍ୟକତାକୁ କମାଇ ମଧ୍ୟ ଖର୍ଚ୍ଚ କମି ନଥାଏ। ସବୁ ଟଙ୍କା କୁଆଡ଼େ ଖର୍ଚ୍ଚ ହୋଇଯାଏ କିଛି ଜଣାପଡ଼େନାହିଁ। ଫଳରେ କିଛି ସଞ୍ଚୟ କରିହୁଏ ନାହିଁ। ଏହାର କାରଣ ଆପଣଙ୍କ ଘରର ବାସ୍ତୁଦୋଷ ହୋଇପାରେ। ଆଜି ଆମେ ଆପଣଙ୍କୁ କିଛି ବାସ୍ତୁ ଟିପ୍ସ ଦେବୁ ଯାହାଦ୍ୱାରା ଆପଣ ଅତ୍ୟଧିକ ଖର୍ଚ୍ଚାନ୍ତ ହେବାରୁ ବର୍ତ୍ତିପାରିବେ।

୧) ଟଙ୍କା ସଞ୍ଚୟ କରିବାକୁ ହେଲେ ପ୍ରଥମେ ଆପଣଙ୍କୁ ଧ୍ୟାନ ଦେବାକୁ ହେବ ଯେ ଆପଣ ନିଜ ଟଙ୍କାକୁ କେଉଁଠି ରଖୁଛନ୍ତି? ଯଦି ଆପଣ ଏହାକୁ କୌଣସି ଆଲମିରା କିମ୍ବା ଲକର୍‌ରେ ରଖିବେ, ଯାହାର ମୁହଁ ଉତ୍ତର ଦିଗକୁ ହୋଇଥିବ ତେବେ ଆପଣଙ୍କର ଧନ ବୃଦ୍ଧି ହେବ ଓ ଖର୍ଚ୍ଚ କମ୍‌ ହେବ।

୨) ଯଦି ଆପଣଙ୍କ ଘରେ କୌଣସି ପାଇପ୍‌ରୁ ଅହରହ ପାଣି ପଡ଼ୁଛି ତେବେ ଏହା ଅଶୁଭ ହୋଇଥାଏ। ଏହାକୁ ତୁରନ୍ତ ଠିକ୍‌ କରିଦିଅନ୍ତୁ। କାରଣ ବାସ୍ତୁଶାସ୍ତ୍ର ଅନୁଯାୟୀ ନଳରୁ ପାଣି ପଡ଼ିଲେ ଘରେ ଅର୍ଥ ମଧ୍ୟ ପାଣି ଭଳି ବହିଯାଏ।

୩) ଘରେ କେବେ ହେଲେ ଭଙ୍ଗା ବାସନ ରଖନ୍ତୁ ନାହିଁ। କାରଣ ଭଙ୍ଗା ବା ଫଟା ବାସନ ଘରେ ନକରାତ୍ମକ ଶକ୍ତିକୁ ସକ୍ରିୟ କରିଦେଇଥାଏ। ଏଥିସହ ଏହା ଘରର ଆର୍ଥିକ ସ୍ଥିତିକୁ ମଧ୍ୟ ଖରାପ କରିଦେଇଥାଏ।

୪) ଆପଣଙ୍କ ଘରର ଡ୍ରେନେଜ୍‌ ବ୍ୟବସ୍ଥା ମଧ୍ୟ ଆପଣଙ୍କ ଘରରର ଆର୍ଥିକ ସ୍ଥିତି ଉପରେ ପ୍ରଭାବ ପକାଇଥାଏ। ଘରର ଡ୍ରେନେଜ୍‌ ବ୍ୟବସ୍ଥା ସବୁବେଳେ ଦକ୍ଷିଣ କିମ୍ବା ପଶ୍ଚିମ ଦିଗରେ ହିଁ ରହିବା ଉଚିତ୍। ଆପଣଙ୍କ ଘରୁ ପାଣି ସଠିକ୍‌ ଦିଗରେ ଗଲେ ଆପଣଙ୍କ ଆର୍ଥିକ ସମସ୍ୟାରେ ସୁଧାର ଆସିବ।



from Odisha Reporter http://bit.ly/309ToDk

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages