
ଚଣ୍ଡିଗଡ଼: ବିପଦପୂର୍ଣ୍ଣ ସ୍ଥାନରେ ସେଲଫି ନେବା ପୁଣିଥରେ ଘାତକ ସାବ୍ୟସ୍ତ ହୋଇଛି। ପାନିପଥଠାରେ ୪ ଜଣ ଯୁବକ ରେଳ ଧାରଣାରେ ସେଲଫି ନେଉଥିବା ବେଳେ ସେମାନଙ୍କ ମଧ୍ୟରୁ ଟ୍ରେନ୍ ଧକ୍କାରେ ୩ ଜଣ ମୃତ୍ୟୁ ଘଟିଛି। ଏହି ୩ ଜଣ ଯୁବକ ଉତ୍ତର ପ୍ରଦେଶର ଆଲିଗଡ଼ରୁ ଏଠାକୁ ଆସିଥିଲେ।
ଏମାନଙ୍କ ସହ ଦିଲ୍ଲୀର ଦୀନେଶ ମଧ୍ୟ ରହିଥିଲେ। ଏମାନେ ସମସ୍ତେ ପାନିପଥ ଅନ୍ତର୍ଗତ ସେକ୍ଟର ୬ର ହୁଡା ପାର୍କ ପଛପଟେ ଥିବା ରେଳ ଧାରଣାରେ ବେଶ ବିପଦପୂର୍ଣ୍ଣ ଢଙ୍ଗାରେ ସେଲଫି ନେଉଥିଲେ।
ଏମାନେ ଦୀର୍ଘ ଅଧଘଣ୍ଟାକାଳ ପରସ୍ପରର ଫଟୋ ଉଠାଇଥିଲେ। ଏହାପରେ ସମସ୍ତେ ଏକାଠି ସେଲଫି ନେବାକୁ ଉଦ୍ୟମ କରୁଥିବା ବେଳେ ହଠାତ୍ ଦ୍ରୁତଗାମୀ ପ୍ୟାସେଞ୍ଜର ଟ୍ରେନ୍ଟି ଚାଲି ଆସିଥିଲା। ଏହି ସମୟରେ ଦୀନେଶ ଟ୍ରେନ୍ ଆସୁଥିବା କଥା ଜାଣି ନିଜର ଡାହାଣ ପଟକୁ ଡେଇଁ ପଡ଼ିଥିଲେ। ସେ ଅନ୍ୟ ୩ ସାଙ୍ଗକୁ ସତର୍କ କରାଇଥିଲେ ହେଁ ସେତେବେଳେକୁ ଟ୍ରେନ୍ଟି ୩ ଜଣଙ୍କୁ ଦଳି ସାରିଥିଲା। ଘଟଣା ପରେ ଜିଆରପିଏଫ୍ ପୁଲିସ୍ ଘଟଣାସ୍ଥଳରେ ପହଞ୍ଚି ଶବ ଜବତ କରିବା ସହ ଆହତ ଦୀନେଶଙ୍କୁ ହସ୍ପିଟାଲ୍ ନେଇଥିଲା।
from Odisha Reporter http://bit.ly/2Jd0TmW
No comments:
Post a Comment