ବିଜେପୁର ପାଇଁ ପୁଣି ପ୍ୟାକେଜ ଘୋଷଣା କଲେ ନବୀନ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, May 30, 2019

ବିଜେପୁର ପାଇଁ ପୁଣି ପ୍ୟାକେଜ ଘୋଷଣା କଲେ ନବୀନ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର):ବରଗଡ଼ ଜିଲ୍ଲା ବିଜେପୁର ପାଇଁ ପ୍ୟାକେଜ୍ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ। ବିଜେପୁରରେ ଥିବା ୩୪ ହଜାର କଚା ଘର ପକ୍କା ଘର ହେବା ସହ ବରଗଡ଼ ଜିଲ୍ଲାରେ ୧୧୨୦ କୋଟିର ୨ଟି ପାଇପ୍ ଜଳ ପ୍ରକଳ୍ପ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ।

ଏହାସହ ଜିଲ୍ଲାର ୫୦୫ଟି ଗାଁର ୮ ଲକ୍ଷ ଲୋକ ଏହାର ଉପକାର ପାଇବେ। ଦୁଇ ବର୍ଷ ଭିତରେ ବିଜେପୁରର ପ୍ରତି ଘରକୁ ପାଇପ ଜଳ ଯୋଗାଣ ହେବ। ଗାଇସିଲଟ ବ୍ଲକ୍‌ରେ ୪୮ କୋଟି ବ୍ୟୟରେ ମେଗା ଉଠା ଜଳସେଚନ ପ୍ରକଳ୍ପ ହେବ ଓ  ୩ ହଜାର ଏକର ଜଳସେଚିତ ହେବ। ଏହାସହ ୯ଟି ନଦୀ ଉଠା ଜଳସେଚନ ପ୍ରକଳ୍ପ ଓ ୩ ହଜାର ଡିପ୍ ବୋରୱେଲ ହେବ।

ବିଜେପୁର ଓ ବରପାଲି ସହର ପାଇଁ ୪୦ କୋଟି ଲେଖାଏ ମଂଜୁର କରାଯାଇଥିବା ବେଳେ ପ୍ରତି ୨ ମାସରେ ମୁଖ୍ୟମନ୍ତ୍ରୀ ପ୍ରକଳ୍ପ କାର୍ଯ୍ୟର ସମୀକ୍ଷା କରିବେ। ପୂର୍ବରୁ ବିଜେପୁର ଉପନିର୍ବାଚନ ସମୟରେ ବିଜେପୁର ପାଇଁ ନବୀନ ମଧ୍ୟ ପ୍ୟାକେଜ ଘୋଷଣା କରିଥିଲେ।



from Odisha Reporter http://bit.ly/2MiR9ej

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages