ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର):ସାରା ରାଜ୍ୟରେ ଅସହ୍ୟ ଗ୍ରୀଷ୍ମ ପ୍ରବାହ ଲାଗି ରହିଛି। ଭୟଙ୍କର ତାତି ସାଙ୍ଗକୁ ଗୁଳୁଗୁଳି ଜନଜୀବନକୁ ଅସ୍ତବ୍ୟସ୍ତ କରୁଛି। ସକାଳ ୮ଟାରୁ ଆରମ୍ଭ ହୋଇଯାଉଛି ପ୍ରଚଣ୍ଡ ଖରାର ପ୍ରକୋପ। ଉପକୂଳରୁ ପଶ୍ଚିମ, ଉତ୍ତରରୁ ଦକ୍ଷିଣ ଓଡ଼ିଶା ସବୁଠି ଗରମ ସହ ଗୁଳୁଗୁଳି ଲାଗି ରହିଛି।
ଗତକାଲି ମଧ୍ୟ ଅସହ୍ୟ ଗ୍ରୀଷ୍ମ ପ୍ରବାହ ଦେଖିବାକୁ ମିଳିଥିଲା। ଗତକାଲି ରାଜ୍ୟର ୧୦ଟି ସହରର ତାପମାତ୍ରା ୪୦ ଡିଗ୍ରୀ ଉପରେ ରହିଥିଲା। ଟିଟିଲାଗଡ଼ର ସର୍ବାଧିକ ତାପମାତ୍ର ୪୪ ଡିଗ୍ରୀ ଥିବା ବେଳେ ବଲାଙ୍ଗିରର ତାପମାତ୍ରା ୪୨.୫ , ଝାରସୁଗୁଡା ୪୨.୨, ଅନୁଗୋଳରେ ୪୧.୭ ଏବଂ ସମ୍ବଲପୁର ୪୧.୩ ଡିଗ୍ରୀ ରହିଥିଲା।
ସେହିପରି କଟକର ତାପମାତ୍ରା ୩୭.୬ ଡିଗ୍ରୀ ରହିଥିବା ବେଳେ ଭୁବନେଶ୍ୱରର ତାପମାତ୍ରା ୩୮.୨ ରେକର୍ଡ ହୋଇଛି।
from Odisha Reporter http://bit.ly/2QDpyD1
No comments:
Post a Comment