ଏନ୍‌ଡିଏର ବିଜୟ ସମ୍ଭାବନା ସହ ତାଳ ଦେଇ ସେନ୍‌ସେକ୍ସରେ ଆଶାତୀତ ବୃଦ୍ଧି - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, May 22, 2019

ଏନ୍‌ଡିଏର ବିଜୟ ସମ୍ଭାବନା ସହ ତାଳ ଦେଇ ସେନ୍‌ସେକ୍ସରେ ଆଶାତୀତ ବୃଦ୍ଧି

ମୁମ୍ବାଇ: ୨୦୧୯ ସାଧାରଣ ନିର୍ବାଚନ ଗଣତିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଏନ୍‌ଡିଏକୁ ସ୍ପଷ୍ଟ ବହୁମତ ମିଳିବାର ସମ୍ଭାବନା ବଢ଼ିବା ସହ ଟ୍ରେଡ୍‌ ମାର୍କେଟ୍‌ରେ ଏହାର ପ୍ରଭାବ ଦେଖିବାକୁ ମିଳିଛି। ବିଏସ୍‌ଇ ସେନ୍‌ସେକ୍ସ ୫୫୦ ପଏଣ୍ଟ ବା ୧.୫% ଉପରେ ଥିଲାବେଳେ ମୋଟ ପଏଣ୍ଟ ୩୯୭୦୦ ଛୁଇଁଥିଲା। ସେହିଭଳି ନିଫ୍‌ଟି୫୦ ଇଣ୍ଡେକ୍ସରେ ୧.୮୦% ବା ୨୧୧ ପଏଣ୍ଟ ବୃଦ୍ଧି ପାଇ ୧୧୯୫୦ରେ ପହଞ୍ଚିଥିଲା।

ଓପନିଂ ଡିଲ୍‌ ଭାବେ ସୂଚକାଙ୍କ ପ୍ରଥମ ଥର ପାଇଁ ୧୧୯୦୦ ସ୍ତରକୁ ଛୁଇଁଛି। ସେହିଭଳି ମିଡ୍‌କ୍ୟାପ୍‌ ୧.୫% ରୁ ଊର୍ଦ୍ଧ୍ୱ ଥିବାବେଳେ ବିଏସ୍ଇ ସ୍ମଲକ୍ୟାପ୍‌ ୧.୬୫% ରହିଥିଲା।

୨୦୧୪ ମସିହାରେ ମୋଦି ପ୍ରଥମ ଥର ପାଇଁ ପ୍ରଧାନମନ୍ତ୍ରୀ ହେବା ସମୟରେ ଭୋଟ୍‌ ଗଣତି ଚାଲିଥିବାବେଳେ ମଧ୍ୟ ସେନ୍‌ସେକ୍ସରେ ଉତ୍ସାହଜନକ ବୃଦ୍ଧି ଦେଖିବାକୁ ମିଳଥିଲା। ଏଥିରେ ୧୪୭୦ ପଏଣ୍ଟ ବୃଦ୍ଧି ପାଇ ସୂଚକାଙ୍କ ସର୍ବକାଳୀନ ସର୍ବାଧିକ ୨୫,୩୭୫.୬୩ ରେ ପହଞ୍ଚିଥିଲା। ଏହି ନିର୍ବାଚନରେ ବିଜେପି ମୋଟ ୫୪୩ ଆସନରୁ ୨୮୨ଟି ଆସନରେ ଜିତି ସ୍ପଷ୍ଟ ବହୁମତ ହାସଲ କରିଥିଲା।



from Odisha Reporter http://bit.ly/2ErjlFs

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages