ପରାଜୟର ସମୀକ୍ଷା ପାଇଁ ପିସିସି ଗଢ଼ିଲା ୨୧ଜଣିଆ କମିଟି - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, May 24, 2019

ପରାଜୟର ସମୀକ୍ଷା ପାଇଁ ପିସିସି ଗଢ଼ିଲା ୨୧ଜଣିଆ କମିଟି

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଚଳିତ ବିଧାନସଭା ଓ ଲୋକସଭା ନିର୍ବାଚନରେ କଂଗ୍ରେସର ଦୁର୍ବଳ ପ୍ରଦର୍ଶନ ଏବେ ଦଳ ଭିତରେ କମ୍ପନ ସୃଷ୍ଟି କରିଛି। ନିର୍ବାଚନରେ ଦଳର ଏଭଳି ବିପର୍ଯ୍ୟୟ ପାଇଁ ନିଜକୁ ଦାୟୀ କରି ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ଓ ପିସିସି ପ୍ରଚାର କମିଟି ମୁଖ୍ୟ ଭକ୍ତ ଦାସ ଦଳୀୟ ପଦପଦବୀରୁ ଇସ୍ତଫା ଦେଇଥିବାବେଳେ ପରାଜୟର ସମୀକ୍ଷା ନିମନ୍ତେ ୨୧ଜଣିଆ କମିଟି ଗଠନ କରାଯାଇଛି। ବରିଷ୍ଠ ନେତା ନରସିଂହ ମିଶ୍ରଙ୍କ ନେତୃତ୍ୱରେ ଗଢ଼ା ଯାଇଥିବା ଏହି କମିଟି ନିର୍ବାଚନରେ କଂଗ୍ରେସ ଦଳର ପରାଜୟର କାରଣ ଖୋଜି ଏହାକୁ ପିସିସି ଓ ଏଆଇସିସିକୁ ପଠାଇବ। ତେବେ ଯେଉଁମାନଙ୍କ ପାଇଁ କଂଗ୍ରେସ ଏବେ ରାଜ୍ୟରେ ତଳିତଳାନ୍ତ ହେବାକୁ ବସିଛି, ସେହିମାନଙ୍କ ହାତରେ ବିପର୍ଯ୍ୟୟର କାରଣ ଖୋଜିବା ଦାୟିତ୍ୱ ନ୍ୟସ୍ତ ହୋଇଥିବା ଚର୍ଚ୍ଚା ହେଉଛି।

ସୂଚନା ଅନୁସାରେ, ପରାଜୟ ପାଇଁ ନୈତିକ ଦାୟିତ୍ୱ ବହନ କରି ପିସିସି ସଭାପତି ପଦରୁ ଶ୍ରୀ ପଟ୍ଟନାୟକ ଇସ୍ତଫା ଦେବା ପୂର୍ବରୁ ଏହି ୨୧ଜଣିଆ କମିଟି ଗଠନ କରିଛନ୍ତି। ଅବଶ୍ୟ ଏପର୍ଯ୍ୟନ୍ତ ଶ୍ରୀ ପଟ୍ଟନାୟକଙ୍କ ଇସ୍ତଫା ମଞ୍ଜୁର ହୋଇନାହିଁ। କିନ୍ତୁ କଂଗ୍ରେସ କେଉଁ କାରଣରୁ ରାଜ୍ୟରେ ଏଭଳି ଦୁର୍ବଳ ପ୍ରଦର୍ଶନ କଲା, ତା’ର ଅନୁସନ୍ଧାନ କରିବା ପାଇଁ କମିଟି ଗଠିତ ହୋଇଛି। କମିଟିରେ ଚିରଞ୍ଜୀବ ବିଶ୍ୱାଳ, ପ୍ରଦୀପ ମାଝୀ, ତାରାପ୍ରସାଦ ବାହିନୀପତି, ଗଣେଶ୍ୱର ବେହେରା, ମହମ୍ମଦ ମୋକିମ, ଜର୍ଜ ତିର୍କୀ, ସନ୍ତୋଷ କୁମାର ସାଲୁଜା, ଯଜ୍ଞେଶ୍ୱର ବାବୁ, ସୁରେଶ କୁମାର ରାଉତରାୟ, ସତ୍ୟଶିବ ଦାସ, ରମେଶ ଜେନା, ଭୁଜବଳ ମାଝୀ, ଆର୍ଯ୍ୟ କୁମାର ଜ୍ଞାନେନ୍ଦ୍ର, ସତ୍ୟପ୍ରକାଶ ନାୟକ, ଜ୍ଞାନଦେବ ବେହୁରିଆ, ବଟକୃଷ୍ଣ ତ୍ରିପାଠୀ, ଶିବାନନ୍ଦ ରାୟ, ସସ୍ମିତା ବେହେରା, ବନ୍ଦିତା ପରିଡ଼ା ଓ ନଳିନୀ ମହାନ୍ତି ଅଛନ୍ତି।

କଂଗ୍ରେସ ମହଲରୁ ମିଳିଥିବା ସୂଚନା ଅନୁସାରେ, ନିର୍ବାଚନର କିଛିଦିନ ପୂର୍ବରୁ ହିଁ ଦଳର ବରିଷ୍ଠ ନେତାମାନେ ପାରସ୍ପରିକ ସ୍ୱାର୍ଥ ଓ ବୁଝାମଣାରେ କଂଗ୍ରେସକୁ ତଳିତଳାନ୍ତ କରିଦେଇଥିଲେ। ବିଜେଡି ସହ ଦଳର କିଛି ବରିଷ୍ଠ ନେତା ଗୋପନ ବୁଝାମଣାରେ ରହିଥିବାବେଳେ ଆଉ କିଛି ନେତା ନିଜ ପୁଅ ଓ ଝିଅଙ୍କ ଟିକେଟ୍ ପାଇଁ ବ୍ୟସ୍ତ ହୋଇପଡ଼ିଥିଲେ। ଗୋଟିଏ ପରିବାରରୁ ଗୋଟିଏ ଟିକେଟ୍ ବୋଲି ଆରମ୍ଭରୁ ଦାବି କରିଥିବା ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ କିନ୍ତୁ ଟିକେଟ୍ ବଣ୍ଟନବେଳେ ହିଁ ଏହି ଆଭିମୁଖ୍ୟରୁ ଓହରି ଯାଇଥିଲେ। ଯାହାର ଫଳସ୍ୱରୂପ ନିଜେ ନିରଞ୍ଜନ ପଟ୍ଟନାୟକଙ୍କ ସମେତ ବରିଷ୍ଠ ନେତା ନରସିଂହ ମିଶ୍ର, ଭକ୍ତ ଦାସ, ଅନନ୍ତ ସେଠୀ ଓ ଜର୍ଜ ତିର୍କୀ ପ୍ରମୁଖ ନିଜେ ନିର୍ବାଚନ ଲଢ଼ିବା ସହ ନିଜର ପୁଅମାନଙ୍କୁ ମଧ୍ୟ ଟିକେଟ୍ ଦେବାକୁ ପଛାଇ ନଥିଲେ।

ଦଳରେ ଥିବା ନିଜର ପ୍ରଭାବକୁ ଉପଯୋଗ କରି ଏବଂ ସ୍ଥାନୀୟ ଯୋଗ୍ୟ ପ୍ରାର୍ଥୀଙ୍କୁ ଅଣଦେଖା କରି ଏହି ବରିଷ୍ଠ ନେତାମାନେ ନିଜ ପୁଅ ଓ ଝିଅମାନଙ୍କ ସପକ୍ଷରେ ଟିକେଟ୍ ଯୋଗାଡ଼ କରିନେଇଥିଲେ। ପିସିସି ସଭାପତି ଶ୍ରୀ ପଟ୍ଟନାୟକ ନିଜେ ଦୁଇଟି ଆସନରେ ଛିଡ଼ା ହୋଇଥିଲେ। ଯେଉଁଥିପାଇଁ କଂଗ୍ରେସ ସହ ଜଡ଼ିତ ଥିବା ସାଧାରଣ କର୍ମୀ ଓ ଭୋଟରଙ୍କ ମଧ୍ୟରେ ତିକ୍ତତା ସୃଷ୍ଟି ହୋଇଥିଲା। ଦଳର କିଛି ନେତା ମଧ୍ୟ ବିଜେଡି ଶିବିର ସହ ଯୋଗସୂତ୍ରରେ ରହିଥିବା ଚର୍ଚ୍ଚା ହେଲା। ଯାହାଫଳରେ ଏହି ବରିଷ୍ଠ ନେତାମାନଙ୍କୁ ରାଜ୍ୟର ଭୋଟରମାନେ ଉଚିତ୍ ଶିକ୍ଷା ଦେଇଥିବା ଚର୍ଚ୍ଚା ହେଉଛି।



from Odisha Reporter http://bit.ly/30GqDP3

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages