
ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ସାମୁଦ୍ରିକ ଝଡ଼ ‘ଫୋନି’ ଅତ୍ୟନ୍ତ ଭୟଙ୍କର ରୂପ ନେଇ ଓଡ଼ିଶା ଆଡ଼କୁ ମାଡ଼ି ଆସୁଛି। ୩ ତାରିଖ ଅପରାହ୍ଣରେ ଓଡ଼ିଶା ଉପକୂଳ ଛୁଇଁବ ବୋଲି ଆକଳନ କରାଯାଇଛି। ପୁରୀ ଜିଲ୍ଲାର ସାତପଡ଼ା ଓ ବାଲୁଖଣ୍ଡ ମଧ୍ୟରେ ‘ଫୋନି’ ସ୍ଥଳଭାଗ ଛୁଇଁବ ବୋଲି କୁହାଯାଉଛି।
ଏଥିପାଇଁ ଆସନ୍ତାକାଲି ସନ୍ଧ୍ୟା ପରଠାରୁ କିଛି ଟ୍ରେନ୍କୁ ବାତିଲ କରି ଦିଆଯାଇପାରେ। ସତର୍କତାମୂଳକ ପଦକ୍ଷେପ ସ୍ୱରୂପ ପୂର୍ବତଟ ରେଳବାଇ ଏଭଳି ନିଷ୍ପତ୍ତି ନେଇଛି।
ଭଦ୍ରକ ଓ ଭାଇଜାଗ୍ ମଧ୍ୟରେ ରେଳ ଚଳାଚଳ ବାତିଲ ହେବାର ସମ୍ଭାବନା ରହିଛି। ଯାତ୍ରୀମାନେ ନିଜ ସୁବିଧା ଅନୁସାରେ ଯାତ୍ରା ଯୋଜନା କରିବାକୁ ରେଳବାଇ ପକ୍ଷରୁ ପରାମର୍ଶ ଦିଆଯାଇଛି।
ସୂଚନାଯୋଗ୍ୟ, ସମ୍ଭାବ୍ୟ ବାତ୍ୟା ‘ଫୋନି’ର ମୁକାବିଲା ଲାଗି ରାଜ୍ୟ ସରକାରଙ୍କ ପକ୍ଷରୁ ଜୋରଦାର ପ୍ରସ୍ତୁତି ଚାଲିଛି। ପ୍ରଥମ ପର୍ଯ୍ୟାୟରେ ଏନ୍ଡିଆର୍ଏଫ୍ର ୯ଟି ଟିମ୍ କିଛି ଉପକୂଳ ଜିଲ୍ଲାରେ ପହଞ୍ଚିଛନ୍ତି।
ଜଗତସିଂହପୁର ଜିଲ୍ଲାରେ ୩ଟି ଟିମ୍ ପହଞ୍ଚିସାରିଛନ୍ତି। ଏହି ୩ଟି ଟିମ୍ ମଧ୍ୟରୁ ଏରସମା ଓ ପାରାଦୀପକୁ ଗୋଟିଏ ଲେଖାଏ ଟିମ୍ ପଠାଯାଇଛି। ଆଉ ଗୋଟିଏ ଟିମ୍ ଜଗତସିଂହପୁରରେ ରହିଛି।
ସେହିପରି ୧୨ ଜଣ ଆଇଏସ୍ଏସ୍ ଅଧିକାରୀଙ୍କୁ ୧୨ଟି ଜିଲ୍ଲାର ଦାୟିତ୍ୱ ଦିଆଯାଇଛି। ଏହି ଆଇଏଏସ୍ ଅଧିକାରୀମାନେ ରିଲିଫ୍ ଓ ଥଇଥାନ୍ ଦାୟିତ୍ୱରେ ରହିବେ।
from Odisha Reporter http://bit.ly/2Wpp0m8
No comments:
Post a Comment