ବିବେକ୍‌ଙ୍କଠାରୁ ବଦ୍‌ଲା ନେବାକୁ ବାହାରିଲେ ଏହି ତିନି ଅଭିନେତା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, May 20, 2019

ବିବେକ୍‌ଙ୍କଠାରୁ ବଦ୍‌ଲା ନେବାକୁ ବାହାରିଲେ ଏହି ତିନି ଅଭିନେତା

ମୁମ୍ବାଇ: ଐଶ୍ୱର୍ଯ୍ୟାଙ୍କୁ ନେଇ ସୋଶାଲ୍‌ ମିଡିଆରେ ମିମ୍ସ ଶେଆର୍‌ କରି ବିବାଦ ଘେରକୁ ଚାଲି ଆସିଛନ୍ତି ବିବେକ ଓବରୟ।  ଐଶ୍ଚର୍ଯ୍ୟା ବିବାହ କରି ନିଜ ଲାଇଫ୍‌ରେ ସେଟେଲ୍‌ ହୋଇ ସାରିଛନ୍ତି। ହେଲେ ତାଙ୍କ ପୁରୁଣା ସମ୍ପର୍କକୁ ଏପରି ଢଙ୍ଗରେ ଉପସ୍ଥାପନ କରାଯିବାକୁ ସହ୍ୟ କରି ପାରି ନାହାନ୍ତି ତାଙ୍କ ପ୍ରଶଂସକ।

ଏଥିରେ କିନ୍ତୁ ତାଙ୍କର କିଛି ଭୁଲ ନ ଥିବା ଯୁକ୍ତି ବାଢିଛନ୍ତି ବିବେକ। ସେ କହିଛନ୍ତି ଯେ, ‘ଲୋକମାନେ ମୋତେ ଭୁଲ୍‌ ମାଗିବାକୁ କହୁଛନ୍ତି। କ୍ଷମା ମାଗିବାରେ କିଛି ନାହିଁ। କିନ୍ତୁ ମୋତେ ଏହା କିଏ କହିବ କି, ଏଥିରେ ଭୁଲ୍‌ କେଉଁଠି ରହିଛି। ଯଦି ମୁଁ କିଛି ମିମ୍ସ ଟ୍ୱିଟ୍‌ କରିଛି, ଆଉ ଏଥିରେ କିଛି ଭୁଲ୍‌ ଥାଏ ତାହାଲେ ମୁଁ କ୍ଷମା ମାଗିବି। ମୋତେ ଲାଗୁନାହିଁ ଯେ, ମୁଁ କିଛି ଭୁଲ୍‌ କରିଛି’।

ଏବେ ପୁରୁଣା ମିମ୍ସ ସହ ଆଉ ଗୋଟେ ମିମ୍ସ ଭାଇରାଲ୍‌ ହେବାରେ ଲାଗିଛି। ଯେଉଁଥିରେ ବିବେକଙ୍କଠାରୁ ବଦ୍‌ଲା ନେବା ପାଇଁ ଏକ ବାଇକ୍‌ରେ ଅମିତାଭ୍‌ ବଚ୍ଚନ, ଅଭିଷେକ ବଚ୍ଚନ ଆଉ ସଲ୍‌ମାନ ଖାନ୍‌ ଯାଉଛନ୍ତି।

କୌଣସି ଏକ ଆକ୍ସନ ଫିଲ୍ମର ଏକ ସିନ୍‌କୁ ନେଇ ଫଟୋସପ୍‌ କରାଯାଇଛି।  ଏହି ୩ ଅଭିନେତାଙ୍କ ମୁହଁରେ ସେଥିରେ ଯୋଡ଼ି ଏପରି କରାଯାଇଛି।

ଫଟୋରେ ଅମିତାଭ୍‌ ଗାଡ଼ି ଚଲାଉଛନ୍ତି। ପଛରେ ଅଭିଷେକ ବସିଛନ୍ତି, ଯିଏକି ହାତରେ ଏକ ପଥର ଧରିଛନ୍ତି। ଆଉ ତାଙ୍କ ପଛରେ ସଲ୍‌ମାନ୍‌ ଏକ ବନ୍ଧୁକ ଧରି ରାଗ ମୁଡରେ ବସିଥିବା ଦେଖାଯାଉଛନ୍ତି।

ଏହି ମିମ୍ସ ଲୋକମାନଙ୍କୁ ବହୁତ ପସନ୍ଦ ଆସିବା ସହ ସୋଶାଲ୍‌ ମିଡିଆରେ ମଧ୍ୟ ଭାଇରାଲ୍‌ ହେବାରେ ଲାଗିଛି।



from Odisha Reporter http://bit.ly/2HMo8SS

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages