
ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦ୍ୱିତୀୟ ଥର ପାଇଁ ମେ ୩୦ରେ ଶପଥ ଗ୍ରହଣ କରିବାକୁ ଯୋଜନା କରୁଥିବା ଜଣାପଡ଼ିଛି। ୨୦୧୪ ତୁଳନାରେ ଏହି ଶପଥ ଗ୍ରହଣ ଉତ୍ସବକୁ ଭବ୍ୟ ଏବଂ ଆହୁରି ବଡ଼ ଆକାରରେ କରିବାକୁ ଚେଷ୍ଟା କରାଯାଉଥିବା ଜଣାପଡ଼ିଛି। ଆଗାମୀ ଦିନରେ ବିଶ୍ୱ ଦରବାରରେ ଭାରତର ବାର୍ତ୍ତା କିପରି ପହଞ୍ଚାଇ ପାରିବ ସେନେଇ ଯୋଜନା ଚାଲିଛି।
ସାର୍କ ଦେଶର ରାଷ୍ଟ୍ରମୁଖ୍ୟମାନେ ଚଳିତଥର ଶପଥ ଗ୍ରହଣ ଉତ୍ସବରେ ଉପସ୍ଥିତ ରହିବେ ବୋଲି ସୂଚନା ରହିଛି। ହେଲେ ୨୦୧୪ରେ ପାକିସ୍ତାନ ପ୍ରଧାନମନ୍ତ୍ରୀ ନୱାଜ ସରିଫ୍ ଆସିଥିବା ବେଳେ ଚଳିତଥର ପାକିସ୍ତାନ ସହ ତିକ୍ତତା ଥିବାରୁ ପାକିସ୍ତାନ ପିଏମଙ୍କୁ ଡକାଯିବ କି ନାହିଁ ସେ ନେଇ ସ୍ପଷ୍ଟ ସୂଚନା ମିଳିନି।
ଶପଥ ସମାରୋହ ପୂର୍ବରୁ ପ୍ରଧାନମନ୍ତ୍ରୀ ମୋଦି ନିଜ ଲୋକସଭା ଆସନ ବାରଣାସୀକୁ ଯାଇ ଭୋଟରଙ୍କୁ ଧନ୍ୟବାଦ ଦେବେ ବୋଲି ଜଣାପଡ଼ିଛି। ଏଥିସହ ଶପଥ ନେବା ପୂର୍ବରୁ ମୋଦି ଗାନ୍ଧିନଗର ଯାଇ ନିଜ ମାଆ ହୀରା ବେନଙ୍କ ଆଶୀର୍ବାଦ ନେବେ ବୋଲି ଜଣାପଡ଼ିଛି।
from Odisha Reporter http://bit.ly/2VMPe0M
No comments:
Post a Comment