ୱାର୍ଣ୍ଣରଙ୍କୁ ଠକ କହି ଚିଡ଼ାଇଲେ ଇଂଲଣ୍ଡ ଦର୍ଶକ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, May 25, 2019

ୱାର୍ଣ୍ଣରଙ୍କୁ ଠକ କହି ଚିଡ଼ାଇଲେ ଇଂଲଣ୍ଡ ଦର୍ଶକ

ଲଣ୍ଡନ: ବଲ୍‌ ବିକୃତ କରିବା ଘଟଣାରେ ଗୋଟିଏ ବର୍ଷ ବ୍ୟାନ୍‌ ଆଦେଶ ପରେ ପୁଣିଥରେ ପଡ଼ିଆକୁ ଫେରିଥିବା ଅଷ୍ଟ୍ରେଲିଆ ବ୍ୟାଟସ୍‌ମ୍ୟାନ୍‌ ଡେଭିଡ୍‌ ୱାର୍ଣ୍ଣରଙ୍କୁ ଆଜି ଏକ ଅପ୍ରୀତିକର ପରିସ୍ଥିତିର ସାମ୍ନା କରିବାକୁ ପଡ଼ିଛି।

ବ୍ୟାନ୍ ଦଣ୍ଡ ପୂରଣ ହେବା ପରେ ୱାର୍ଣ୍ଣର ଆଜି ବିଶ୍ୱକପ୍‌ ପୂର୍ବରୁ ଇଂଲଣ୍ଡ ବିପକ୍ଷ ପ୍ରଥମ ଅଭ୍ୟାସ ମ୍ୟାଚ୍‌ ଖେଳୁଥିଲେ। ସେ ପଡ଼ିଆକୁ ଓହ୍ଲାଇବା କ୍ଷଣି ଦର୍ଶକମାନେ ତାଙ୍କୁ ଠକ ଠକ କହି ଚିଡ଼ାଇଥିଲେ। ଏହାପରେ କିଛି ଦର୍ଶକ ‘ଗେଟ୍‌ ଅଫ୍‌ ୟୁ ଚିଟର୍‌’ କହି ମଧ୍ୟ ନାରାବାଜି କରିଥିଲେ। ଏହା ଶୁଣି ୱାର୍ଣ୍ଣର କିଛି ସମୟ ସ୍ତବ୍ଧ ହୋଇଯାଇଥିଲେ। କିନ୍ତୁ ଏହାପରେ ସେ ବ୍ୟାଟିଂ କରି ୪୩ ରନ୍‌ କରିଥିଲେ।

ଗତବର୍ଷ ଅଷ୍ଟ୍ରେଲିଆ ଅଧିନାୟକ ଷ୍ଟିଭ୍‌ ସ୍ମିଥ, ଡେଭିଡ୍‌ ୱାର୍ଣ୍ଣର ଓ କ୍ୟାମରନ୍‌ ବ୍ୟାନ୍‌କ୍ରଫ୍ଟ ବଲ୍‌ ଟ୍ୟାମ୍ପରିଂ କରିବା ମାମଲାରେ ଫସିଥିଲେ। ଏଥିପାଇଁ ସ୍ମିଥ ଓ ୱାର୍ଣ୍ଣରଙ୍କୁ ଏକ ବର୍ଷ ଲେଖାଏ ବ୍ୟାନ୍‌ ଆଦେଶ ମିଳିଥିଲା। ତେବେ ଠିକ୍‌ ବିଶ୍ୱକପ୍‌ ପୂର୍ବରୁ ଉଭୟଙ୍କ ଦଣ୍ଡାଦେଶ ପୂରଣ ହୋଇଛି।



from Odisha Reporter http://bit.ly/2WqgsyM

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages